Below header

ଦିଲ୍ଲୀରେ ନୀତିଶଙ୍କ ରଣହୁଙ୍କାର,ଆମେ ମୁଖ୍ୟ ଫ୍ରଣ୍ଟ ହେବୁ

ନୂଆଦିଲ୍ଲୀ : ଦିଲ୍ଲୀରେ ନୀତିଶ ଦେଇଛନ୍ତି ରଣହୁଙ୍କାର । ତୃତୀୟ ସାମ୍ମୁଖ୍ୟ ଗଠନ ନୁହେଁ ଆମେ ମୁଖ୍ୟ ଫ୍ରଣ୍ଟ ହେବୁ ବୋଲି କହିଛନ୍ତି। ଏଥିପାଇଁ ବିରୋଧୀଙ୍କୁ ଏକଜୁଟ କରିବାରେ ସେ ଲାଗିଥିବା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏନେଇ ବିଦେଶରୁ ଫେରିବା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିବେ ନୀତିଶ । ଆବଶ୍ୟକ ପଡ଼ିଲେ ବିରୋଧୀ ଦଳର ନେତାମାନେ ପୁଣି ଥରେ ଏକାଠି ହେବେ । ସବୁ ବିରୋଧୀଙ୍କ ସକାରାତ୍ମକ ଆଭିମୁଖ୍ୟ ରହିଛି ।

ଆମେ ତୃତୀୟ ସାମ୍ମୁଖ୍ୟ ନୁହଁ ଆମେ ମୁଖ୍ୟ ସାମ୍ମୁଖ୍ୟ ହେବୁ ବୋଲି ସ୍ପଷ୍ଟ କରିଛନ୍ତି ନୀତିଶ । ବିରୋଧୀଙ୍କୁ ଏକାଠି କରିବା ଲାଗି ତାଙ୍କର ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି । ବିହାରରେ ବିଜେପିକୁ ଛାଡ଼ି ଆରଜେଡି ଓ କଂଗ୍ରେସ ସହ ମିଶି ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ ଏବେଠାରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନୂଆଦିଲ୍ଲୀରେ ନୀତିଶ କୁମାର ଏନଡିଏ ବିରୋଧୀ ଦଳର ନେତାଙ୍କୁ ପର୍ଯ୍ୟାୟକ୍ରମେ ଭେଟୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.