ଗୋଟିଏ ରସୁଣ ଦୂର କରି ଦେବ ଆପଣଙ୍କର ସବୁ ତ୍ୱଚା ସମସ୍ୟା; ଏମିତି ଉପାୟରେ କରନ୍ତୁ ବ୍ୟବହାର

ଆଜିକା ସମୟରେ ଲୋକମାନେ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ସବୁ କାରଣରୁ ଲୋକଙ୍କୁ ଲଜ୍ଜାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ୁଛି। ଏମିତିରେ ରୋଷେଇ ଘରେ ଦରକାର ପଡ଼ୁଥିବା ରସୁଣ ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ। ରସୁଣ ଭିତରେ ଏମିତି ଅନେକ ଗୁଣ ଭରି ରହିଛି, ଯାହା ତ୍ୱଚାର ଅନେକ ସମସ୍ୟାକୁ ଦୂର କରି ପାରିବ। ଆସନ୍ତୁ ଜାଣିବା ଏହି ସମସ୍ୟାଗୁଡିକ କ’ଣ ଏବଂ ତ୍ୱଚାରେ ରସୁଣ କିପରି ବ୍ୟବହାର କରାଯାଇ ପାରିବ।

ତ୍ୱଚାରେ ରସୁଣର ବ୍ୟବହାର

-ଚର୍ମ ସମସ୍ୟା ମଧ୍ୟରୁ ଗୋଟିଏ ହେଲା ଷ୍ଟ୍ରେଚ୍ ମାର୍କ ସମସ୍ୟା। ଷ୍ଟ୍ରେଚ୍‌ ମାର୍କ ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କ କାମରେ ଆସି ପାରିବ ରସୁଣ। ଷ୍ଟ୍ରେଚ୍ ମାର୍କ ହଟାଇବାରେ ରସୁଣ ବହୁତ ଉପଯୋଗୀ ହୋଇପାରେ। ଏମିତିରେ ଆପଣ ସୋରିଷ ତେଲରେ ୪-୫ଟି ରସୁଣ ପକାଇ ଫୁଟାନ୍ତୁ ଏବଂ ଏହି ତେଲକୁ ପ୍ରଭାବିତ ଜାଗାରେ ଲଗାନ୍ତୁ। ଏହା କରିବା ଦ୍ୱାରା ଷ୍ଟ୍ରେଚ୍ ମାର୍କରୁ ଆରାମ ମିଳି ପାରିବ।

-ବେଳେବେଳେ ଆମ ଚର୍ମ ଫୋଡ଼ି ଫୋଡ଼ି ହେଲା ଭଳି ଅନୁଭବ ହୋଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ରସୁଣ ବେଶ୍‌ ସହାୟକ ହୋଇପାରେ। ଏପରି ସ୍ଥିତିରେ ଆପଣ ରସୁଣ ରସକୁ ଉଷୁମ ପାଣିରେ ମିଶାଇ ନିଅନ୍ତୁ ଏବଂ ଏହାକୁ ପ୍ରଭାବିତ ସ୍ଥାନରେ ଲଗାନ୍ତୁ। ଏହାଦ୍ୱାରା ଆପଣ ନିଜ ଚେହେରାକୁ ସଫା ମଧ୍ୟ କରି ପାରିବେ। ଏମିତି କରିବା ଦ୍ୱାରା ଶୀଘ୍ର ଆରାମ ମିଳି ପାରିବ।

-ଚର୍ମର ଆଉ ଏକ ସମସ୍ୟା ହେଉଛି କୁଞ୍ଚନ ସମସ୍ୟା। ଚର୍ମ କୁଞ୍ଚନକୁ ଦୂର କରିବାରେ ରସୁଣ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇପାରେ। ଏମିତିରେ ଆପଣ ଖାଲି ପେଟରେ ରସୁଣ ଖାଇବା ଉଚିତ୍। ଏହା କରିବା ଦ୍ୱାରା ଶୀଘ୍ର ଆରାମ ମିଳି ପାରିବ। ଏହା ବ୍ୟତୀତ ଆପଣ ଚାହିଁଲେ ରସୁଣ ସହିତ ମହୁ ଏବଂ ଲେମ୍ବୁ ମିଶାଇ ପିଇ ପାରିବେ। ଏହି ମିଶ୍ରଣକୁ ସେବନ କରିବା ଦ୍ୱାରା ଶୀଘ୍ର ସମସ୍ୟା ଦୂର ହୋଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.