ଅତ୍ୟଧିକ ଆଚାର ଖାଇବା ପୁରୁଷଙ୍କ ପାଇଁ ହାନିକାରକ, ଜାଣନ୍ତୁ ଏହା ପଛର କାରଣ

ଯେକୌଣସି ଖାଦ୍ୟ ହେଉ, ତାହାକୁ ଅଧିକ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ଆଚାର ଖାଇବାକୁ ଅଧିକାଂଶ ଲୋକ ଭଲ ପାଇଥାନ୍ତି । କାରଣ ଖାଇବା ସମୟରେ ଆଚାର ଟିକେ ଥିଲେ ଖାଦ୍ୟର ସ୍ୱାଦ ଯେପରି ଦୁଇଗୁଣ ବଢ଼ିଯାଇଥାଏ । ଆଚାର ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି କୁପ୍ରଭାବ ପକାଇଥାଏ । ତେଣୁ ଅତ୍ୟଧିକ ଆଚାର ଖାଇବା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ବିଶେଷକରି ଏହା ପୁରୁଷଙ୍କ ପାଇଁ ଅଧିକ ହାନିକାରକ ବୋଲି ଅଧ୍ୟୟନ କରି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଜାଣନ୍ତୁ ଏ ସମ୍ପର୍କରେ..

mango

ଏକ ଅଧ୍ୟୟନରୁ ଜଣାପଡ଼ିଛି, ପୁରୁଷମାନେ ସବୁବେଳେ ଆଚାର କିମ୍ବା ଖଟା ଜାତୀୟ ଖାଦ୍ୟ ଖାଇଲେ ଯୌନ କ୍ଷମତା ହରାଇଥାନ୍ତି । ଆମ୍ବ ଆଚାରରେ ଅଷ୍ଟାମିପ୍ରିଡ୍ ନାମକ ଏକ ଯୌଗିକ ତତ୍ତ୍ୱ ରହିଛି । ଏହା ଆଚାରକୁ ଅଧିକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିଥାଏ । ତେଣୁ ପୁରୁଷମାନେ ଅତ୍ୟଧିକ ମାତ୍ରାରେ ଆଚାର ଖାଇବା ମନା ।

pickle

ଏଥିପାଇଁ ପୁରୁଷମାନଙ୍କୁ ଅଧିକ ଆଚାର କରିବାକୁ ବାରଣ କରାଯାଇଛି। ଆଚାର ଖାଇବା ଦ୍ୱାରା ସେକ୍ସ କରିବାର ଇଚ୍ଛା ମଧ୍ୟ କମିଯାଏ।

ଏହାଛଡା, ଅତ୍ୟଧିକ ଆଚାର ଖାଇଲେ ଗ୍ୟାସ୍ଟ୍ରିକ୍ ସମସ୍ୟା ଦେଖାଯିବା ସହ କ୍ୟାନସର ଆଶଙ୍କା ମଧ୍ୟ ରହିଥାଏ । ବ୍ଲଡ୍ପ୍ରେସର ରୋଗୀଙ୍କ ପାଇଁ ଆଚାର ଆଦୌ ଶୁଭଙ୍କର ନୁହେଁ । ଆଚାରରେ ଲୁଣ ମିଶିଥିବାରୁ ଏହା ହୃଦ୍ରୋଗୀଙ୍କ ପାଇଁ ବି ହାନିକାରକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.