Below header

ବାସ୍ତୁ ଟିପ୍ସ ;ଭୁଲରେ ବି କରନ୍ତୁ ନାହିଁ ବାସ୍ତୁରେ ଏପରି ଭୁଲ, ନହେଲେ ଡୁବିଯିବେ କରଜରେ

ଅଧିକାଂଶ ଲୋକେ ବାସ୍ତୁ ଶାସ୍ତ୍ର ଓ ଆମ ଜୀବନରେ ଏହାର ଭୂମିକା ବିଷୟରେ ଜାଣନ୍ତି ନାହିଁ | ଜାଣି ଆଶର୍ଯ୍ୟ ହେବେ ଯେ ସାଧାରଣ ଛୁଞ୍ଚି ଥରିଘରର ପେଣ୍ଟିଙ୍ଗ ଯାଏ ବାସ୍ତୁ ଶାସ୍ତ୍ରରେ ସାମିଲ | ବାସ୍ତୁ ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିପାରେ | ବ୍ୟକ୍ତି କରଜରେ ବୁଡ଼ିଯାଉଥିବା ଦେଖିଥିବେ | ଏହା ପଛରେ ମଧ୍ୟ ବାସ୍ତୁ ଶାସ୍ତ୍ରର କାରଣ ହୋଇପାରେ |

ଆମେ ଦୈନନ୍ଦିନ ଜୀବନରେ ଛୋଟମୋଟ ଭୁଲ କରିଥାଉ ଯାହାକି ବାସ୍ତୁ ଦୋଷ ଆଡକୁ ଟାଣିନିଏ | ଘରେ ବସ୍ତୁ ଦୋଷ କାରଣରୁ ସଫଳତା ଓ ସମୃଦ୍ଧିରେ ବାଧା ଆସିଥାଏ | ଆଜି ଆସନ୍ତୁ ଜାଣିବା ଆମେ କରୁଥିବା ଏମିତି କିଛି ବାସ୍ତୁ ଭୁଲ ଯାହା ଆମକୁ ଅସୁବିଧାରେ ପକାଇଥାଏ |

ବିଛଣାରେ ଖାଆନ୍ତୁ ନାହିଁ – ଅଧିକାଂଶ ସମୟରେ ଆମେ ଦେଖିଥାଉ କି ଲୋକମାନେ ନିଜର ବିଛଣାରେ ବସି ଖାଇଥାନ୍ତି | ବାସ୍ତୁ ଅନୁସାରେ
ଏହାକୁ ଖରାପ ମନାଯାଇଥାଏ | କୁହାଯାଏ କି ଯେଉଁମାନେ ବିଛଣାରେ ଖାଇବା ଅଭ୍ୟାସ କରିଥାନ୍ତି ସେମାନେ କେବେ
ସମୃଦ୍ଧ ହୋଇ ପାରନ୍ତି ନାହିଁ | ଏମିତି ଅଭ୍ୟାସ ସଫଳତାର ରାସ୍ତାରେ ବିଘ୍ନ ଆଣିଥାଏ, ଯଦ୍ୱାରା ସହଜରେ ଆପଣ କରଜରେ ବୁଡି
ଯାନ୍ତି |

ରୋଷେଇରେ ଛାଡ଼ନ୍ତୁ ନାହିଁ ଅଇଁଠା ବାସନ – ବାସ୍ତୁ ଅନୁସାରେ ରାତି ଖାଇବା ପରେ ଅଇଁଠା ବାସନ ରୋଷେଇ ଘରେ ରଖିବା ଉଚିତ
ନୁହେଁ | ଅଶୁଦ୍ଧ ବାସନ ରଖିବା ଦ୍ୱାରା ଘରେ ଆର୍ଥିକ ଅଭାବ ହୋଇଥାଏ | ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ସର୍ବଦା ବାସନ ଧୋଇବାକୁ
ପରାମର୍ଶ ଦିଆଯାଏ | ଏହାଦ୍ୱାରା ନକରାତ୍ମକତା ଦୂର ହୋଇ ଆପଣଙ୍କର ଅସୁବିଧା ବି ଶେଷ ହୋଇ ଯାଇଥାଏ |

ପାଣି ଭରା ବାଲଟି ବାଥରୁମରେ ରଖନ୍ତୁ – ରାତିରେ ପାଣିରେ ଭରା ବାଲଟି ବାଥ୍ ରୁମରେ ରଖିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର
ହୋଇଥାଏ | ସାଙ୍ଗରେ ଏ ବି ମାନାଯାଇଥାଏ କି ରୋଷେଇ ବାଲ୍ଟିରେ ପାଣି ଭରୀ ରଖିବା ଦ୍ୱାରା ମୁସ୍କିଲ କମ ହୋଇ ଯାଇଥାଏ ଏବଂ
ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ |

ଘର ବାହାରେ ରଖନ୍ତୁ ନାହିଁ ଡଷ୍ଟବିନ – କିଛି ଲୋକ ଏମିତି ବି ହୋଇଥାଆନ୍ତି ଯାହାଙ୍କୁ ଘର ବାହାରେ ଡଷ୍ଟବିନ ରଖିବା ଅଭ୍ୟାସ
ହୋଇ ଥାଏ | ଏହାଦ୍ୱାରା ଆପଣଙ୍କ ପଡୋଶୀଙ୍କ ସହିତ ଶତ୍ରୁତା ହୋଇପାରେ |

ସନ୍ଧ୍ୟା ସମୟରେ ଭିକ୍ଷା ନ ଦେବା ଉଚିତ – ବାସ୍ତୁ ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଭିକ୍ଷା ଦେବା ଉଚିତ ନୁହେଁ | ଏହା ବ୍ୟତୀତ ଦୁଗ୍ଧ
,ଦହି ଏବଂ ଲୁଣ ମଧ୍ୟ କେହି ମାଗିଲେ ବି ଦେବା ଉଚିତ ନୁହେଁ |ଏଥିରେ ଆପଣଙ୍କ ଆର୍ଥିକ ସ୍ଥିତି ଖରାପ ହୋଇପାରେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.