ଫଲୋ କରନ୍ତୁ ଏହି ୫ ପ୍ରାକୃତିକ ଟିପ୍ସ, ଦୀର୍ଘ ଦିନର ପେଟ ସମସ୍ୟା ହୋଇଯିବ ଛୁ ମନ୍ତର

ଅନିୟମିତ ଖାଦ୍ୟପେୟ, ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ବର୍ତ୍ତମାନ ସମୟରେ ଆନେକଙ୍କ ଶରୀରରେ ନାନାଦି ରୋଗ ଦେଖାଦେଉଛି । ଅନେକଙ୍କ ଠାରେ ପେଟ ଜନିତ ସମସ୍ୟା ଯେମିତିକି ଗ୍ୟାସ, ପେଟ କଟା, କୋଷ୍ଠ କାଠିନ୍ୟ ପରି ସମସ୍ୟା ଯେମିତି ପିଛା ଛାଡ଼ୁନି । ଆଉ ମଧ୍ୟ ଦୀର୍ଘ ଦିନ ଧରି ଯଦି ଏହି ସମସ୍ୟା ଲାଗି ରୁହେ । ତେବେ ଜଟିଳ ରୋଗରେ ଆକ୍ରାନ୍ତ ହେବାର ମଧ୍ୟ ଆଶଙ୍କା ରହିଛି । ଏଗୁଡ଼ିକୁ ଆଦୌ ଅଣଦେଖା ନ କରି ଏହାର ଚିକିତ୍ସା କରାଇବା ଆବଶ୍ୟକ । ଏମିତି ବି ଦେଖାଯାଏ, ଏନେଇ ଡାକ୍ତରଙ୍କ ପରାମର୍ଶ ନେଇ ଏହା ପିଛା ହଜାର ହଜାର ଟଙ୍କା ବ୍ୟୟ କଲେ ମଧ୍ୟ ସେପରି କୌଣସି ଲାଭ ମିଳିପାରିନଥାଏ । କିନ୍ତୁ ଏତେ ସବୁ କରିବା ବଦଳରେ ଯଦି କିଛି ଘରୋଇ ତଥା ପ୍ରାକୃତିକ ଚିକିତ୍ସା ଅବଲମ୍ବନ କରାଯାଏ ତେବେ ଦୀର୍ଘ ଦିନର ଏହି ସମସ୍ୟାରୁ ନିଶ୍ଚିନ୍ତ ମୁକ୍ତି ମିଳିପାରିବ । ତେବେ ଆସନ୍ତୁ ଆଜି ସେବିଷୟରେ ଜାଣି ରଖିବା:

୧. ସୁଷମ ଖାଦ୍ୟ ସଠିକ ପରିମାଣରେ ଖାଆନ୍ତୁ: 

ଖାଦ୍ୟ ହଜମ ହେବା ପାଇଁ ଖାଦ୍ୟ ଖାଇବା ବି ନିହାତି ଜରୁରୀ । ଯଦି ଜଣେ ଡାଏଟ ଥାଆନ୍ତି ଓ ଆବଶ୍ୟକ ପରିମାଣରୁ କମ ମାତ୍ରାରେ ଖାଦ୍ୟ ଖାଉଥାନ୍ତି ତେବେ ମଧ୍ୟ କୋଷ୍ଠକାଠିନ୍ୟ ପରି ସମସ୍ୟା ଦେଖା ଦେଇପାରେ । ତେଣୁ ପ୍ରତିଦିନ ଉପଯୁକ୍ତ ପରିମାଣରେ ସୁଷମ ଖାଦ୍ୟ ନିହାତି ଖାଇବା ଉଚିତ ।

stomach

୨. ଖାଦ୍ୟ ଚୋବାଇ ଖାଆନ୍ତୁ:

ଛୋଟ ପିଲାମାନଙ୍କୁ ଖାଦ୍ୟ ଚୋବାଇ ଚୋବାଇ ଖାଇବା ପାଇଁ ପରାମର୍ଶ ଦିଆଯାଏ । ଏମିତିବି କୁହାଯାଏ ଡ଼ାଇନିଙ୍ଗ ଟେବଲରେ ଯେତେ ଅଧିକ ସମୟ ବସି ଖାଦ୍ୟ ଚୋବାଇବ ଖାଦ୍ୟ ସେତେ ଶୀଘ୍ର ଓ ସହଜରେ ହଜମ ହୋଇଯାଏ । ପାଟିରେ ହିଁ ଖାଦ୍ୟ ଖଣ୍ଡ ଖଣ୍ଡ ହୋଇଯିବାରୁ ପେଟ ଭିତରେ ଏହା ତୁରନ୍ତ ହଜମ ହୋଇଯାଏ ।

୩. ପ୍ରଚୁର ପାଣି ପିଅନ୍ତୁ:

ଦିନରେ ଶରୀରର ଓଜନ ମୁତାବକ ଉପଯୁକ୍ତ ପରିମାଣର ପାଣି ପିଇବା ନିହାତି ଆବଶ୍ୟକ । ଯାହାକି ଶରୀରକୁ ଆଦ୍ର ରଖିବା ସହିତ ହଜମରେ ସାହାଯ୍ୟ କରିଥାଏ । ଜଳ ପେଟରେ ଖାଦ୍ୟକୁ ଖଣ୍ଡ ଖଣ୍ଡ କରିଦେବା କାରଣରୁ ଆମ ଶରୀର ସହଜରେ ଖାଦ୍ୟରୁ ପୋୖସ୍ଟିକ୍ୟ ତତ୍ତ୍ୱ ଗ୍ରହଣ କରିପାରେ ।

stomach

୪. ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ:

ନିଜ ଡାଏଟ ଯେତେ ଦୂର ସମ୍ଭବ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ଅନ୍ତରାଷ୍ଟ୍ରୀୟ ଖାଦ୍ୟ ଓ ଔଷଧ ସଂସ୍ଥାନ ଅନୁଯାୟୀ, ପ୍ରତିଦିନ ୨୮  ଗ୍ରାମର ଫାଇବର ଶରୀର ମଧ୍ୟକୁ ଯିବା ଉଚିତ

୫. ଚାଲନ୍ତୁ, ଆକ୍ଟିଭ ରୁହନ୍ତୁ:

ଯଦି କେବେ ଆପଣଙ୍କୁ ଏସିଡ଼ିଟି କିମ୍ବା ଗ୍ୟାସ ହେଉଥିବାର ଅନୁଭବ କରୁଥାନ୍ତି । ତେବେ ବାହାରକୁ ଯାଇ ଖୋଲା ପବନରେ କିଛି ସମୟ ଚାଲନ୍ତୁ ।ମନେରଖନ୍ତୁ ଆପଣ ଯେତେ ନିଜକୁ ଆକ୍ଟିଭ ରଖିବେ ଖାଦ୍ୟ ଶୀଘ୍ର ହଜମ ହେବା ସହ ଶରୀର ମଧ୍ୟ ସୁସ୍ଥ ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.