Below header

ଝାରସୁଗୁଡା ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡିଲା ପ୍ରଥମ ବିମାନ

ଝାରସୁଗୁଡ଼ା(କେନ୍ଯୁଜ୍) : ପୂରଣ ହେଲା ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ୱପ୍ନ । ରାଜ୍ୟରେ ଉଦଘାଟିତ ହୋଇଛି ଦ୍ୱିତୀୟ ବିମାନବନ୍ଦର । ଝାରସୁଗୁଡ଼ା ବିମାନନ୍ଦରକୁ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ହେଉଛି ପଶ୍ଚିମ ଓଡ଼ିଶାର ପ୍ରଥମ ବିମାନବନ୍ଦର । ସେହିପରି ଝାରସୁଗୁଡ଼ା ବିମାନବନ୍ଦରରୁ ଉଡାଣ ଯୋଜନାରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳର ମଧ୍ୟ ଶୁଭାରମ୍ଭ କରିଛନ୍ତି    ପ୍ରଧାନମନ୍ତ୍ରୀ ।

a୪ ହଜାର ବର୍ଗମିଟର ଜାଗାରେ ନିର୍ମାଣ ହୋଇଛି ଝାରସୁଗୁଡ଼ା ବିମାନବନ୍ଦର । ଏଥିରେ ଖର୍ଚ୍ଚ ହୋଇଛି ୨୧୦ କୋଟି ଟଙ୍କା । ବିମାନବନ୍ଦର ପାଇଁ ରାଜ୍ୟ ସରକାର ୧୧୮.୭୫ ଏକର ଜମି ଦେଇଛନ୍ତି । ମୋଟ ୨୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ରାଜ୍ୟ ସରକାର ଦେଇଛନ୍ତି  ୭୫ କୋଟି ଟଙ୍କା ।

air3ସେହିପରି ବିମାନବନ୍ଦର ସୁରକ୍ଷା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଆଣ୍ଟି ହାଇଜାକିଂ ସୁରକ୍ଷା ଦଳ ରାଜ୍ୟ ସରକାର ମାଗଣାରେ  ଯୋଗାଇ ଦେଇଛନ୍ତି । ବିମାନବନ୍ଦର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଝାରସୁଗୁଡ଼ା ବିମାନବନ୍ଦରକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.