ଖାଇବାର ତରିକା ବଦଳାନ୍ତୁ, ଅଧିକ ଦିନ ପର୍ଯ୍ୟନ୍ତ ଶକ୍ତିଶାଳୀ ରୁହନ୍ତୁ

ସୁସ୍ଥ ରହିବା ପାଇଁ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ତେବେ ଅଧିକାଂଶ ଲୋକ ବିଭିନ୍ନ ପ୍ରକାର ପୋଷକଯୁକ୍ତ ଖାଦ୍ୟ ସେବନ କରୁଥିଲେ ହେଁ ବିଭିନ୍ନ କାରଣରୁ ଶରୀରକୁ ଆବଶ୍ୟକ ମାତ୍ରାରେ ଶକ୍ତି ମିଳିପାରି ନଥାଏ । ଉଦାହରଣ ସ୍ୱରୂପ, କିଛି ଲୋକ ସେଓକୁ କଞ୍ଚା ଚୋବାଇ ଖାଇଥାନ୍ତି ତ ଆଉ କିଛି ଜୁସ୍ ଓ ସାଲାଡ୍ କରି ଖାଇଥାନ୍ତି । ତେବେ ସମସ୍ତେ ଜାଣିବା ଦରକାର ଯେ, କିପରି ଖାଇଲେ ଖାଦ୍ୟରୁ ଶରୀରକୁ ଅଧିକ ମାତ୍ରାରେ ଶକ୍ତି ମିଳିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ ।

୧- ସାଧାରଣତଃ ଖାଦ୍ୟକୁ ରାନ୍ଧିବା ସମୟରେ ଅଧିକ ସିଝାଇବା ଫଳରେ ତା’ର ପୁଷ୍ଟିକର ଗୁଣସବୁ ହ୍ରାସ ପାଇଥାଏ । ସେହିପରି ଖାଦ୍ୟକୁ ଚୋବାଇ ଖାଇବା ଦ୍ୱାରା ଭିଟାମିନ ଓ ମିନେରାଲ ଶରୀରରେ ପହଞ୍ଚିବାରେ ବହୁତ ବିଳମ୍ବ ହୁଏ ।

୨- ସବୁଜ ପନିପରିବାରେ ଅଧିକ ମାତ୍ରାରେ ଫାଇବର ରହିଥାଏ । ଏହାଛଡ଼ା ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ଦ୍ରବୀଭୂତ ଭିଟାମିନ୍ ମଧ୍ୟ ରହିଛି । ଖାଦ୍ୟକୁ ରାନ୍ଧିବା ସମୟରେ ଏହାର ଭିଟାମିନ୍ ଅଂଶ କମ୍ ହୋଇଯାଏ । ସାଲାଡ୍ କରିବା ସମୟରେ ସବୁ ପରିବାକୁ ଏକତ୍ର କରିବା, କାଟିବା, ତା’ପରେ ଖାଇବା ଏହି ପ୍ରକ୍ରିୟାରେ ଏହାର ପୋଷକ ତତ୍ତ୍ୱ କମ୍ ହୋଇଯାଇଥାଏ ।

୩- ପରିବା ଜୁସ୍ ପିଇବା ଦ୍ୱାରା ଏହାର ପୋଷକ ତତ୍ତ୍ୱ ପେଟ ଭିତରେ ଅମ୍ଲୀୟ ପରିବେଶରେ ମଧ୍ୟ ରହିପାରିଥାଏ । ଅପରପକ୍ଷେ ସାଲାଡ ଓ ଖାଦ୍ୟ ଚୋବାଇ ଖାଇଲେ ଏପରି ହୋଇନଥାଏ । ଜୁସ୍ ପିଇବା ଦ୍ୱାରା ପାଚନ ଯନ୍ତ୍ର ଉପରେ କମ୍ ଚାପ ପଡ଼ିଥାଏ । ପରିବା ଜୁସ୍ ଶରୀର ମଧ୍ୟକୁ ଶୀଘ୍ର ପହଞ୍ଚି ପାରୁଥିବାରୁ ଏହା ଆଣ୍ଟିଅକ୍ଟିଡେଣ୍ଟ ପରି କାମ କରିଥାଏ । ଜୁସ୍ ପିଇବା ଦ୍ୱାରା ଆପଣଙ୍କ ଶରୀରର ଓଜନ ବୃଦ୍ଧି ଘଟେ ନାହିଁ ।

୪- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଦ୍ୟକୁ ଜୁସ୍ କରି ପିଇବା ଫଳରେ ଏହାର ଫାଇବର ଓ ଭିଟାମିନ୍ ଶରୀରରେ ପୂର୍ଣ୍ଣ ରୂପରେ ଓ ଶୀଘ୍ର ପହଞ୍ଚିଥାଏ । ଏହି ଜୁସ୍ ପିଇବା ଦ୍ୱାରା ଶରୀରରେ ପହଞ୍ଚୁଥିବା ମିନେରାଲ ପାଚନ ତନ୍ତ୍ରର କାର୍ଯ୍ୟ କ୍ଷମତା ବୃଦ୍ଧି କରିଥାଏ ।

୫- ପରିବାକୁ ରାନ୍ଧିବା ଓ ସାଲାଡ୍ ତିଆରି କରିବାରେ ଅଧିକ ସମୟ ଲାଗିଥାଏ, ମାତ୍ର ଜୁସ୍ ସହଜରେ ହୋଇଯାଇଥାଏ । ପ୍ରତ୍ୟେକ ଦିନ ଏକ ଗ୍ଲାସ୍ ସବୁଜ ପରିବା ଜୁସ୍ ପିଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଚର୍ମ, କେଶ ପାଇଁ ଏହା ବରଦାନ ସଦୃଶ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.