ପୁରୁଷମାନଙ୍କର ନଂପୁସକତା ସମସ୍ୟା ଦୂର କରିବ କଳା ଗାଜର, ଏହାଛଡା କୋଲେଷ୍ଟ୍ରଲ ନିୟନ୍ତ୍ରିତ କରିବ

ଶୀତଦିନରେ ଗାଜର ଖାଇବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ। ଅନେକ ଲୋକ ଗାଜର ନାଁ ଶୁଣିଲେ ନାକ ଟେକିଥାନ୍ତି । ତେବେ ଯେଉଁମାନେ ଗାଜର ଖାଇବାକୁ ପସନ୍ଦ କରନ୍ତି ନାହିଁ ସେମାନେ ଏକଥା ଜାଣିବା ଜରୁରୀ ଯେ ଏଥିରେ କେଉଁ ଗୁଣ ରହିଥାଏ । ଗୋଟିଏ ଗ୍ଲାସ୍ ଗାଜର ରସ ପୂର୍ଣ୍ଣ ଭୋଜନ ସହ ସମାନ । ଏହାକୁ ପିଇବା ଦ୍ବାରା ଶରୀରରେ ରକ୍ତର ପରିମାଣ ଅଧିକ ହୋଇଥାଏ । ଗାଜର ରସରେ ଭିଟାମିନ୍ ଏ, ବି, ସି,ଡି ଇ, ଜି ଏବଂ କେ ଥାଏ । ଗାଜର ରସ ପିଇବା କିମ୍ବା କଂଚା ଗାଜର ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ । ବୟସ ବଢିବା ସହ ଶରୀର ଦୁର୍ବଳ ହୋଇଯାଏ । ଏହି ଦୁର୍ବଳତାରୁ ରକ୍ଷା ଗାଜର କରିଥାଏ । ଗାଜର ରସ ବା ଜୁସ ନିୟମିତ ପିଇଲେ ଶରୀରରେ ରକ୍ତର ପରିମାଣ ବଢିଥାଏ ।

କିନ୍ତୁ କ’ଣ ଆପଣ କଳା ଗାଜର ଦେଖିଛନ୍ତି କି ଖାଇଛନ୍ତି କି ? କଳା ଗାଜର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ପୁଷ୍ଟିକର ହୋଇଥାଏ। କଳା ଗାଜର ଖାଇବା ଦ୍ୱାରା ପୁରୁଷଙ୍କୁ ବିଭିନ୍ନ ପ୍ରକାର ଲାଭ ମିଳିଥାଏ। ଏହା ପୁରୁଷମାନଙ୍କର ନଂପୁସକତା ସମସ୍ୟା ଦୂର କରିବା ସହ ଶରୀରକୁ ବିଭିନ୍ନ ଲାଭ ପହଞ୍ଚାଇଥାଏ।

– କଳା ଗାଜର ଖାଇବା ଦ୍ୱାରା ପୁରୁଷମାନଙ୍କର ଶୁକ୍ରାଣୁ ବୃଦ୍ଧି ପାଇଥାଏ, ଫଳରେ ସେମାନଙ୍କର ନପୁଂସକତା ସମସ୍ୟା ଦୂର ହୁଏ।

– ଏହାକୁ ଖାଇଲେ ରକ୍ତ ସଫା ହେବା ସହ ପାଚନ କ୍ରିୟା ମଧ୍ୟ ଭଲହୁଏ।

– ରାତିରେ ଶୋଇବା ପୂର୍ବରୁ ପ୍ରତିଦିନ ଏହି ଜୁସ୍‌ ପିଇଲେ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରିତ ହୋଇଥାଏ।

– କଳା ଗାଜର ଆଖି ପାଇଁ ବେଶୀ ଫାଇଦା ଦେଇଥାଏ। ଏଥିରେ ଥିବା ବିଟା କେରୋଟିନ ଯୋଗୁଁ ଆଖି ରେଟିନା ରୋଗରୁ ମୁକ୍ତ ରହିଥାଏ।

juice

 

– ଏହାକୁ ପ୍ରତିଦିନ ପିଇଲେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହ ପରିସ୍ରା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

– କ୍ୟାନସର ଭଳି ମାରାତ୍ମକ ରୋଗକୁ ଦୂର କରିବା ପାଇଁ ଏହାର ଜୁସ୍‌ ପିଅନ୍ତୁ। ଏହାସହିତ ମଧୁମେହ ରୋଗୀଙ୍କୁ ଫାଇଦା ଦିଏ।

– ଗାଜରରେ ଥିବା ପୋଟାସିୟମ ଯୋଗୁଁ ବ୍ଲଡପ୍ରେସର ମଧ୍ୟ ନିୟନ୍ତ୍ରିତ ରହେ।

– କଳା ଗାଜରରେ ଏନ୍ଥୋସାୟନିନ୍‌ ଅଧିକ ମାତ୍ରାରେ ରହିଛି, ଯାହାକି ହୃଦୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କଳା ରଙ୍ଗର ଗାଜର ରକ୍ତରେ ଥିବା ଅଶୁଦ୍ଧ ଉପାଦାନକୁ ସଫା କରି ରକ୍ତ ପ୍ରବାହକୁ ଭଲ କରିଥାଏ। ଗାଜର ଜୁସ୍‌ ଶରୀରରେ ରକ୍ତର ମାତ୍ରାକୁ ବଢ଼ାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.