ନିଜ ଘରର ଖାନଦାନ ଦେଖାଇଲା କନ୍ୟା, ବିବାହ ପୂର୍ବରୁ ବନ୍ଧୁକରୁ କଲା ବ୍ଲାଙ୍କ ଫାୟାରିଂ, ଡରିଗଲା ବର

ପ୍ରାୟତଃ ଆମେ ଏହା ଦେଖୁ କି, ବିବାହ ସମୟରେ ବରର ସାଙ୍ଗ ନଚେତ ସମ୍ପର୍କୀୟ ବନ୍ଧୁକରୁ ଫାୟାରିଂ କରିଥାନ୍ତି। ଯଦିଓ ଏମିତି କରିବାକୁ ମନା କରାଯାଇଥାଏ, ଯେପରି କାହାକୁ ଭୁଲରେ ଗୁଳି ନ ବାଜୁ, କିନ୍ତୁ କିଛି ଲୋକ ନିଜ ଖାନଦାନକୁ ଦେଖାଇବା ପାଇଁ ଏଭଳି କରିବାକୁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ।

ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଯେଉଁଥିରେ କନ୍ୟା ନିଜ ହାତରେ ବନ୍ଧୁକରୁ ଫାୟାରିଂ କରୁଥିବା ଦେଖାଯାଉଛି। ଏହି ଘଟଣା ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲାରେ ମେ’ ୩୦ରେ ହୋଇଥିବା ଏକ ବିବାହ ସମାରୋହରେ ଘଟିଛି।

ଏଠାରେ କନ୍ୟା ବରମାଳା ବିଧି ପୂର୍ବରୁ ଦବଙ୍ଗ ଷ୍ଟାଇଲରେ ବନ୍ଧୁକରୁ ଗୁଳି ଫୁଟାଉଛି। ଷ୍ଟେଜ ଉପରକୁ ଯିବା ପୂର୍ବରୁ କନ୍ୟା ବ୍ଲାଙ୍କ ଫାୟାରିଂ କରୁଛି। ଏହି ସମୟରେ ବର ଷ୍ଟେଜ ଉପରେ ଉପସ୍ଥିତ ଅଛି।

ଲାଲ ରଙ୍ଗର ଯୋଡ଼ା ପିନ୍ଧିଥିବା କନ୍ୟାର ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରେଣ୍ଡ କରୁଛି। ଷ୍ଟେଜ ଉପରେ ଉପସ୍ଥିତ ବର ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଉଛି। ତେବେ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.