କଳା ଅପେକ୍ଷା ଗୋରାଙ୍କ ଠାରେ କ୍ୟାନସର ଅଧିକ

ବର୍ତ୍ତମାନ ସମୟ ହେଉଛି ନିଜକୁ ନିରୋଗୀ ରଖିବାର । କାରଣ କେତେବେଳେ ଯେ କୋଉ ମୁହୂର୍ତ୍ତରେ ରୋଗ ଆପଣଙ୍କ ଶରୀରରେ ଘର କରିବ ତାହା ଜଣାବିନଥିବ । ଆଜିକାଲିର ସମୟରେ ରୋଗ ହେଲେ ମଣିଷ କଣ କରିବ କିଛି ବୁଦ୍ଧି ବାଟ ଦିଶୁନି । ଆଉ ଯଦି କିଛି ବଡ ରୋଗ ହେଲା ତେବେ ତ କଥା ସରିଲା । ଯେମିତିକି ଡାଇବେଟିସ, କିଡନୀ ଡିଜିଜ, କ୍ୟାନସର, ହାର୍ଟ ଡିଜିଜ ଭଳି ଅନେକ । ଏହାରି ଭିତରେ ଏକ ରୋଗକୁ ନେଇ ଅନୁସନ୍ଧାନ ସାମନାକୁ ଆସିଛି ।

କର୍କଟର ଏକ ଅନୁସନ୍ଧାନରୁ ଜଣାପଡିଛି କି କଳା ଓ ଏସୀୟ ଲୋକଙ୍କଠାରେ କର୍କଟର ଆଶଙ୍କା କମ ଥାଏ । ଏଥିସହ ଗୋରା ଲୋକମାନେ ବିଶେଷ ଭାବରେ କର୍କଟରେ ପିଡୀତ ହେବାର ଆଶଙ୍କା ଅଧିକ ବଢିଯ।ଏ । କର୍କଟ ଉପରେ ଗବେଷଣା କରୁଥିବା ଏକ ସଂସ୍ଥା କ୍ୟାନସର ରିସର୍ଚ୍ଚ ୟୁକେ ଏହି ଦାବି କରିଛି । ଅନୁସନ୍ଧାକାରୀମାନେ କହିଛନ୍ତି ଯେ ୨୦୧୩ରୁ ୨୦୧୭ମଧ୍ୟରେ ଇଂଲଣ୍ଡରେ ରିପୋର୍ଟ ହୋଇଥିବା କର୍କଟ ରୋଗ ଆଧାରରେ ଏହି ଅନୁସନ୍ଧାନ କରାଯାଇଥିଲା । ଏବଂ ଫଳାଫଳ ପ୍ରକାଶ ପାଇଥିଲା । ଏହି ପଳାଫଳ କଳା ଓ ଏସୀୟଙ୍କ ମଧ୍ୟରେ କମ ଦର୍ଶାଉଛି ।
ଶ୍ୱେତଙ୍କ ତୁଳନାରେ କୃଷ୍ଣ ଓ ଏସୀୟଙ୍କ ମଧ୍ୟରେ କର୍କଟକୁ ନେଇ ଭିନ୍ନତା ରହିଛି । ଅନୁସନ୍ଧାନକାରୀ କ୍ୟାଟ୍ରିନା ବ୍ରାଉନ କହନ୍ତି ଏପରି ଲୋକଙ୍କ ଠାରେ କର୍କଟ ହେବାର ଆଶଙ୍କା ବିଭିନ୍ନ କାରଣରୁ ହୋଇଥାଏ । ଯେପରିକି ବ୍ୟକ୍ତିଙ୍କ ବୟସ ଓ ପିତାମାତାଙ୍କ ଠାରୁ ପ୍ରାପ୍ତ ଜିନ । ବ୍ରିଟେନରେ ୪୦ପ୍ରତିଶତ କର୍କଟ ରୋଗୀଙ୍କ ମାମଲା ଜୀବନଶୈଳିରେ ପରିବର୍ତ୍ତନ ଆଣି ରୋକାଯାଇପାରିବ ।

