ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ, ସକାଳୁ ଉଠି ତୁଳସୀ ପତ୍ର ଉପରେ ଅର୍ପଣ କରନ୍ତୁ ଜଳ

ମା’ ଲକ୍ଷ୍ମୀଙ୍କୁ ଧନ ଓ ସୌଭାଗ୍ଯର ଦେବୀ ବୋଲି କୁହାଯାଏ। ଯେଉଁ ବ୍ଯକ୍ତିଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି, ସେ ଧନବାନ ହୋଇଥାନ୍ତି। ଆଉ ଯେଉଁ ବ୍ଯକ୍ତିଙ୍କ ଉପରେ ମାତା ପ୍ରସନ୍ନ ନଥାନ୍ତି, ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଧନବାନ ହୋଇପାରନ୍ତି ନାହିଁ। ଏମିତି ଲୋକେ ଲୋକେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଅନେକ ଉପାୟ ଆପଣାନ୍ତି। ମାଙ୍କ କରୁଣା ବ୍ଯକ୍ତିକୁ ଧନ, ଅନ୍ନ ଏବଂ ବସ୍ତ୍ର ପ୍ରାପ୍ତି ହୋଇଥାଏ। ଏମିତିରେ ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି, ତେବେ ସକାଳୁ ଉଠି କରିବାକୁ ହେବ ଏମିତି ସବୁ କାମ।

ଘରର ବଡ ସଦସ୍ଯ ଏବଂ ମହିଳା ସକାଳୁଉଠି ସ୍ନାନ କରିବା ପରେ ତମ୍ବା ଢାଳରେ ତୁଳସୀକୁ ଜଳ ଅର୍ପଣ କରନ୍ତି। ସେଥିରୁ କିଛି ପାଣି ତୁଳସୀ ପତ୍ର ଉପରେ ପକାଇ ପୂଜା କରନ୍ତୁ ଏବଂ ସେଥିରୁ କିଛି ନେଇ ଘରର ମୁଖଯ ଦ୍ବାର ଏବଂ କୋଣରେ ପକାନ୍ତୁ। ଏମିତି କରିବା ଦ୍ବାରା ଘରେ ନକାରାତ୍ମକ ଶକ୍ତି ଦୂର ହୁଏ ଏବଂ ସୁଖ ସମ୍ଦ୍ଧି ବଢିଥାଏ।

ତୁଳସୀରେ ଜଳ ଅର୍ପଣ କରିବା ସମୟରେ ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଓଁ ନମୋ ଭଗବତେ ବାସୁଦେବାୟ’ ଜପ କରନ୍ତୁ। ଏମିତି କଲେ ମା’ ଲକ୍ଷ୍ମୀଙ୍କ କ୍ପା ରହିଥାଏ।

ପ୍ରତିଦିନ ସକାଳୁ ଘର ସଫା ସୁତରା କରିବା ପରେ ପୂଜା କରନ୍ତୁ। ଏହାସହିତ ଦୁଆର ମୁହଁରେ ଦୀପ ଲଗାନ୍ତୁ। ଏମିତି କଲେ ଘରକୁ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ।

ସକାଳୁ ଉଠିବା ପରେ ବାପା ମାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ। ଏମିତି କରିବା ଦ୍ବାରା ଘରେ ପଜିଟିଭ ମାହୋଲ ସହିତ ଆତ୍ମବିଶ୍ବାସ ବଢିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.