ଚୋପା ନ ଛଡାଇ ଖାଆନ୍ତୁ ଏହି ୫ ପରିବା, ସ୍ୱାସ୍ଥ୍ୟ ରହିବ ଅତୁଟ

ଅଧିକାଂଶ ସମୟରେ ଆମେ ପରିବାରୁ ଚୋପା ଛଡ଼ାଇ ଖାଦ୍ୟ ପ୍ରସ୍ତୁତ କରିଥାଉ । ହେଲେ ସ୍ୱାଦକୁ ଦୃଷ୍ଟିରେ ରଖି ପରିବାର ଚୋପା ଛଡାଉ ଥିବାରୁ ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ଯାହାଦ୍ୱାରା ପରିବା ଖାଇବାର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରେନାହିଁ ଓ ଏହା ଶରୀରକୁ ଦେବାକୁ ଥିବା ଆବଶ୍ୟକୀୟ ପୋଷକ ତତ୍ତ୍ୱ ଦେଇ ପାରି ନଥାଏ ।

ଆପଣଙ୍କୁ ଆଜି ଏମିତି ୫ ପରିବା ବିଷୟରେ କହିବୁ ଯାହାର ଚୋପା ଛଡାଇବା ଆବଶ୍ୟକ ନୁହେଁ । ଏହାର ଚୋପା ସହ ଖାଇଲେ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । କେବଳ ଏହାକୁ ଭଲ ଭାବରେ ଧୋଇ ଖାଇ ପାରିବେ ।

beat

ବିଟ୍‌ : ଡାକ୍ତରଙ୍କ କହିବା ଅନୁସାରେ ବିଟ୍‌ରେ ଅନେକ ଔଷଧୀୟ ଗୁଣ ଓ ଶକ୍ତି ବର୍ଦ୍ଧକ ତତ୍ତ୍ୱ ମହଜୁଦ୍‌ ରହିଥାଏ । ଏହା ରକ୍ତ ବର୍ଦ୍ଧକ ସହ ରକ୍ତ ଚାପରେ ସୁଧାର ଆଣିଥାଏ । ଏଥିରେ ଫାଇବର, ପୋଟାସିୟମ୍‌, ଆଇରନ୍‌, ଭିଟାମିନ୍‌ ବି୯ ଓ ସି ଭରପୁର ରହିଥାଏ । ଏହାର ଚୋପାରେ ଥିବା ପୋଷକ ତତ୍ତ୍ୱ ହଜମ ପ୍ରକ୍ରିୟାକୁ ସୁଦୃଢ଼ କରିଥାଏ ।

gajar-0

ଗାଜର : ଗାଜରରେ ବିଟା କେରୋଟିନ୍‌,ଫାଇବର, ଭିଟାମିନ୍‌ କେ,ପୋଟାସିୟମ୍‌ ଓ ଏଣ୍ଟି-ଅକ୍ସିଡାଣ୍ଟ ଭଳି ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ଥାଏ । ଏହା ଓଜନ ହ୍ରାସ କରିବା ସହ କୋଲେଷ୍ଟରାଲ୍‌ କମ୍‌ କରିବାରେ ସହାୟକ ହୋଇଥାଏ ।

cucumber

କାକୁଡି : କାକୁଡିର ଚୋପା ଓ ଏହାର ମଞ୍ଜିରେ ସବୁଠୁ ଅଧିକ ପୋଷକ ତତ୍ତ୍ୱ ରହିଥାଏ । ଏଣ୍ଟି ଅକ୍ସିଡାଣ୍ଟ,ବହୁ ରୋଗ ସହ ଲଢ଼ିବାର ଏନ୍‌ଜାଇମ୍‌ କାକୁଡିର ଚୋପାରୁ ମିଳିଥାଏ । ତେଣୁ ଏହାର ଚୋପାକୁ ନକାଢ଼ି ଭଲ ଭାବରେ କାକୁଡିକୁ ଧୋଇ କରି ଖାଆନ୍ତୁ ।

patato-0

ଆଳୁ : ଛୁଆ ଠାରୁ ବଡ଼ ଯାଏ ସମସ୍ତେ ଆଳୁ ଖାଇବାକୁ ଭଲ ପାଆନ୍ତି । ଏହି କାରଣରୁ ଦୁନିଆରେ ସବୁଠୁ ଖିଆ ଯାଉଥିବା ପରିବା ମଧ୍ୟରେ ଆଳୁର ନାମ ରହିଛି । ପ୍ରାୟତଃ ଲୋକେ ଏହାର ଚୋପା ବାହାର କରି ଖାଇଥାନ୍ତି । ଆଳୁ ଚୋପାରେ ବହୁତ ପରିମାଣର ଫାଇବର, ଭିଟାମିନ ଓ ମିନେରାଲ୍‌ସ ଥିବାରୁ କୋଷ୍ଠ କାଠିନ୍ୟ ଥିବା ବ୍ୟକ୍ତି ନିୟମିତ ଚୋପା ଲଗା ଆଳୁ ଖାଇବା ଜରୁରୀ ।

parwal

ପୋଟଳ : ପୋଟଳରେ ଭିଟାମିନ୍‌ ଏ, ବି ୧, ବି ୨ ଏବଂ ସି ରେ ଭରପୁର ଥାଏ । ଏହାକୁ ସବୁଠୁ ପୁଷ୍ଟିସାର ଖାଦ୍ୟ ଭିତରେ ଗୋଟିଏ ବୋଲି ମନାଯାଏ । ଏଥିରେ କ୍ୟାଲୋରୀ କମ୍‌ ଥିବାରୁ କୋଲେଷ୍ଟରାଲ୍‌ ନିୟନ୍ତ୍ରିତ ରଖିଥାଏ । ପୋଟଳ ଚୋପାରେ ମାଗ୍ନେସିୟମ୍‌, ପୋଟାସିୟମ୍‌ ଓ ଫସଫରସ୍‌ ଭରପୁର ଥାଏ । ତେଣୁ ଏହାର ଚୋପା ନ କାଢ଼ି ଭଲ ଭାବରେ ଧୋଇ ଖାଇ ପାରିବେ ।

ତେବେ ଏଥିରେ ଦିଆଯାଇଥିବା ତଥ୍ୟକୁ ଚିକିତ୍ସାର ମାଧ୍ୟମ ଭାବେ ନନେଇ ଅଧିକ ବିବରଣୀ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.