ପ୍ରଥମ ଗାଡ଼ି ପାଇଁ ପାଗଳପଣ: ବିହାରର ଜଣେ ବ୍ୟକ୍ତି ଘରର ଛାତ ଉପରେ ଛିଡ଼ା କରାଇ ଦେଲେ ‘Scorpio’, ଫଟୋ ସେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ ଏମିତି କଥା

‘Scorpio’ ଗାଡ଼ି ପାଇଁ ଜଣେ ବ୍ୟକ୍ତି କେତେ ଯେ ଦିୱାନା ହୋଇପାରେ, ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବିହାରର ଜଣେ ବ୍ୟକ୍ତିଙ୍କୁ ନିଜର ପ୍ରଥମ Scorpio କାର ପ୍ରତି ଏତେ ଭଲ ପାଇବା ଥିଲା ଯେ ସେ ନିଜ ଛାତ ଉପରେ ମହିନ୍ଦ୍ରା Scorpio ଭଳି ଅବିକଳ ନକଲ ପାଣି ଟାଙ୍କି ତିଆରି କରିଦେଇଥିଲେ।

Scorpio ପାଇଁ ଏମିତି ଭଲ ପାଇବା ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି। ତେବେ ବ୍ୟକ୍ତିଙ୍କର ଏଭଳି କାମ ଆନନ୍ଦ ମହିନ୍ଦ୍ରାଙ୍କୁ ବି ବହୁତ ପ୍ରଭାବିତ କରିଛି। ଆନନ୍ଦ ମହିନ୍ଦ୍ରା ନିଜ ଟୁଇଟର ହ୍ୟାଣ୍ଡଲରୁ Scorpio ଟାଙ୍କିର ଫଟୋ ସେୟାର କରି ଲେଖିଛନ୍ତି, ‘Scorpio ଘରର ଛାତ ଉପରେ ଚମକୁଛି। ପ୍ରଥମ ଗାଡ଼ି ପ୍ରତି ଭଲ ପାଇବାକୁ ଆମେ ସେଲ୍ୟୁଟ କରୁଛୁ। ଘରର ମାଲିକ ପାଇଁ ସମ୍ମାନ’।

dds

କହି ରଖୁଛୁ, ଇନ୍ତସର ଆଲମ ନିଜର ପ୍ରଥମ କାର ମହିନ୍ଦ୍ରା Scorpio କିଣିଥିଲେ। ଏବେ ତାଙ୍କ ପ୍ରଥମ ଗାଡ଼ିର ମଡେଲ ତାଙ୍କ ଘରର ଛାତ ଉପରେ ଛିଡ଼ା ହୋଇଛି। ଏହା ଅସଲି ମହିନ୍ଦ୍ରା କାର ଭଳି ଦେଖାଯାଉଛି। ବାସ୍ତବରେ ଏହା ଏକ ପାଣି ଟାଙ୍କି, ଯାହାକୁ ତିଆରି କରିବା ପାଇଁ ତାଙ୍କୁ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.