ଫେଙ୍ଗସୁଇ ହାତୀ ଦୂର କରିଥାଏ ଘରର ଦୁଃଖ ଓ ଦୁର୍ଦ୍ଦଶା, କିଣିବା ପୂର୍ବରୁ ଜାଣନ୍ତୁ ଏହି ନିୟମ

ଭାରତୀୟ ବାସ୍ତୁ ଶାସ୍ତ୍ର ଭଳି ଚୀନର ବାସ୍ତୁ ଶାସ୍ତ୍ରକୁ ଫେଙ୍ଗସୁଇ ଶାସ୍ତ୍ର ବୋଲି କୁହାଯାଏ । ଏଥିରେ ଜୀବନରେ ନକରାତ୍ମକ ଶକ୍ତିକୁ ଦୂର କରିବା ସହ ଧନ, ମାନ ସମ୍ମାନ, କ୍ୟାରିଅର,ଚାକିରି,ପ୍ରେମ ଓ ସୁଖ ସମୃଦ୍ଧି ପାଇଁ ବହୁତ କିଛି ଉପାୟ ଦିଆଯାଇଛି । ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ ଘରେ ସୁଖ ଶାନ୍ତି ବଜାୟ ରହୁ ଓ ଏଥିପାଇଁ ସର୍ବଦା ସଫଳତା ଓ ଧନର ମାର୍ଗ ଖୋଲା ରହୁ । ଫେଙ୍ଗସୁଇ ଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି ଯାହା ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ ।

ଫେଙ୍ଗସୁଇରେ ହାତୀକୁ ବହୁତ ମହତ୍ୱ ଦିଆଯାଇଥାଏ । ଏହାକୁ ଘରେ ରଖିବା ଦ୍ୱାରା ଘରେ ସୁଖ ସମ୍ପଦ ଆସିଥାଏ । ଫେଙ୍ଗସୁଇ ହାତୀକୁ ସଫଳତାର ପ୍ରତୀକ ମନାଯାଇଥାଏ । ଏହାକୁ ଘରେ ରଖିବା ଦ୍ୱାରା ମନସ୍କାମନା ଶୀଘ୍ର ପୂର୍ଣ୍ଣ ହୋଇଥାଏ । ଆସନ୍ତୁ ଜାଣିବା ଏ ସମ୍ପର୍କରେ କିଛି ଖାସ କଥା ।

ଆବଶ୍ୟକ ଅନୁଯାୟୀ ରଖନ୍ତୁ ଫେଙ୍ଗସୁଇ ହାତୀ

  ଜୀବନରେ ସୁଖ, ସମ୍ମାନ ଓ ସଫଳତା ଯଦି ଚାହାଁନ୍ତି ତ ଶୁଣ୍ଢ ଉଠାଇଥିବା ହାତୀର ମୂର୍ତ୍ତି ଘର ଆଣନ୍ତୁ । ଏହାକୁ ଘରର ମୁଖ୍ୟ ଦ୍ୱାରରେ ରଖିବା ବହୁତ ଜରୁରୀ ହୋଇଥାଏ ।

  ନିସନ୍ତାନ ଦମ୍ପତିଙ୍କୁ ନିଜର ବେଡ ରୁମରେ ୨ ହାତୀର ମୂର୍ତ୍ତି ରଖିବା ଉଚିତ୍‌ । କୁହାଯାଏ ଏହାକୁ ରଖିବା ଦ୍ୱାରା ଶୀଘ୍ର ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ ।

  ହାତୀର ମୂର୍ତ୍ତି ଘରେ ରଖିବା ଦ୍ୱାରା ଘର ସୁରକ୍ଷିତ ରହିଥାଏ । ଫେଙ୍ଗସୁଇ ହାତୀ ଘରେ ରଖିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଆସିଥାଏ ଓ ଧନର ଆଗମନ ଲାଗି ରହିଥାଏ ।

ଫେଙ୍ଗସୁଇ ହାତୀ ରଖିବାର ନିୟମ

ଫେଙ୍ଗସୁଇ ହାତୀ କିଣିବା ଓ ରଖିବା ପାଇଁ କିଛି ଖାସ ନିୟମ ରହିଛି । ଯାହାକୁ ଜାଣିବା ବହୁତ ଜରୁରୀ । କେବେ ବି କଲା ରଂଗର ଫେଙ୍ଗସୁଇ ହାତୀ କିଣନ୍ତୁ ନାହିଁ । କାରଣ ଏହା ଶୁଭ ପରିଣାମ ଦେଇ ନଥାଏ । ଧଳା ରଂଗର ହାତୀ ରଖିବା ଦ୍ୱାରା ଘରର ମାହୋଲ ଭଲ ରହିଥାଏ । ହାତୀକୁ ସର୍ବଦା ଘରର ଉତ୍ତର ଦିଗରେ ରଖିବା ଉଚିତ୍‌ । ଘରେ ଯଦି ଦୁଇଟି ଫେଙ୍ଗସୁଇ ହାତୀ ରଖୁଛନ୍ତି ତେବେ ଏହାର ମୁହଁ ସାମନା ସାମନି ହେବା ଦରକାର । ନଚେତ ଘରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.