ଆଖିର ଜ୍ୟୋତି ବଢ଼ାଇବା ପାଇଁ ଫଲୋ କରନ୍ତୁ ଦେଶୀ ଟିପ୍ସ, ଆଉ ପିନ୍ଧିବାକୁ ପଡ଼ିବନି ଚଷମା

ଆଖି ଆମ ଶରୀରର ସବୁଠାରୁ ସୁଖମ ଓ ନରମ ଅଙ୍ଗ । ତେଣୁ ଚକ୍ଷୁ ଭଳି ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗର ଧ୍ୟାନ ରଖିବା ନିହାତି ଆବଶ୍ୟକ । କିନ୍ତୁ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଲାପଟପ ସାମ୍ନାରେ କାଟିବା, ଟିଭି ଦେଖିବା, ଭୁଲ ଖାଦ୍ୟପେୟ କାରଣରୁ ଆମ ଆଖି ଧୀରେ ଧୀରେ ଦୁର୍ବଳ ହୋଇପଡେ । ଆଉ ଏହି କାରଣରୁ ଆଖିର ଜ୍ୟୋତି ବି ଦୁର୍ବଳ ହୋଇଯାଏ । ଆଉ ସମସ୍ୟା ବଢିଲେ ଚଷମା ଲଗାଇବାକୁ ଆମେ ବାଧ୍ୟ ହେଉ । ଆଉ ନିୟମିତ ଭାବରେ ଚଷମା ପିନ୍ଧିଲେ ମୁହଁର ସୌନ୍ଦର୍ଯ୍ୟ ବିଗିଡିଯାଏ । ତେଣୁ ଚଷମାରୁ ମୁକ୍ତି ପାଇବା ପାଇଁ କିଛି ଦେଶୀ ଉପାୟ ଅବଲମ୍ବନ କରିବା ଉଚିତ ।ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।
ଚଷମା ପିନ୍ଧିବାର କାରଣ:
– ଆଖିର ଯତ୍ନ ନ ନେଲେ
– ଆଖିରେ ପୋଷକ ତତ୍ତ୍ୱର ଅଭାବ ହେଲେ
– ବଂଶାନୁକ୍ରମିକ ଦୋଷ ଥିଲେ
– ଭିଟାମିନ ଏ କମ ଥିଲେ
– ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ସ୍କ୍ରିନ ସାମ୍ନାରେ ବିତେଇଲେ
ଚଷମା କାଢ଼ିବା ସହିତ ଆଖିର ଜ୍ୟୋତି ବଢାଇବା ପାଇଁ ଆଜି ଆମେ ଆପଣଙ୍କୁ ଦୁଇଟି ଦେଶୀ ଉପାୟ ବାବଦରେ କହିରଖୁଛୁ ।
୧. ଗାଈ ଘିଅ ସହ ଗୋଲମରିଚର ସେବନ:
ଅଧା ଚାମଚ ଗାଈ ଘିଅକୁ ଗରମ କରି ସେଥିରେ ଅଧା ଚାମଚ ଗୋଲମରିଚ ଗୁଣ୍ଡ ମିଶାନ୍ତୁ । ସକାଳେ ଖାଲି ପେଟରେ ଏହାକୁ ସେବନ କରନ୍ତୁ । ଏହା ପରେ ଗୋଟେ ଗ୍ଲାସ ଉଷୁମ ପାଣି ପିଇ ଦିଅନ୍ତୁ । ପ୍ରତିଦିନ ଏହାର ସେବନ ଆଖିର ଦୃଷ୍ଟି ଶକ୍ତି ବଢ଼ାଇଥାଏ | ଆପଣ ମାତ୍ର ୭ ଦିନ ଭିତରେ ଫରକ ଜାଣିପାରିବେ ।
୨. ସୋରିଷ ତେଲ ପାଦରେ ମାଲିସ କରନ୍ତୁ:
ଶୋଇବା ପୂର୍ବରୁ କିଛି ସୋରିଷ ତେଲ ପାଦ ତଳେ ମାଲିସ କରନ୍ତୁ । ୨ ରୁ ୩ ମିନିଟ ପାଇଁ ଗୋଲାକାର ଭାବରେ ମସାଜ କରନ୍ତୁ । ପରଦିନ ଗାଧୋଇବା ପରେ ନଖ ଉଷୁମ ପାଣିରେ କିଛି ସମୟ ବୁଡାଇ ଦିଅନ୍ତୁ । ରାତିରେ ପ୍ରତିଦିନ ପାଦର ମାଲିସ କରନ୍ତୁ । ଦିନ ସମୟରେ ତେଲ ମାଲିସ କଲେ ପାଦ ଖସି ଯିବାର ଅନେକ ଆଶଙ୍କା ରହିଛି ।