ବ୍ରିଟିଶ ଜର୍ଣ୍ଣାଲ ଅଫ କ୍ୟାନସରରେ ପ୍ରକାଶିତ ଅନୁସନ୍ଧାନରେ କୁହାଯାଇଛି ଯେ ବ୍ରିଟେନରେ କର୍କଟ ରୋଗ ବୃଦ୍ଧି ପାଉଛି । ଏହା ଉପରେ ଅଧିକ ଗବେଷଣା ହେବାର ଆବଶ୍ୟକତା ରହିଛି । ଅନୁସନ୍ଧାନ ମାଧ୍ୟମରେ ଏହା ଜଣାପଡିବ କି ବିଭିନ୍ନ ଗୋଷ୍ଠୀରେ କର୍କଟ କିପରି ବିକାଶ ହୁଏ ।
ଅନୁସନ୍ଧାନକାରୀ ମାନେ ଆହୁରି କହିଛନ୍ତି ଯେ କର୍କଟରୋଗକୁ ରୋକିବା ପାଇଁ ଧୂମପାନରୁ ଦୂରତା, ଓଜନକୁ ନିୟନ୍ତ୍ରଣରେ ରଖିବା ଓ ଠିକ ସମୟରେ ସ୍କ୍ରିନିଂ କରିବା ଆବଶ୍ୟକ । ଏହା କରିବା ଦ୍ୱାରା ଆପଣ କର୍କଟ ରୋଗର ଆଶଙ୍କା ହ୍ରାସ କରିପାରିବେ ।

ରିପୋର୍ଟ ଅନୁଯାୟୀ ଧଳା ଲୋକଙ୍କ ଠାରେ ଚର୍ମ କର୍କଟ ହେବାର ଆଶଙ୍କା ଅଧିକ ଥାଏ । ଏହି ଲୋକମାନଙ୍କଠାରେ ସ୍‌ୂର୍ଯ୍ୟଙ୍କ ପ୍ରବଳ କିରଣ ଯୋଗୁଁ ଚର୍ମର କ୍ଷତି ଅଧିକ ହୋଇଥାଏ । ଅବଶ୍ୟ ପୂର୍ବ ଅନୁସନ୍ଧାନରୁ ଜଣାପଡିଛି ଯେ କୃଷ୍ଣକାୟ ଲୋକ ଶ୍ୱେତ ଲୋକଙ୍କ ଅପେକ୍ଷା ପ୍ରୋଷ୍ଟେଟ କର୍କଟରେ ଅଧିକ ଆକ୍ରାନ୍ତ ହୁଅନ୍ତି ।

ଏଥିସହିତ ଜଣାପଡିଛି କି କଳା ଓ ଏସୀୟ ସମ୍ପ୍ରଦାୟର ଲୋକଙ୍କଠାରେ ଅଧିକ କର୍କଟ ରୋଗ ନହେବାର ମୁଖ୍ୟ କାରଣ ହେଉଛି ଧୂମପାନର ନିମ୍ନ ସ୍ତର । ଏହାଛଡା ଶ୍ୱେତକାୟଙ୍କ ଅପେକ୍ଷା କୃଷ୍ଣକାୟଙ୍କ ଠାରେ ଅନ୍ତନଳୀ, ସ୍ତନ କର୍କଟ ଓ ଫୁସଫୁସ କର୍କଟ ଭଳି କ୍ୟାନସର ହେବାର ଆଶଙ୍କା ରହିଥାଏ । ପରାମର୍ଶ ଦିଆଯାଉଛି ଯେ ଜୀବନଶୈଳିରେ ପରିବର୍ତ୍ତନ କରି କର୍କଟ ରୋଗର ଆଶଙ୍କା ବହୁ ପରିମାଣରେ କମିଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.