ବ୍ରେକଫାଷ୍ଟରେ ଖାଆନ୍ତୁ ଇଡଲି –ଦୋଷା, ଶରୀରକୁ ମିଳିବ ଉତ୍ତମ ପୋଷକ ତତ୍ତ୍ୱ

କୁହାଯାଏ ସକାଳ ଖାଇବା ଷ୍ଟ୍ରଙ୍ଗ ବା ଅଧିକ ହେବା ଜରୁରୀ। ଏହାଦ୍ୱାରା ଦିନ ସାରା କାମ କରିବାକୁ ଶକ୍ତି ମିଳିଥାଏ। ଏହାସହ ଶରୀର ପାଇଁ ଉତ୍ତମ ବ୍ରେକଫାଷ୍ଟ ବା ଜଳଖିଆ ଖୁବ ଜରୁରୀ ହୋଇଥାଏ। ତେବେ ଆମ ଭାରତରେ ଖାଦ୍ୟ ଉତ୍ତମ ସହିତ ତାର ଟେଷ୍ଟି ନେସ୍ କୁ ମଧ୍ୟ ଧ୍ୟାନ ଦିଆଯାଏ। ମାନେ ଯେମିତି ଇଟଲି ଆଉ ଦୋଷା କିମ୍ବା ଚକୁଳି।
ପ୍ରାୟ ସମୟରେ ଆମେ ଜଳଖିଆରେ ଇଡଲି, ଦୋଷା ଖାଇବାକୁ ପସନ୍ଦ କରୁ। ଏହା ଦକ୍ଷିଣ ଭାରତୀୟ ଖାଦ୍ୟ ଭାବେ ପ୍ରସିଦ୍ଧ । ଏହା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ହୋଇଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଦକ୍ଷିଣ ଭାରତୀୟ ଖାଦ୍ୟ ବହୁତ ଲାଭଦାୟକ ହୋଇଥାଏ। ତେବେ ଏହା ଶରୀର ପାଇଁ ମଧ୍ୟ ଖୁବ ଉପଯୋଗୀ ହୋଇଥାଏ। ଇଷ୍ଟରେ ଉପକାରୀ ବ୍ୟାକ୍ଟେରିଆ ଥାଆନ୍ତି । ଏହାର ବହୁତ ଲାଭଦାୟୀ ଗୁଣ ରହିଛି । ଏହାକୁ ପ୍ରୋବାୟୋଟିକ ଖାଦ୍ୟ କୁହାଯାଏ। ଏହା ଆମ ପାଇଁ ବହୁତ ଲାଭ ଦେଇଥାଏ।
ଏହି ଖାଦ୍ୟ ଆମ ହଜମ ପ୍ରକ୍ରିୟାକୁ ସ୍ୱାଭାବିକ ରଖିବା ସହିତ ଡାଇରିଆ ରୋଗରୁ ସୁରକ୍ଷା ଦେଇଥାଏ। ମହିଳାମାନଙ୍କ ପାଇଁ ଏହା ବହୁତ ଫଳପ୍ରଦ ହୋଇଥାଏ । ଏହା ଭେଜାଇନାଲ ଓ ୟୁରିନାରି ଟ୍ରାକକୁ ସୁସ୍ଥ ରଖିଥାଏ। ପ୍ରୋବୟୋଟିକ ଖାଦ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ବିଭିନ୍ନ ପ୍ରକାର ଏଲର୍ଜିରୁ ରକ୍ଷା କରିଥାଏ। ଅଧିକ ଆଣ୍ଟିବାୟୋଟିକ ଔଷଧ ଖାଇବା ଦ୍ୱାରା ହେଉଥିବା ପାର୍ଶ୍ୱ ପ୍ରତିକ୍ରିୟାରୁ ପ୍ରୋବାୟୋଟିକ ଖାଦ୍ୟ କମ କରିଥାଏ।
ପେଟ ଭଲ ରଖିବା ପାଇଁ ବିଦେଶରେ ଲୋକମାନେ ପ୍ରୋବାୟୋଟିକ ସପ୍ଲିମେଣ୍ଟ ଖାଇଥାଆନ୍ତି । ଏବେ ଭାରତରେ ମଧ୍ୟ ଏହି ଢାଞ୍ଚା ବଢ଼ିବାରେ ଲାଗିଛି। କିନ୍ତୁ ନିୟମ ଅନୁସାରେ ବଜାରରେ ମିଳୁଥିବା ସପ୍ଲିମେଣ୍ଟ ଠାରୁ ଭାରତୀୟ ଖାଦ୍ୟ ଖାଇବା ଦ୍ୱାରା ଅଧିକ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ପ୍ରାକୃତିକ ପ୍ରୋବାୟୋଟିକ୍ସ ପାଇଁ ଆପଣ ନିୟମିତ ଖାଦ୍ୟରେ ଦହି, ପନୀର, ଇଟଲି, ଦୋଷା ଓ ବଟରମିଲ୍କ ସାମିଲ କରିପାରିବେ।