ଚାଣକ୍ୟ ନୀତି : ଏହି ପରିସ୍ଥିତିରେ ଅଧିକା ସଚ୍ଚୋଟତା ବି ଆପଣଙ୍କ ପାଇଁ ଆଣିପାରେ ସମସ୍ୟା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ଚାଣକ୍ୟ ବିଭିନ୍ନ ନୀତି ବିଷୟରେ ସଚେତନ କରାଇ ଲୋକଙ୍କୁ ସତର୍କ କରାଉଥିଲେ । ଜୀବନକୁ ଠିକ ଢ଼ଙ୍ଗରେ ନେବା ପାଇଁ ତାଙ୍କର ନୀତି ବେଶ ସହାୟକ ହେଉଥିଲା । ଆଜି ବ୍ୟକ୍ତିକୁ ଅଧିକ ସଚ୍ଚୋଟ ହେବା ବି ସମସ୍ୟା ଆଣିଥାଏ ବୋଲି ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି । ଆସନ୍ତୁ ଜାଣିବା ଏ ସମ୍ପର୍କରେ କ’ଣ କୁହନ୍ତି ଚାଣକ୍ୟ ।

ଅଧିକ ସଚ୍ଚୋଟତା ବି ଠିକ ନୁହେଁ

ଆଚାର୍ଯ୍ୟ ଚାଣକ୍ୟ ଏକ ସିଧା ଗଛର ଉଦାହରଣ ଦେଇ କହିଛନ୍ତି ଯେ ଯେପରି ଏକ ସିଧା ଗଛକୁ କାଟିବାରେ ବେଶୀ ଅସୁବିଧା ହୋଇ ନଥାଏ । ସହଜରେ ଏହା କଟିଯାଇଥାଏ । ଠିକ୍‌ ସେହିପରି କୌଣସି ବ୍ୟକ୍ତି ଆବଶ୍ୟକତା ଠାରୁ ଅଧିକ ସଚ୍ଚୋଟ ହେବା ଠିକ ନୁହେଁ । କାରଣ ସିଧା ଓ ସଚ୍ଚୋଟ ବ୍ୟକ୍ତି ଶୀଘ୍ର ଅଧିକ କଷ୍ଟ ଉଠାଇଥାନ୍ତି । ଅନ୍ୟ ଲୋକ ଏହି କଥାର ଫାଇଦା ଉଠାଇ ନିଜର କାମ କରାଇ ନେଇଥାନ୍ତି ।

ଏ ସମ୍ପର୍କରେ ଆହୁରି ସ୍ପଷ୍ଟ କରି ଚାଣକ୍ୟ କହିଛନ୍ତି ଯେ ଜୀବନରେ ଲକ୍ଷ ପ୍ରାପ୍ତି କରିବା ପାଇଁ ସଚ୍ଚୋଟତା ବହୁତ ଆବଶ୍ୟକ ତତ୍ତ୍ୱ । ହେଲେ ଶୀଘ୍ର ସଫଳତା ହେବା ପାଇଁ ବ୍ୟକ୍ତି ମଧ୍ୟରେ ସଚ୍ଚୋଟତା ସହ ଚତୁରତା ବି ରହିବା ଆବଶ୍ୟକ । ନଚେତ ଆପଣଙ୍କ ବିରୋଧୀ ଆପଣଙ୍କ ଯୋଜନାକୁ ଚୋରାଇ ଆପଣଙ୍କ ଆଗକୁ ଚାଲି ଯାଇ ପାରନ୍ତି ।

Leave A Reply

Your email address will not be published.