କ୍ରିସମାସ ସ୍ପେଶାଲ, ଆଜିଘରେ ଅତି ସହଜରେ ବନାନ୍ତୁ ଏଗଲେସ ଡ୍ରାଏ ଫ୍ରୁଟସ କେକ

ସାରା ଦେଶରେ ବର୍ତ୍ତମାନ କ୍ରିସମାସର ମାହୋଲ । ଏହି ଦିନରେ ସାଧାରଣତଃ ସମସ୍ତେ ନିଜ ଘରେ କେକ, ପିଠା, ଖିରି ଇତ୍ୟାଦି ପ୍ରସ୍ତୁତ କରୁଥିବେ । ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଅବସରରେ ସମସ୍ତେ ନିଜ ଘରେ କେକ ବନାଇବା ପାଇଁ ଇଛା କରୁଥିବେ କିନ୍ତୁ ସେହି ଗୋଟିଏ ସ୍ୱାଦ ବିଶିଷ୍ଟ ପୁରୁଣା କେକ ଖାଇ ଖାଇ ଆପଣ ବୋର ହୋଇଯାଇଥିବେ ନିଶ୍ଚୟ । ସେଥିପାଇଁ କ୍ରିସମାସ ଅବସରରେ ଆଜି ଆମେ ଆପଣଙ୍କ ପାଇଁ ଆଣିଦେଇଛୁ ଏଗଲେସ ଡ୍ରାଏ ଫ୍ରୁଟସ କେକ । ଏଥିରେ ଭରପୁର ମାତ୍ରାରେ ଡ୍ରାଏ ଫ୍ରୁଟସ ଥିବା କାରଣରୁ ଏହି କେକ ପ୍ରୋଟିନ ଏବଂ ଏନର୍ଜିରେ ଭରପୁର ହୋଇଥାଏ । ଏଥିରେ ମିଶାଯାଇଥିବା ଟୁଟିଫ୍ରୁଟି ପିଲାମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ତାହେଲେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଏଗଲେସ ଡ୍ରାଏ ଫ୍ରୁଟସ କେକ ।

ଆବଶ୍ୟକୀୟ ସାମଗ୍ରୀ

Related image

 

ଦେଢ଼ କପ ମଇଦା, ୧କପ ଚିନି ଗୁଣ୍ଡ, ୧କପ ବଟର, ୧ କପ କ୍ଷୀର, ୧ କପ କାଜୁ, ୧ କପ ଅଖରୋଟ, ୧ କପ କିସମିସ, ୧ କପ ବାଦାମ, ଅଧା ଚାମଚ ବେକିଙ୍ଗ ସୋଡ଼ା, ହାଫ ଟୁଟିଫ୍ରୁଟି, ୧ କପ କଣ୍ଡେନ୍ସଡ ମିଲକ ।

ପ୍ରସ୍ତୁତି ପ୍ରଣାଳୀ

Related image

କେକ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଦୁଇଟି ପାତ୍ର ନିଅନ୍ତୁ । ଗୋଟିଏରେ ମଇଦା, ବେକିଙ୍ଗ ପାଉଡର ଓ ବେକିଙ୍ଗ ସୋଡ଼ା ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ ଏବଂ ଅନ୍ୟଟିରେ ବଟର, କଣ୍ଡେନ୍ସଡ ମିଲକ ଓ ଚିନି ଗୁଣ୍ଡ ନେଇ ଭଲଭାବେ ମିକସ କରିଦିଅନ୍ତୁ । ତାପରେ ସେଥିରେ କ୍ଷୀର ପକାଇ ପୂର୍ବରୁ ଗୋଳାଇ ରଖିଥିବା ମଇଦାକୁ ଧୀରେ ଧୀରେ ପକାଇ ଭଲଭାବେ ଗୋଳାନ୍ତୁ ଧ୍ୟାନ ରଖନ୍ତୁ ଯେପରି ଭିତରେ କୌଣସି ମୁଣ୍ଡା ନରହିଯାଏ । ଏହାକୁ କ୍ଷୀର ପକାଇ ଅଧିକ ସମୟ ପର୍ଯ୍ୟନ୍ତ ଭଲଭାବେ ଗୋଳାନ୍ତୁ । ତାପରେ ସେଥିରେ ଡ୍ରାଏଫ୍ରୁଟ ଗୁଡିକ କାଟି ପକାଇ ମିକସ କରିଦିଅନ୍ତୁ ଏହାସହିତ ଏଥିରେ ଟୁଟିଫ୍ରୁଟି ମଧ୍ୟ ମିଶାଇ ଦିଅନ୍ତୁ । ଏହାପରେ ଓଭାନକୁ 180 ଡିଗ୍ରୀ ପର୍ଯ୍ୟନ୍ତ ପ୍ରିହିଟ କରିଦିଅନ୍ତୁ । ଏବେ କେକ ପ୍ରସ୍ତୁତ କରାଯାଉଥିବା ପ୍ୟାନରେ ପ୍ରଥମେ ଟିକିଏ ତେଲ ଲଗାଇ ଚିକଣ କରିଦିଅନ୍ତୁ ଓ ତା ଉପରେ ବଟର ପେପର ରଖି ସେଥିରେ ମଧ୍ୟ ଅଳ୍ପ ତେଲ ଲଗାଇ ଦିଅନ୍ତୁ । ତାପରେ ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ଏଥିରେ ଢାଳି 180ଡିଗ୍ରୀ ସେଣ୍ଟୀଗ୍ରେଡ଼ରେ 30 ରୁ 40 ମିନିଟ ପର୍ଯ୍ୟନ୍ତ ବେକ କରନ୍ତୁ । ଶେଷରେ ଟୁଥପିକ କିମ୍ବା ଚାଖୁ ସାହାଯ୍ୟରେ ଚେକ କରନ୍ତୁ କେକ ଭଲଭାବେ ସିଝିଲା କି ନାହିଁ । ଯଦି ଚାଖୁ ପରିଷ୍କାରଭାବେ ବାହାରକୁ ଆସିଯାଏ ତାହେଲେ ଯାଣିନିଅନ୍ତୁ ଯେ କେକ ଭଲଭାବେ ସିଝିଯାଇଛି । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଏଗଲେସ ଡ୍ରାଏ ଫ୍ରୁଟସ କେକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.