ସହଜରେ କେମିତି ବନାଇବେ ମିକ୍ସ ଆମ୍‌ଲେଟ୍‌

ଆଗକୁ ବର୍ଷା ଦିନ ଆସୁଛି । ଏ ସମୟରେ ତେଲ ଜିନିଷ ବା ଗର୍ମ ଜିନିଷ ଖାଇବାକୁ ପସନ୍ଦ କରିଥାନ୍ତି । ଆଜି ଆମେ ଆପଣଙ୍କ ପାଇଁ ଏକ ସହଜ ରେସେପି ଆଣିଛି ଯାହାକୁ ମାତ୍ର ୫ ମିନିଟ୍‌ର ତିଆରି କରିପାରିବେ । ଏହାର ଟେଷ୍ଟ ବାକି ଆମଲେଟ୍‌ ଠାରୁ ପୁରା ଅଲଗା । କାରଣ ଏଥିରେ ସବୁଜ ପରିବା ମିଶିଥାଏ । ଏହାକୁ ଆପଣ କେବେ ବି ଖାଇପାରିବେ । ବ୍ରେକ୍‌ ଫାଷ୍ଟ ହେଉ ବା ଲଞ୍ଚ୍‌ ହେଉ କିମ୍ବା ପିଲାଙ୍କୁ ଲଞ୍ଚ୍‌ ବକ୍ସରେ ଦେଇପାରିବେ । ଆସନ୍ତୁ ଜାଣିବା ତିଆରି କରିବାର ତରିକା ।

ସାମଗ୍ରୀ :

. ଅଣ୍ଡା –୨

. କଳା ମରିଚ- ୧/୪ ଚାମଚ

. କଟା ହୋଇଥିବା ପିଆଜ – ୧

. କଟା ଗାଜର – ୧

. କଟା କଞ୍ଚା ଲଙ୍କା – ୧ ଚାମଚ

. ଧନିଆ ପତ୍ର – ୧ ଚାମଚ

. ଲୁଣ – ୧/୪ ଚାମଚ

omelette
photo credit: recipesinhindi.net

ତିଆରି କରିବାର ବିଧି :

୧. ପ୍ରଥମେ ଏକ ବଡ଼ ପାତ୍ରରେ ଅଣ୍ଡାକୁ ଭାଙ୍ଗି କରି ଢ଼ାଳନ୍ତୁ । ଏଥିରେ କଳା ମରିଚ ଗୁଣ୍ଡ ମିଶାନ୍ତୁ ।

୨. ତା’ପରେ ଏଥିରେ ସମସ୍ତ ପରିବା (ଗାଜର,ପିଆଜ ଓ ଲଙ୍କା) ମିଶାନ୍ତୁ । ଏଥିରେ ଲୁଣ ମିଶାଇ ଭଲ ଭାବରେ ମିଶାନ୍ତୁ ।

୩. ଏବେ ଗ୍ୟାସ୍‌ରେ ତାଓ୍ଵା ରଖି ଏଥିରେ ତେଲ ପକାନ୍ତୁ ।

୪. ଏଥିରେ କିଛି ଧନିଆ ପତ୍ର ପକାନ୍ତୁ ।

omelette
photo credit: recipesinhindi.net

୫. ଏବେ ଏଥିରେ ଗୋଳା ହୋଇ ରହିଥିବା ଅଣ୍ଡା ଢ଼ାଳନ୍ତୁ ।

୬. ଏହା ଉପରେ ଅଳ୍ପ ଧନିଆ ପତ୍ର ପକାନ୍ତୁ ଓ ଏହାକୁ ୧ ମିନିଟ ଯାଏ ଆଞ୍ଚରେ ଛାଡ଼ି ଦିଅନ୍ତୁ ।

୭. ଏବେ ଏହାକୁ ଓଲଟାଇ ଦିଅନ୍ତୁ ଓ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ ଓ ଏହାକୁ ମଝିରୁ ଦୁଇ ଭାଗ କରିଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମିକ୍ସ ଆମ୍‌ଲେଟ୍‌ । ଗରମ ଗରମ ପରଶନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.