Below header

କ୍ୟାରିଅରରେ ସଫଳତା ପାଇବାକୁ ଚାହୁଁଛନ୍ତି ଯଦି ଆପଣାନ୍ତୁ ଫେଙ୍ଗସୁଇର ଏହି ଟିପ୍ସ

ଭାରତୀୟ ବାସ୍ତୁ ଶାସ୍ତ୍ର ଭଳି ଚୀନର ବାସ୍ତୁ ଶାସ୍ତ୍ରକୁ ଫେଙ୍ଗସୁଇ ଶାସ୍ତ୍ର ବୋଲି କୁହାଯାଏ । ଏଥିରେ ଜୀବନରେ ନକରାତ୍ମକ ଶକ୍ତିକୁ ଦୂର କରିବା ସହ ଧନ, ମାନ ସମ୍ମାନ, କ୍ୟାରିଅର,ଚାକିରି,ପ୍ରେମ ଓ ସୁଖ ସମୃଦ୍ଧି ପାଇଁ ବହୁତ କିଛି ଉପାୟ ଦିଆଯାଇଛି । ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ ଘରେ ସୁଖ ଶାନ୍ତି ବଜାୟ ରହୁ ଓ ଏଥିପାଇଁ ସର୍ବଦା ସଫଳତା ଓ ଧନର ମାର୍ଗ ଖୋଲା ରହୁ । ଫେଙ୍ଗସୁଇ ଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି ଯାହା ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ ।

ଆଜି ଆମେ ଆପଣଙ୍କୁ କ୍ୟାରିଅରେ ଆସୁଥିବା ବାଧା ଦୂର କରିବା ପାଇଁ କିଛି ଫେଙ୍ଗସୁଇ ଟିପ୍ସ ବିଷୟରେ କହିବୁ । ଯାହା ଆପଣଙ୍କୁ କ୍ୟାରିଅର ଦିଗରେ ବହୁତ ସଫଳତା ଦେବ । ଆସନ୍ତୁ ଜାଣିବା କ’ଣ ଏସବୁ ।

• ଫେଙ୍ଗସୁଇ ଶାସ୍ତ୍ର ଅନୁସାରେ ନିଜ କ୍ୟାରିଅରରେ ଯଦି ସଫଳତା ଚାହୁଁଛନ୍ତି ତ ଘରର ଦ୍ୱାର ଦେଶରେ ଓ୍ଵିଙ୍ଗ ଚାଇମ୍‌ ଲଗାଇବା ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ରୋଜଗାର ବୃଦ୍ଧି ହେବା ସହ ଧନ ଲାଭକୁ ବି ଆକର୍ଷିତ କରିଥାଏ ।

• ଏହାଛଡ଼ା ଅଫିସ ବା ଦୋକାନରେ ଆପଣଙ୍କ ବସିବା ସ୍ଥାନ ପଛରେ ଦୌଡୁଥିବା ଘୋଡ଼ା ବା ପାହାଡ଼ର ଛବି ରଖନ୍ତୁ । ଏହାଦ୍ୱାରା ଆପଣଙ୍କ ଆଖପାଖରେ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଫଳରେ ଆପଣ ବହୁତ ଭଲ କାମ କରିଥାନ୍ତି ।

• ଆପଣଙ୍କ ଅଫିସରେ କାମ କରୁଥିବା ଟେବଲର ଉପର ଛାତରେ ଏକ ଡାଇମଣ୍ଡ କ୍ରିଷ୍ଟଲ ଝୁଲାଇ ରଖିବା ବହୁତ ଶୁଭ ମନାଯାଇଥାଏ । ଏହାଦ୍ୱାରା ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିନଥାଏ ।

• ଏହାଛଡ଼ା ଯଦି ଆପଣଙ୍କୁ ଟଙ୍କାର ସମସ୍ୟା ଆସୁଥାଏ ତ ଫେଙ୍ଗସୁଇ ଅନୁସାରେ ଆପଣଙ୍କ ଅଫିସରେ ବମ୍ବୁ (ବାଉଁଶ) ପ୍ଲାଣ୍ଟ ରଖନ୍ତୁ, ଶୁଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.