ଖରାଦିନେ ଅଧିକ ଲେମ୍ବୁ ପାଣି ପିଇବା ବି ହୋଇପାରେ ଶରୀର ପାଇଁ କ୍ଷତିକାରକ, ଜାଣନ୍ତୁ ସାଇଡ୍‌ ଇଫେକ୍ଟ

ଗରମରୁ ମୁକ୍ତି ପାଇବା ପାଇଁ ଲେମ୍ବୁ ପାଣି ସବୁଠାରୁ ସରଳ ଉପାୟ ମଧ୍ୟରୁ ଗୋଟିଏ। ଅତ୍ୟଧିକ ଗରମରେ ଶରୀରକୁ ଶୀତଳ ଏବଂ ତାଜାପଣ ଦେବା ସହିତ ଏହା ପାଚନକୁ ଠିକ୍‌ ରଖିବାରେ ସହାୟକ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି? ଅଧିକ ମାତ୍ରାରେ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରକୁ ଅନେକ ପ୍ରକାରର କ୍ଷତି ବି ପହଞ୍ଚିବା ଆରମ୍ଭ ହୋଇଯାଇଥାଏ।

ଆଜି ଆମେ ଆପଣଙ୍କୁ ଖରାଦିନେ ଲେମ୍ବୁ ପାଣି ଅଧିକ ମାତ୍ରାରେ ପିଇବାରେ କ’ଣ ରହିଛି କ୍ଷତି ଏବଂ ଦିନକୁ କେତେ ଗ୍ଲାସ୍‌ ଲେମ୍ବୁ ପାଣି ପିଇବା ଉଚିତ, ସେ ବିଷୟରେ କହିବୁ।

ଦାନ୍ତକୁ ପହଞ୍ଚିପାରେ କ୍ଷତି

ଦିନରେ ଅଧିକ ମାତ୍ରାରେ ଲେମ୍ବୁ ପାଣି ପିଇବା ଦ୍ୱାରା ଦାନ୍ତକୁ କ୍ଷତି ପହଞ୍ଚିଥାଏ। ବିଶେଷଜ୍ଞଙ୍କ କହିବା ହେଲା, ଲେମ୍ବୁରେ ଏସିଡିକ୍‌ ଏସିଡ୍‌ ରହିଛି। ଏହାକୁ ବହୁତ ମାତ୍ରାରେ ସେବନ କଲେ ଦାନ୍ତର ଉପର ପରସ୍ତକୁ କ୍ଷତି ପହଞ୍ଚିପାରେ। ଏ ନେଇ ୨୦୧୫ରେ ଆମେରିକାନ୍‌ ଡେଣ୍ଟାଲ ଆସୋସିଏଶନ ଏକ ରିପୋର୍ଟ ମଧ୍ୟ ବାହାର କରିଥିଲା, ଯେଉଁଥିରେ ଲେମ୍ବୁ ପାଣିକୁ ଷ୍ଟ୍ରରେ ପିଇବା ପାଇଁ ପରାମର୍ଶ ଦିଆଯାଇଥିଲା। କାହିଁକି ନା, ଏହିଭଳି ଭାବେ ଲେମ୍ବୁ ପାଣି ପିଇବା ଦ୍ୱାରା ଦାନ୍ତ ସହିତ ଏହାର ସିଧାସଳଖ ସମ୍ପର୍କ ହୋଇପାରି ନ ଥାଏ।

କେବଳ ଏତିକି ନୁହେଁ, ଲେମ୍ବୁ ପାଣିରେ ସାଇଟ୍ରିକ୍‌ ଏସିଡ୍‌ ଥିବା ଯୋଗୁ ପାଟିର ଭିତର ପରସ୍ତକୁ କ୍ଷତି ପହଞ୍ଚିଥାଏ। ଏହାଛଡ଼ା ବାରମ୍ବାର ଫୋଟକା ହେବାର ବି ସମ୍ଭାବନା ରହିଥାଏ। ସେହିପରି ଦାନ୍ତ ମାଢ଼ି ଉପରେ ଏହା ପ୍ରଭାବ ପକାଇଥାଏ। ଲେମ୍ବୁରେ ଭିଟାମିନ୍‌ ସି ପ୍ରଚୁର ମାତ୍ରାରେ ରହିଛି। ଏହି ଭିଟାମିନ୍‌ର ମାତ୍ରା ଅଧିକ ହୋଇଯିବା ଦ୍ୱାରା ଅମ୍ଳ ପ୍ରବାହ ବଢ଼ିବାରେ ଲାଗିଥାଏ, ଯେଉଁ କାରଣରୁ ଲୋକଙ୍କୁ ବାନ୍ତି ଭଳି ଅନୁଭବ ହୋଇଥାଏ।

କେତେ ଗ୍ଲାସ୍‌ ଲେମ୍ବୁ ପାଣି ପିଇବା ଉଚିତ

ବିଶେଷଜ୍ଞଙ୍କ ଅନୁଯାୟୀ, ଦିନକୁ ୨ରୁ ଅଧିକ ଲେମ୍ବୁ ସେବନ କରିବା ଉଚିତ ନୁହେଁ। ଲେମ୍ବୁ ପାଣି ପିଇବା ପରେ ନିଶ୍ଚିତ କୁଳୁକୁଚା କରନ୍ତୁ, ଯଦ୍ଦ୍ଵାରା ଦାନ୍ତରେ ଏହାର ଅବଶୋଷଣ ଅଧିକ ଭାବେ ହୋଇପାରିବ ନାହିଁ।