Below header

ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନବନ୍ଦର

ଝାରସୁଗୁଡ଼ା(କେନ୍ଯୁଜ୍) : ଝାରସୁଗୁଡ଼ା ବିମାନବନ୍ଦର ଉଦଘାଟନ ପରେ ବିମାନ ଉଡାଣ ଆରମ୍ଭ ହୋଇଛି । ଝାରସୁଗୁଡାରୁ ରାୟପୁରକୁ ପ୍ରଥମ ଉଡାଣ ଅାରମ୍ଭ ହୋଇଛି । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ । ଝାରସୁଗୁଡ଼ା ବିମାନବନ୍ଦରକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଯେଉଁ ପ୍ରସ୍ତବକୁ ମୋଦି ଗ୍ରହଣ କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ, ବିମାନବନ୍ଦର ପାଇଁ ୧୨୦ ଏକର ଉପଯୋଗୀ ଜମି ଦେଇଛନ୍ତି ସରକାର । ୭୫ କୋଟି ଟଙ୍କା ବି ଦେଇଛନ୍ତି । ସମସ୍ତ ପ୍ରକାର ସହାୟତା ଦେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ବିମାନବନ୍ଦର କାର୍ଯ୍ଯକ୍ଷମ ଦ୍ୱାରା ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ୱପ୍ନ ପୂରଣ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.