ମୁହଁରେ ଡବଲ ଚିନ ସମସ୍ୟାକୁ ନେଇ ହୁଅନ୍ତୁ ନାହିଁ ବ୍ୟସ୍ତ, ଆପଣାନ୍ତୁ ଏହି ସହଜ ଉପାୟ

ପ୍ରତ୍ୟେକ ଝିଅ ସୁନ୍ଦର ଦେଖାଯିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି ।  ଯାହା ପାଇଁ ସେ ବ୍ୟୁଟି ଟ୍ରିଟମେଣ୍ଟ କରିଥାନ୍ତି । ଏହାସହ ଅନେକ ଘରୋଇ ଉପାୟ ମଧ୍ୟ ଆପଣାଇଥାନ୍ତି । ମୁହଁରେ ଚର୍ବି ସାଧାରଣତଃ ବଢ଼ିଲେ ଆମେ ତାକୁ ଡବଲ ଚିନ କହିଥାଏ । ଖାଦ୍ୟପେୟରେ ନିୟନ୍ତ୍ରଣ ନ ରହିଲେ ଏହି  ସମସ୍ୟା ଦେଖାଯାଏ । ତେବେ ଏଥିପାଇଁ ଖାଦ୍ୟ ସହ ବ୍ୟାୟାମର ଆବଶ୍ୟକତା ରହିଛି ।

ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ । ମାନସିକ ଚିନ୍ତାରୁ ମଧ୍ୟ ଏହା ମୁକ୍ତି ଦେଇଥାଏ । ତେବେ ଡବଲ ଚିନ ପାଇଁ ଫେସ ଯୋଗ ମଧ୍ୟ ରହିଛି । ଅର୍ଥାତ ଫେସିଆଲ ଯୋଗ ମାଧ୍ୟମରେ ଆପଣ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଚାଲନ୍ତୁ ଜାଣିବା ଏହାର ଷ୍ଟେପ ଓ ଫାଇଦା ସମ୍ପର୍କରେ ।

ବ୍ଲୋଇିଂ ଏୟାର, ଆଇ ଫୋକସ, ଜାଙ୍ଗ ରିଲିଜ, ଲିପ ପୁଲ, ନେଟ ରୋଲ, ଚିନ ଲିଫ୍ଟ, ଚିକ ଅପଲିଫ୍ଟ ଭଳି ଯୋଗ ରହିଛି । ଯାହାକୁ କରିବା ଦ୍ୱାରା ଆପଣଙ୍କ ମୁହଁରେ ଏହି ଅତ୍ୟଧିକ ଚର୍ବି ଅଂଶ କମିଯିବ । ଏହାଦ୍ୱାରା ମୁହଁ ସୁନ୍ଦର ଦେଖାଯିବା ସହ ସୁସ୍ଥ ମଧ୍ୟ ରହିବ । ଏହାସହ ତ୍ୱଚା ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହାକୁ ପ୍ରତିଦିନ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.