ଓଜନ ଫଟାଫଟ୍ କମାଇବା ପାଇଁ ଫଲୋ କରନ୍ତୁ ଏହି ଡାଏଟ୍ ପ୍ଲାନ, ୭ ଦିନରେ ହୋଇଯିବେ ସ୍ଲିମଟ୍ରିମ୍

ଆଜିକାଲି ସମସ୍ତେ ଓଜନ କମାଇବା ପାଇଁ ମର୍ଣ୍ଣିଂ ଓ୍ବାକ୍ ଯାଉଛନ୍ତି ତ ଆଉ କେହି କେହି ଜିମ୍ ମଧ୍ୟ ଯାଉଛନ୍ତି । କିନ୍ତୁ ଏହିସବୁ ନ କରି ଆପଣ ମଧ୍ୟ ଓଜନ କମାଇପାରିବେ। ଆପଣ ନିଜର ବଢୁଥିବା ଓଜନକୁ ନେଇ ଯଦି ଚିନ୍ତିତ ରହିଛନ୍ତି ତେବେ ଏହି ସବୁ ଉପାୟରେ ୭ଦିନରେ କମାଇ ପାରିବେ ୭କେଜି ଓଜନ । ମାତ୍ର ଏକ ସପ୍ତାହରେ ୭କେଜି ଓଜନ କମାଇପାରିବେ । ଏହାଦ୍ବାରା ଶରୀରରେ ବଢୁଥିବା ଜୈବିକ ପଦାର୍ଥ ଏବଂ ଦୂଷିତ ପଦାର୍ଥ କମିବ, ଶରୀରର ପାଚନକ୍ରିୟା ବୃଦ୍ଧି ପାଇବ, ଶରୀରରେ ଫ୍ୟାଟ୍ ମଧ୍ୟ କମିବ ।

ଜିମ୍ ଡାଏଟ୍ ପ୍ଲାନ୍ କୁ ୭ଦିନରେ ବିଭକ୍ତ କରାଯାଇଛି । ଯେଉଁଥିରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ନିୟମ ରହିଛି । ଆପଣ ସଂପୂର୍ଣ୍ଣ ଦିନର ଖାଦ୍ୟ ସହ ପ୍ରତ୍ୟେକ ଦିନ ୮-୧୨ଗ୍ଲାସ୍ ପାଣି ପିଇବା ଉଚିତ୍ । ଏହି ସବୁ ଖାଦ୍ୟ ଦ୍ବାରା ଆପଣଙ୍କୁ ଓଜନ କମାଇବା ପାଇଁ କୌଣସି ଅଭ୍ୟାସ କରିବାକୁ ପଡିବ ନାହିଁ ।

୭ ଦିନର ଡାଏଟ୍ ପ୍ଲାନ୍ :

ପ୍ରଥମ ଦିନରେ କେବଳ ଫଳ ଖାଆନ୍ତୁ । କଦଳୀକୁ ଛାଡି ଅନ୍ୟ ସମସ୍ତ ଫଳ ଖାଇପାରିବେ । ଅଧିକ ମାତ୍ରାରେ ଫଳ ଖାଇପାରିବେ ନାହିଁ । ଡାଏଟ୍ ରେ ଅଧିକ ତରଭୁଜ ଖାଇବା ଆବଶ୍ୟକ ।

ଦ୍ବିତୀୟ ଦିନରେ କେବଳ ପରିବା ଖାଆନ୍ତୁ । କଞ୍ଚା ପରିବା କିମ୍ବା ରନ୍ଧାଯାଇଥିବା ପରିବା ଖାଇପାରିବେ । ଅଧିକ ମାତ୍ରାରେ ପରିବା ଖାଇ ପାରିବେ ନାହିଁ । କମ୍ ଆଳୁ ଖାଆନ୍ତୁ ।

food

ତୃତୀୟ ଦିନରେ ଫଳ ଏବଂ ପରିବା ମିଶାଇ ଖାଆନ୍ତୁ । ତେବେ କଦଳୀ ଏବଂ ଆଳୁ ଖାଆନ୍ତୁ ନାହିଁ । ଅଧିକ ମାତ୍ରାରେ ଫଳ କିମ୍ବା ପରିବା ଖାଇବାରେ ମଧ୍ୟ କଟକଣା ନାହିଁ ।

ଚତୁର୍ଥ ଦିନରେ କେବଳ କଦଳୀ ଏବଂ କ୍ଷୀର ଖାଆନ୍ତୁ । ୬-୮ଟି କଦଳୀ ଖାଇପାରିବେ । ୩ ଗ୍ଲାସ୍ କ୍ଷୀର ପିଇପାରିବେ ।

ପଞ୍ଚମ ଦିନରେ ଚିକେନ୍, ମାଛ କେବଳ ୨୫୦ଗ୍ରାମ ଖାଆନ୍ତୁ । ମାଂସ ବ୍ୟତୀତ ଆପଣ ୬ଟି ଟମାଟୋ ଖାଇପାରିବେ । ଶାକାହାରୀମାନେ ମାଂସ ବ୍ୟତୀତ ବ୍ରାଉନ୍ ରାଇସ୍ କିମ୍ବା ଦେଶୀ ଲହୁଣୀ ଖାଇପାରିବେ । ଅତିରିକ୍ତ ୟୁରିକ୍ ଏସିଡି ବାହାରକରିବା ପାଇଁ ଅଧିକ ଦୁଇ ଗ୍ଲାସ୍ ପାଣି ପିଅନ୍ତୁ ।

fruit

ଷଷ୍ଠ ଦିନରେ ଚିକେନ୍, ମାଛ କେବଳ ୨୫୦ଗ୍ରାମ ଖାଆନ୍ତୁ । ଆଳୁକୁ ଛାଡି ଅନ୍ୟ ସମସ୍ତ ପରିବା ଅତ୍ୟଧିକ ଖାଇପାରିବେ । ସାକାହାରୀମାନେ ମାଂସ ବ୍ୟତୀତ ବ୍ରାଉନ୍ ରାଇସ୍ କିମ୍ବା ଦେଶୀ ଲହୁଣୀ ଖାଇପାରିବେ ।

ସପ୍ତମ ଦିନରେ କେବଳ ବ୍ରାଉନ୍ ରାଇସ୍, ଫଳ, ଫଳ ରସ ଏବଂ ପରିବା ଖାଇପାରିବେ । ଏସବୁ ଅତ୍ୟଧିକ ଖାଇପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.