Below header

ବିଜ୍ଞାନ ନା ଆଶ୍ଚର୍ଯ୍ଯ ? କାହିଁକି ଜନ୍ମ ହୋଇଥାନ୍ତି ଏକାଧିକ ହାତ, ଗୋଡ ଏବଂ ଗୋଟିଏ ମୁଣ୍ଡ ଥିବା ପିଲା  

କିଛି ଦିନ ତଳେ ଉତ୍ତରପ୍ରଦେଶର ଗୋରଖପୁରରେ ଏକ ଅଦ୍ଭୂତ ପିଲା ଜନ୍ମ ହୋଇଥିଲା । ଯାହାର ଥିଲା ଚାରିଟି ଗୋଡ ଏବଂ ଦୁଇଟି ଲିଙ୍ଗ । ହେଲେ ଜନ୍ମ ହେବାର ଦୁଇ ଦିନ ପରେ ପିଲାଟିର ମୃତ୍ୟୁ ହୋଇଯାଇଥିଲା । ତେବେ ଏହା ଦେଶର ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏମିତି ଘଟଣା ଦେଖିବାକୁ ମିଳିଛି । ଆମ ଦେଶରେ ଏଭଳି ପିଲାମାନଙ୍କୁ ଭିନ୍ନ ଭିନ୍ନ ନଜରରେ ଦେଖାଯାଇଥାଏ । କେହି ଏମାନଙ୍କୁ ଶୁଭ କହିଥାଏ ତ କେହି କହିଥାଏ ଅଶୁଭ । କିନ୍ତୁ କଣ ସତରେ ଏପରି ପିଲା ଜନ୍ମ ହେବା ଏକ ଆଶ୍ଚର୍ଯ୍ଯ ନା ରୋଗ ।

ବିଜ୍ଞାନ ନା ଆଶ୍ଚର୍ଯ୍ଯ ?

baby .ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହା କୌଣସି ଆଶ୍ଚର୍ଯ୍ଯ ନୁହେଁ  । ଅସଲରେ ଏହି ପୁରା ଘଟଣା ଯାଆଁଳା ପିଲା ସହ ଜଡିତ । ମା’ର ଗର୍ଭରେ ଭୃଣ ହେବା ପରେ ଅନେକ ସମସ୍ଯା ଉତ୍ପନ୍ନ ହେବାର ସମ୍ଭାବନା ଥାଏ । ଯାହା ଫଳରେ ଗର୍ଭରେ ଯାଆଁଳା ଶିଶୁ ସମ୍ପୂର୍ଣ୍ଣ ଭାବରେ ବିକଶିତ ହୋଇପାରିନଥାନ୍ତି ।

ମେଡିକାଲ୍ ବିଜ୍ଞାନ କହେ ଏଭଳି ମାମଲାରେ ଭୃଣର ଯେତିକି ଭାଗ ଯୋଡି ହୋଇଥାଏ ସେତିକି ଭାଗ ବିକଶିତ ନହୋଇ ଅନ୍ଯ ଅଂଶ ବିକଶିତ ହୋଇଥାଏ । ଏବଂ ବିକଶିତ ହୋଇ ଶରୀରର ଅଙ୍ଗ ହୋଇଯାଇଥାଏ । ଆର୍ଥାତ୍ ମା’ର ଗର୍ଭରେ ଯଦି ଭୃଣ ଦୁଇ ଭାଗରେ ସମ୍ପୂର୍ଣ୍ଣ ବିଭାଜିତ ହୋଇଯାଏ ତେବେ ଯାଆଁଳା ଶିଶୁ ଜନ୍ମ ହୋଇଥାନ୍ତି । ଆଉ ଯଦି ଭୃଣ ସମ୍ପୂର୍ଣ୍ଣ ଭାବରେ ଦୁଇ ଭାଗ ନହୋଇ ପିଲା ଜନ୍ମ ହୋଇଥାଏ ସେତେବେଳେ ସେମାନଙ୍କ ଶରୀରର ଅଙ୍ଗ ଯୋଡି ହୋଇଥାଏ । ଅର୍ଥାତ୍ ଗୋଟିଏ ପିଲାର ଅତିରିକ୍ତ ଅଙ୍ଗ ହୋଇଯାଏ ।

ଚିକିତ୍ସା :

healthy babyଯଦି କୌଣସି ମହିଳାଙ୍କ ଗର୍ଭରେ ଏପରି ପିଲା ଥାଏ ତେବେ ଏହା ବିଷୟରେ ପତ୍ତା ଲଗାଯାଇପାରିବ । ଫଳରେ ବାପା ମା’ ଚାହିଁଲେ ଗର୍ଭପାତ କରିପାରିବେ । ଡାକ୍ତରଙ୍କ ଅନୁସାରେ, ୪/୫ ମାସର ଗର୍ଭଧାରଣ ପରେ ସୋନୋଗ୍ରାଫି କରି ଏହା ପତ୍ତା ଲଗାଯାଇପାରିବ ଯେ ପିଲାର ସ୍ଥିତି କଣ ଅଛି । ଏହା ବ୍ଯତୀତ ଆଉ ଏକ ଉପାୟ ହେଉଛି ଯଦି କୌଣସି ମହିଳାଙ୍କ ଗର୍ଭରେ ଏକାଧିକ ପିଲା ଅଛନ୍ତି ଏବଂ ଜଣେ ଠିକ୍ ଭାବରେ ବିକଶିତ ହେଉଛି କିନ୍ତୁ ଅନ୍ଯ ଜଣକ ନୁହେଁ ତେବେ ତାକୁ ଇଞ୍ଜେକ୍ଟ କରି ଶେଷ କରିଦିଆଯାଇପାରିବ । ଯାହା ଫଳରେ ଠିକ୍ ଭାବରେ ବିକଶିତ ହେଉଥିବା ପିଲାକୁ ମା’ ଦ୍ବାରା ମିଳୁଥିବା ପୋଷଣ ପୁରା ମିଳିପାରିବ । ଯଦି ଏପରି କରାଯାଇନପାରିବ ତେବେ ମା’ର ପୋଷଣ ପିଲାମାନଙ୍କ ବିଭାଜିତ ହୋଇଯିବ ଏବଂ ପିଲା ଠିକ୍ ଭାବରେ ବିକଶିତ ହୋଇପାରିବନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.