ଏଠାରେ ଟଙ୍କା ନେଇ ନୁହେଁ ମାଗଣାରେ ହୋଇଥାଏ ଦେହ ବ୍ଯବସାୟ, ହେଲେ ଗୋଟିଏ ସର୍ତ୍ତ..

ଗୋଲ୍ ବେଡ୍, ବେଡରେ ଧଳା ସଫା ବେଡସିଟ୍ । ପୁରା ରୁମକୁ ଏପରି ସଜା ଯାଇଛି ଯେମିତି ବରଫରେ ତିଆରି ଇଗଲୁ । ବେଡର ଦେଖାଶୁଣା ପାଇ ଗୋଟିଏ ଧଳା ଭାଲୁ ମଧ୍ୟ ରହିଛି । ପାଖରେ ଅଛି ଟେଲିଫୋନ୍ ଏବଂ ଗୋଟିଏ କ୍ଯାମରା ମଧ୍ୟ ଫିଟ୍ କରାଯାଇଛି । ତେବେ ବାକି ସଜାସଜି ତ ଠିକ୍ ଅଛି ହେଲେ ରୁମରେ କ୍ଯାମେରାର କଣ କାମ ।

ତେବେ ଏହି ରୁମ୍ କୌଣସି ଷ୍ଟୁଡିଓ କିମ୍ବା ଘର ନୁହେଁ ବରଂ ଗୋଟିଏ ବେଶ୍ଯାଳୟ । ସହରର ଏମିତି ଏକ ବେଶ୍ଯାଳୟ ଯେଉଁଠାରେ ଗ୍ରାହକଙ୍କର ଲାଗିଥାଏ ଲମ୍ବା ଲାଇନ୍ । ଆଉ ଏହି ଲମ୍ବା ଲାଇନ୍ ପଛର କାରଣ ହେଉଛି ଏଠାରେ ମାଗଣା ଶାରୀରିକ ସମ୍ପର୍କ ରଖିଥାନ୍ତି ଦେହଜୀବୀ । ହେଲେ କାହିଁକି ?

prostute

ବିଶ୍ବରେ ପ୍ରାୟ ୧୫ଟି ଏମିତି ଦେଶ ଅଛି ଯେଉଁଠାରେ ଏପରି କାମକୁ କରାଯାଇଛି ଆଇନଗତ । ଆଉ ଯେଉଁ ଦେଶରେ ଏହା ଅପରାଧ ସେଠାରେ ମଧ୍ୟ ଜୋରରେ ମୁଣ୍ଡ ଟେକୁଛି ଏହି ଦେହ ବ୍ଯବସାୟ । ସେମିତି ଏକ ଦେଶ ହେଉଛି ଚେକ୍ ଗଣରାଜ୍ଯ । ଯାହାର ରାଜଧାନୀ ପ୍ରାଗରେ ଏମିତି ଏକ ବେଶ୍ଯାଳୟ ଚାଲୁଥିଲା ଯାହା ପୁରା ବିଶ୍ବରେ ପ୍ରସିଦ୍ଧ ଥିଲା । ଯେଉଁଠି ପ୍ରତିରାତିରେ ହେଉଥିବା ଦେହର ବ୍ଯବସାୟ , ତାହା ବି ସମ୍ପୂର୍ଣ୍ଣ ମାଗଣା  ।

ଏହି ବେଶ୍ଯାଳୟର ନାଁ ହେଉଛି ବିଗ୍ ସିଷ୍ଟର୍ । ଯଦିଓ ଏହି ବେଶ୍ଯାଳୟ ୨୦୧୦ରେ ବନ୍ଦ ହୋଇଯାଇଛି କିନ୍ତୁ ଏହାର ଚର୍ଚ୍ଚା ଆଜି ବି ହେଉଛି । ଏହା ଏଥିପାଇଁ ଏଠାରେ ଟଙ୍କା ନନେଇ ଶାରୀରିକ ସମ୍ପର୍କ ରଖୁଥିଲେ ଦେହଜୀବୀ । କିନ୍ତୁ ବଦଳରେ ଗୋଟିଏ ସର୍ତ୍ତ ପୁରା କରୁଥିଲେ ଗ୍ରାହକ ।

camera

ଏଠାରେ ଗ୍ରାହକଙ୍କୁ ରୁମ୍ ମଧ୍ୟକୁ ପଠାଇବା ପାଇଁ ତାଙ୍କ ସହ ଡ଼ିଲ୍ କରାଯାଇଥାଏ କି ସେ ଯେତେବେଳେ ସମ୍ଭୋଗ କରିବେ ତାହା କ୍ଯାମେରାରେ ରେକର୍ଡ଼ କରାଯିବ। ଏହାପରେ ତାଙ୍କର ସେହି ସେକ୍ସ ଟେପକୁ ବିକ୍ରି କରାଯାଇ ଟଙ୍କା ରୋଜଗାର କରାଯାଇଥାଏ। ସବୁଠାରୁ ଆଶ୍ଚର୍ଯ୍ଯକର କଥା ହେଉଛି କି ଏହି ସମୟରେ ନା କେବଳ ବୈଶ୍ଯା ଏବଂ ଗ୍ରାହକଙ୍କର ଭିଡ଼ିଓ ରେକଡ଼ କରାଯାଇଥାଏ ତାହା ନୁହଁ ବରଂ ପାଖରେ ଟେଲିଫୋନ୍ ଜରିଆରେ ତାଙ୍କୁ ନିର୍ଦ୍ଦେଶ ମଧ୍ୟ ପ୍ରଦାନ କରାଯାଇଥାଏ। ଯାହା ଫଳରେ ତାଙ୍କୁ ଭଲ ଭିଡ଼ିଓ ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.