ଏହି ରାଶିର ଝିଅମାନଙ୍କ ସହିତ ଭୁଲରେ ବି ନିଅନ୍ତୁ ନାହିଁ ଚ୍ୟାଲେଞ୍ଜ ,ଦିଅନ୍ତି ସେମାନେ ମୁହଁତୋଡ ଜବାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶିରୁ ମନୁଷ୍ୟର ସ୍ଵଭାଵ ସମ୍ପର୍କରେ କୁହାଯାଇପାରେ | ରାଶି ଉପରେ ଗ୍ରହର ପ୍ରଭାବ ପଡିଥାଏ | କିଛି ଗ୍ରହ ସୌମ୍ୟ ଓ ଶୁଭ ହୋଇଥିବାବେଳେ କିଛି ଗ୍ରହ କ୍ରୁର ଓ ଅଶୁଭ ହୋଇଥାନ୍ତି | ଏହି ଗ୍ରହର ଶୁଭ ଅଶୁଭ ସ୍ଥିତି ମନୁଷ୍ୟର ସ୍ଵଭାବକୁ ନିୟନ୍ତ୍ରଣ କରିଥାଏ | ଯେଉଁ ଝିଅମାନଙ୍କର ଏହି ରାଶି ହୋଇଥାଏ ସେମାନଙ୍କୁ କ୍ରୋଧ ଦେବାରେ ଭୁଲ କରନ୍ତୁ ନାହିଁ | ହୋଇପାରେ ବଡ ଅସୁବିଧା | ଜାଣନ୍ତୁ ଏହିସବୁ ରାଶି କଣ |

ମେଷ ରାଶି –

ରାଶି ଚକ୍ରରେ ମେଷ ରାଶିକୁ ପ୍ରଥମ ରାଶି ହିସାବରେ ମନାଯାଏ | ମେଷ ରାଶିର ସ୍ୱାମୀ ହେଉଛି ମଙ୍ଗଳ ଗ୍ରହ | ଯେଉଁ ଝିଅମାନଙ୍କର ରାଶି ମେଷ ଏବଂ କୁଣ୍ଡଳୀରେ ମଙ୍ଗଳର ସ୍ଥିତି କମଜୋର ହୋଇଥାଏ କିମ୍ବା ପାପ ଗ୍ରହ ମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥାଏ ସେ ଝିଅମାନେ ବହୁତ ରାଗି ହୋଇଥାନ୍ତି |ମଙ୍ଗଳର ସ୍ଥିତି ଯେବେ ଶୁଭ ହୋଇଥାଏ ତ ଏମିତି ଝିଅମାନେ ବହୁତ ଲିଡର ହୋଇଥାନ୍ତି |

ସିଂହ ରାଶି –

ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ ଦେବ | ସୂର୍ଯ୍ୟଙ୍କୁ ସମସ୍ତ ରାଶିମାନଙ୍କ ରାଜା ମନାଯାଇଥାଏ | ଏ ରାଶିର ଝିଅମାନେ ବାହାରେ କଠୋର ଦେଖାଇବା ପାଇଁ ଚେଷ୍ଟା କରନ୍ତି କିନ୍ତୁ ପ୍ରକୃତରେ ଭିତରେ ସେମାନେ ବହୁତ କୋମଳ ହୃଦୟର ହୋଇଥାନ୍ତି | ଏମାନଙ୍କର ଅଧିକାର କ୍ଷେତ୍ରରେ କେହି ଦଖଲ ଦେବାକୁ ଚେଷ୍ଟା କରନ୍ତି କିମ୍ବା ସମ୍ମାନ ଉପରେ ଆଞ୍ଚ ଆସିଥାଏ ତେବେ ଏମାନେ ସେ ବ୍ୟକ୍ତିକୁ କେବେ କ୍ଷମା କରନ୍ତି ନାହିଁ ଏବଂ ନିଜର ଶତ୍ରୁକୁ ଉଚିତ ଜବାବ ଦେଇ ପରାଜିତ କରିଥାନ୍ତି |

ମକର ରାଶି –

ମକର ରାଶିର ସ୍ୱାମୀ ହେଲେ ଶନି ଦେବ | ଏହି ରାଶିର ଝିଅମାନଙ୍କୁ ନିୟମ ପାଳନ କରିବାକୁ ଭଲ ଲାଗିଥାଏ | ଯେବେ କେହି ଭୁଲ କଥା କହନ୍ତି ତ ଏମାନେ ବରଦାସ୍ତ କରି ପାରନ୍ତି ନାହିଁ | ଏମାନଙ୍କର ସାମ୍ନାରେ ଠିକକୁ ଠିକ ଓ ଭୁଲକୁ ଭୁଲ କହିବା ଉଚିତ | ଯଦି ଏମିତି ନ କରନ୍ତି ତାହେଲେ ଏମାନେ ସେ ବ୍ୟକ୍ତି ଉପରେ ନାରାଜ ହୋଇଯାନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.