ମେଡିସିନ କେମିତି ଖାଇଲେ ଅତିଶୀଘ୍ର କାମ କରିବ, ଜାଣନ୍ତୁ ଉପାୟ…..

ଆଜି କାଲି ରୋଗ ଯେମିତି ସାଙ୍ଗ ହେଇଗଲାଣି । ସେ ପେଟ ଖରାପ ହେଉ କିମ୍ବା ଜର, ଥଣ୍ଡା । ସବୁଥିରେ ଔଷଧର ଆବଶ୍ୟକତା ପଡୁଛି । ହେଲେ ଔଷଧ ଆପଣ କେମିତି ଖାଉଛନ୍ତି । ଆଉ ରୋଗରୁ ମୁକ୍ତି ହେବାକୁ କେତେ ସମୟ ଲାଗୁଛି ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଅନେକ ଥର ଦେଖାଯାଏ ଔଷଧର ପ୍ରଭାବ ଦେଖାଯାଏ । ଆଉ କେବେ କେବେ ଔଷଧର ପ୍ରଭାବ ଦେଖାଯାଏ ନାହିଁ। ଏଭଳି କାହିଁକି ହୋଇଥାଏ କୌଣସି ଔଷଧ କେବେ ବହୁତ ଭଲ ଫଳ ଦେଇଥାଏ ତ ପୁଣି କେବେ ବିଲକୁଲ କାମ ଦିଏନି । ଏହାକୁ ବୁଝିବା ପାଇଁ ଆମେରିକାର ଜନ୍ସ ହପକିନ୍ସ ୟୁନିଭରସିଟି ଏକ ରିସର୍ଚ୍ଚ କରିଛି । ରିସର୍ଚ୍ଚରେ ଏହି ପ୍ରଶ୍ନର ଉତ୍ତର ମିଳିଲା କି ପ୍ରକୃତରେ ଔଷଧ କେବେ ଶୀଘ୍ର ପ୍ରଭାବ ଦେଖାଇଥାଏ ଆଉ କେବେ ଧିରେ ।

ଅନୁସନ୍ଧାନକାରୀଙ୍କ କହିବା କଥା ଯେତେବେଳେ ବି ମଣିଷ କୌଣସି ଔଷଧ ଖାଇଥାଏ ତେବେ ତାହା ରକ୍ତରେ ମିଶିବା ପରେ ନିଜର ପ୍ରଭାବ ଦେଖାଇଥାଏ । କୌଣସି ବି ଔଷଧକୁ ରକ୍ତରେ ମିଶିବା ପାଇଁ ପେଟ ଓ ଅନ୍ତନଳୀ ଦେଇ ଯିବାକୁ ପଡେ । ଏହି ପୁରା ପ୍ରକ୍ରିୟାରେ କେତେ ସମୟ ଲାଗିବ । ଏହା ସବୁ ଔଷଧ ନେବା ସମୟରେ ରୋଗୀର ବସିବା ଓ ଶୋଇବା ଉପରେ ନିର୍ଭର କରିଥାଏ ।

ଅନୁସନ୍ଧାନକାରୀଙ୍କ ହିସାବରେ ଔଷଧ କେତେ ଶୀଘ୍ର ତାର ପ୍ରଭାବ ଦେଖାଇବ ଏହା ରୋଗୀର ବଡି ପୋଶ୍ଚର ଦାୟୀ । ଜନ୍ସ ହପକିଙ୍ଗ୍ସ ୟୁନିଭରସିଟିର ଅନୁସନ୍ଧାକାରୀଙ୍କ କହିବା କଥା ଯଦି ଆପଣ ଚାହୁଁଛନ୍ତି କିଔଷଧର ପ୍ରଭାବ ଶୀଘ୍ର ହେଉ ତେବେ ରୋଗୀକୁ ସିଧା ବସିବା ଅପେକ୍ଷା ଡାହାଣ କଡକୁ ମାଡି ତଳକୁ ନଇଁକି ବସିବା ଠିକ ହେବ ।

ଏହାକୁ ବୁଝାଇବା ପାଇଁ ଜଣେ ଅନୁସନ୍ଧାନକାରୀ ଏକ ମଣ୍ଡଳ ତିଆରି କଲେ । ଯାହା ପେଟର କମ୍ପୁଟର ମଣ୍ଡଳ କୁହାଯିବ । ମଣ୍ଡଳ ଦ୍ୱାରା ଏହା କୁହାଗଲା କି ଔଷଧ କେବେ ଓ କେମିତି ଅଧିକ କାମ କରେ । ଔଷଧକୁ ଯେତେବେଳେ ଡାହାଣ ଆଡକୁ ନଇଁକି ନିଆଯାଏ ତେବେ ତାହା ପେଟର ସିଧା ଭିତରକୁ ଯାଇଥାଏ ଓ ଅତିଶୀଘ୍ର ମିଶିଯାଇ ତାର ପ୍ରଭାବ ଦେଖାଇଥାଏ ।

ରିସର୍ଚ୍ଚ ସମୟରେ ସାମନାକୁ ଆସିଛି କି ବାମ ପଟକୁ ନଇଁକି ବସିବା ଦ୍ୱାରା ଶରୀରରେ ଔଷଧର ଅବଜର୍ଭେସନ କମ ହୋଇଥାଏ । ଏଥିପାଇଁ ଏହାର ପ୍ରଭାବ ବି ଧିରେ ହୋଇଥାଏ । ଅନୁସନ୍ଧାନକାରୀଙ୍କ କହିବା କଥା କି ସିଧା ବସିବା ତୁଳନାରେ ବାମ ପଟକୁ ନଇଁକି ବସିବା ଦ୍ୱାରା ଔଷଧର ପ୍ରଭାବ ବା କାମ ୫ଗୁଣା ଯାଏଁ ଧିର ହୋଇୟାଏ । ଫଳରେ ତାହା ବେଳେ ବେଳେ କାମ କରିନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.