ଯାହା ପାପୁଲିରେ ଥିବ ଏହି ପରି ରେଖା, ସେମାନେ ପାଇବେ ସରକାରୀ ଚାକିରି

ସାଧାରଣଲୋକଙ୍କର ସବୁଠାରୁ ଅଧିକ ଜିଜ୍ଞାସା ଏହି କଥା ପାଇଁ ରହିଥାଏ କି ତାଙ୍କ ଭାଗ୍ଯରେ ସରକାରୀ ଚାକିରି ଅଛି ନା ନାହିଁ? ପାଖରେ ଟଙ୍କା ରହିବ ନା ନାହିଁ ଏବଂ ତାଙ୍କ ଭାଗ୍ଯ କେବେ ଚମକି? ଏଭଳି କିଛି ବିଷୟରେ ଜାଣିବାର ଇଚ୍ଛା ସବୁଠାରୁ ପ୍ରଥମେ ଆସିଥାଏ । ଜୀବନରେ ଅର୍ଥର ବହୁତ ମହତ୍ବ ରହିଛି । ହସ୍ତରେଖା ଜ୍ଯୋତିଷରେ ପାପୁଲିର ଅଧ୍ଯୟନ କରାଯାଇ ଆପଣଙ୍କ ମନରେ ଆସୁଥିବା ଏହି ସବୁ ପ୍ରଶ୍ନର ଉତ୍ତର ପାଇପାରିବେ। ଆସନ୍ତୁ ଜାଣିବା ସରକାରୀ ଚାକିରୀ ଏବଂ ଧନବାନ୍ ହେବାର ସଙ୍କେତ ପାପୁଲିକୁ ଅଧ୍ଯୟନ କରି କିପରି ଜାଣିପାରିବେ।

palm2ଆମର ହାତ ପାପୁଲିରେ ମୁଖ୍ଯତଃ ତିନୋଟି ଜାଗାରେ ଆମ ଭାଗ୍ଯ, ଧନ, ଏବଂ ଚାକିରି ବାବଦରେ ସୂଚନା ମିଳିଥାଏ । ପ୍ରଥମ ସ୍ଥାନ ଗୁରୁ ହୋଇଥାଏ, ଯେଉଁ ସ୍ଥାନ ବ୍ଯକ୍ତିର ବୁଦ୍ଧି ଆଉ ବିବେକକୁ ଦର୍ଶାଇଥାଏ । ଦ୍ବିତୀୟ ସ୍ଥାନ ନ୍ଯାୟ ଏବଂ କର୍ତ୍ତବ୍ଯକୁ ଦର୍ଶାଇଥାଏ ଯାହା ଶନିଙ୍କର ସ୍ଥାନ ହୋଇଥାଏ, ଏବଂ ୩ୟ ସ୍ଥାନ ସୂର୍ଯ୍ଯଙ୍କର ସ୍ଥାନ ହୋଇଥାଏ, ଯାହା ସମ୍ପନ୍ନତା ଏବଂ ଉନ୍ନତିର ପ୍ରତିକ ହୋଇଥାଏ ।

ପାପୁଲିରେ ପ୍ରମୁଖ ରୂପରେ ଭାଗ୍ଯ ରେଖା,ଜୀବନ ରେଖା, ଆଉ ମସ୍ତିଷ୍କ ରେଖା ରହିଥାଏ । ଯାହା ହାତର ମଧ୍ଯ ଭାଗ୍ଯ ରେଖା ବାହାରିକି ଶନି ଆଉ ଗୁରୁ ପର୍ବତରେ ଯାଇକି ମିଶିଥାଏ, ସେହି ବ୍ଯକ୍ତିଙ୍କ ଜୀବନରେ ସରକାରୀ ଚାକିରିର ଯୋଗ ରହିଥାଏ । କିନ୍ତୁ ଏହି ରେଖା ଅଧାରୁ କଟିଯାଇଥିବା କିମ୍ବା ବଙ୍କା ହୋଇନଥିବା ଦରକାର ।

ଯଦି କେଉଁ ବ୍ଯକ୍ତିଙ୍କର ହାତ ପାପୁଲିରେ ସୂର୍ଯ୍ଯ ଆଉ ଶନି ପର୍ବତ ବାହାରିକି ଥିବ କିମ୍ବା ଗୁରୁ ପର୍ବତରେ କିଛି ବ୍ରୁତ, ତ୍ରୀଭୂଜ,ବର୍ଗ କିମ୍ବା କିଛି ଛୋଟ ରେଖା ଭାଗ୍ଯ ରେଖା ରୁ ଆସିକି ମିଶିଥିବ ତେବେ ସେହି ବ୍ଯକ୍ତିଙ୍କ ଭାଗ୍ଯ ରେ ସରକାରୀ ଚାକିରିର ଯୋଗ ରହିଥାଏ । ସେହି ବ୍ଯକ୍ତି ଉଚ୍ଚ ପଦ ପ୍ରାପ୍ତି କରିଥାନ୍ତି ।

palm1ଏହା ସହ ଯଦି କୌଣସି ବ୍ଯକ୍ତିଙ୍କ ହାତ ପାପୁଲିରେ ଗୁରୁ ଏବଂ ସୂର୍ଯ୍ଯ ପର୍ବତ ବାହାରିକି ରହିଥାଏ, ସେହି ବ୍ଯକ୍ତିମାନେ କୌଶଳି ଏବଂ ନିପୂଣତାରେ ଭରି ହୋଇ ରହିଥାନ୍ତି । ସେହି ବ୍ଯକ୍ତିଙ୍କର ଜୀବନକାଳର ୩୦ ବର୍ଷ ଭିତରେ ହିଁ ତାଙ୍କୁ କୌଣସି ସରକାରୀ ଚାକିରୀ ମିଳିଥାଏ ।

Manibandhସେହିପରି ଯଦି ଭାଗ୍ଯ ରେଖା ଆପଣଙ୍କ ପାପୁଲିର ମଣିବନ୍ଧ କିମ୍ବା କଚଟିରୁ ଶୁକ୍ରକୁ ଯାଇ ସିଧା ସୂର୍ଯ୍ଯ ପର୍ବତରେ ସଫା ଭାବେ ଏକାଠି ହୋଇଥାଏ,ତେବେ ସେହି ବ୍ଯକ୍ତି ବହୁତ ନାମ ,ଯଶର ଅଧିକାରୀ ହୋଇଥାନ୍ତି । ଏହି ବ୍ଯକ୍ତିଙ୍କ ଜୀବନରେ ମା ଲକ୍ଷ୍ମୀଙ୍କର ଆର୍ଶିବାଦ ସର୍ବଦା ରହିଥାଏ । ଏହି ବ୍ଯକ୍ତି ସରକାରୀ କ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧିକାରୀ ହୋଇଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.