Below header

ଶ୍ରୀମଦ ଭଗବତ ଗୀତାକୁ ରାଷ୍ଟ୍ରୀୟ ଗ୍ରନ୍ଥ ଘୋଷଣା କରି ପାରନ୍ତି ସରକାର, ଆରମ୍ଭ ହେଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଦେଶରେ ରାଷ୍ଟ୍ରୀୟ ସଂଗୀତ, ରାଷ୍ଟ୍ର ଗୀତ,ରାଷ୍ଟ୍ରୀୟ ପତାକା ଭଳି ଖୁବ ଶୀଘ୍ର ରାଷ୍ଟ୍ରୀୟ ଗ୍ରନ୍ଥ ମଧ୍ୟ ଘୋଷଣା ହେବ । ଭାରତ ସରକାର ଶ୍ରୀମଦ୍‌ ଭଗବତ୍‌ ଗୀତାକୁ ରାଷ୍ଟ୍ରୀୟ ଗ୍ରନ୍ଥ ଭାବେ ଘୋଷଣା କରିପାରନ୍ତି । ଏହାକୁ ଆଇନତଃ ଘୋଷଣା ଦିଗରେ ସରକାର ବହୁତ ଗମ୍ଭୀର ସହ ବିଚାର କରୁଛନ୍ତି ।

ଏଥିପାଇଁ କେନ୍ଦ୍ର ସରକାର ଅଲଗା ଅଲଗା ମନ୍ତ୍ରଣାଳୟର ମତାମତ ଲୋଡିଛନ୍ତି । ପ୍ରକାଶଯୋଗ୍ୟ ଯେ ସରକାର ଏହି ନିଷ୍ପତି ମହାରାଷ୍ଟ୍ରର ବିଜେପି ସାଂସଦ ଗୋପାଳ ସେଟ୍ଟୀଙ୍କ ଦ୍ୱାରା ପଠାଯାଇଥିବା ଏକ ପତ୍ରକୁ ଭିତ୍ତି କରି ଏହି ନିଷ୍ପତ୍ତି ନେବାକୁ ଯାଉଛନ୍ତି ।

ମହାରାଷ୍ଟ୍ର ସାଂସଦ ଲେଖିଥିଲେ ପତ୍ର :

ମହାରାଷ୍ଟ୍ର ବିଜେପି ସାଂସଦ ଗୋପାଳ ସେଟ୍ଟୀ ୫ ଜୁଲାଇରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ପତ୍ର ଲେଖିଥିଲେ । ଏହି ପତ୍ରରେ ସେ ଗୃହମନ୍ତ୍ରୀଙ୍କୁ ଶ୍ରୀମଦ ଭଗବତ ଗୀତାକୁ ରାଷ୍ଟ୍ରୀୟ ଗ୍ରନ୍ଥ ଭାବେ ଘୋଷଣା କରିବାକୁ ଦାବି କରିଥିଲେ । ଗୃହମନ୍ତ୍ରୀ ୧୮ ଜୁଲାଇରେ ଏହି ପତ୍ରର ଉତ୍ତର ଦେଇଛନ୍ତି ଯେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ମାମଲାରେ ଗୃହମନ୍ତ୍ରୀ ଶିକ୍ଷା ମନ୍ତ୍ରଣାଳୟର ମଧ୍ୟ ରାୟ ମାଗିଛନ୍ତି । ଶିକ୍ଷା ମନ୍ତ୍ରଣାଳୟ ୧୦ ଅଗଷ୍ଟରେ ଶ୍ରୀମଦ ଭାଗବତ ଗୀତାକୁ ରାଷ୍ଟ୍ରୀୟ ଗ୍ରନ୍ଥ ଘୋଷିତ କରାଯିବାକୁ ନେଇ ନିଜର ମତ ମଧ୍ୟ ପଠାଇଛନ୍ତି । ଏହାପରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ସଂସ୍କୃତି ମନ୍ତ୍ରଣାଳୟକୁ ମଧ୍ୟ ଏ ସମ୍ପର୍କରେ ତାଙ୍କର ରାୟ ମାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.