ଆପଣଙ୍କ କହୁଣୀ ଅଧିକ କଳା କି…ମାତ୍ର ୧୦ ମିନିଟ୍‌ରେ ଏହି କଳାପଣକୁ ଦୂର କରିବା ପାଇଁ ନିଶ୍ଚୟ କରନ୍ତୁ ୪ଟି ଉପାୟ

କହୁଣୀର କଳାପଣ ଯୋଗୁ ଆପଣ ଅନେକ ସ୍ଥାନରେ ଲଜ୍ଜା ଅନୁଭବ କରୁଛନ୍ତି କି? ଯଦି ଆପଣଙ୍କ ସହିତ ଏମିତି ଅନେକ ଥର ଘଟି ସାରିଛି, ତା’ ହେଲେ ଆଗକୁ ଆଉ ଟେନ୍ସନ ନିଅନ୍ତୁ ନାହିଁ। କାହିଁକି ନା, ଆମେ ଆପଣଙ୍କ ପାଇଁ ଏମିତି କିଛି ଘରୋଇ ଉପଚାର ନେଇକି ଆସିଛୁ, ଯାହା ଆପଣଙ୍କୁ ସାହାଯ୍ୟ କରି ପାରିବ। ଆପଣ ଘରେ ବସି ଏହା ସାହାଯ୍ୟରେ ବଢ଼ିଆ ରେଜଲ୍ଟ ପାଇ ପାରିବେ। ମାତ୍ର ୧୦ ମିନିଟ୍‌ ଭିତରେ କହୁଣୀରେ ଜମି ରହିଥିବା ମଇଳା ଦୂର ହୋଇଯିବ। ଲଗାତାର ଏହି ଉପଯୋଗ ଦ୍ୱାରା ଆପଣ ଏଥିରୁ ସମ୍ପୂର୍ଣ୍ଣ ଭାବେ ଛୁଟ୍‌କାରା ପାଇ ପାରିବେ। ତେବେ ଏହି ଉପାୟଗୁଡ଼ିକୁ ଆପଣ ବେକରେ ଜମିଥିବା ମଇଳା ଏବଂ ଆଣ୍ଠୁର କଳା ଦାଗକୁ ମଧ୍ୟ ଦୂର କରି ପାରିବେ। ଆସନ୍ତୁ ଜାଣିବା ଉପାୟ…

ଦହି ବେସନ: ଦହି ଓ ବେସନର ଲେପ ଆପଣ କହୁଣୀ, ବେକ ଏବଂ ଆଣ୍ଠୁରେ ଲଗାନ୍ତୁ। ଏହି ଲେପ ଲଗାଇବା ପରେ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ ଏବଂ ଏହାପରେ ହାଲୁକା ହାତରେ ମସାଜ କରନ୍ତୁ। ପରେ ଏହାକୁ ଧୋଇ ଦିଅନ୍ତୁ, ଏଥିରୁ ଆପଣଙ୍କୁ ଫରକ ନଜର ଆସିବ। ଏହି ଉପଚାରକୁ ଲଗାତାର କିଛି ଦିନ ଉପଯୋଗ କଲେ କହୁଣୀ ବିଲ୍‌କୁଲ ସଫା ହୋଇଯିବ।

ବେକିଂ ସୋଡା ଓ ପାଣି: ଅଳ୍ପ ପାଣିରେ ବେକିଂ ସୋଡା ମିଶାନ୍ତୁ। ଏହି ପେଷ୍ଟ୍‍କୁ ନିଜ କହୁଣୀ, ଆଣ୍ଠୁ ଏବଂ ବେକରେ ଲଗାନ୍ତୁ। ଲଗାଇବା ପରେ ଏହାକୁ ୧୦ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ପରେ ମିଶ୍ରଣକୁ ପାଣିରେ ଧୋଇ ନିଅନ୍ତୁ। ସପ୍ତାହରେ ଦୁଇ ଥର ଏମିତି କରନ୍ତୁ। ଦେଖିବେ ଧୀରେ ଧୀରେ ଫରକ ନଜର ଆସିବାକୁ ଲାଗିବ।

ଲେମ୍ବୁ, ଚିନି ଓ ମହୁ: ଲେମ୍ବୁ, ଚିନି ଓ ମହୁକୁ ମିଶାଇ ପେଷ୍ଟ୍‍ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ କହୁଣୀରେ ଲଗାନ୍ତୁ। ଲଗାଇବା ପରେ ୧୦ରୁ ୨୦ ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ। ହାଲୁକା ହାତରେ ଏହାକୁ ଧୀରେ ଧୀରେ ସ୍କ୍ରବ୍‌ କରି ସାଦା ପାଣିରେ ଧୋଇ ଦିଅନ୍ତୁ।

ଆଳୁ: କହୁଣୀର କଳାପଣ ଦୂର କରିବାରେ ଆଳୁ ମଧ୍ୟ ଆପଣଙ୍କୁ ସାହାଯ୍ୟ କରି ପାରିବ। ପ୍ରଥମେ ଆଳୁକୁ ଛୋଟ ଆକାରରେ କାଟି ନିଅନ୍ତୁ ଏବଂ ଏହାକୁ କହୁଣୀ, ବେକ ଓ ଆଣ୍ଠୁ ଉପରେ ରଖି ରଗଡ଼ନ୍ତୁ। ୨୦ ମିନିଟ୍‌ ପରେ ସେହି ସ୍ଥାନକୁ ପାଣିରେ ଧୋଇ ଦିଅନ୍ତୁ। ଏମିତି ପ୍ରତିଦିନ ଆପଣ କରି ପାରିବେ। ଏହାଦ୍ୱାରା ନା କେବଳ ଆପଣଙ୍କ ତ୍ୱଚା ସଫା ହେବ, ବରଂ ଏହା ସୁନ୍ଦର ମଧ୍ୟ ଦିଶିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.