ସାକାର ହେଲା ପଶ୍ଚିମ ଓଡ଼ିଶାବାସୀଙ୍କ ଆଉ ଏକ ସ୍ବପ୍ନ, ଡେଣା ମେଲାଇଲା ଅତ୍ୟାଧୁନିକ ଝାରସୁଗୁଡ଼ା ବିମାନ ବନ୍ଦର

ଝାରସୁଗୁଡ଼ା (କେନ୍ୟୁଜ୍) : ପୂରଣ ହୋଇଛି ପଶ୍ଚିମ ଓଡ଼ିଶାବାସୀଙ୍କ ଆଉ ଏକ ସ୍ବପ୍ନ । ସ୍ବୟଂସମ୍ପୂର୍ଣ୍ଣ ବିମାନ ବନ୍ଦର ଭାବେ ଆତ୍ମପ୍ରକାଶ କରିଛି ଝାସୁଗୁଡ଼ା ବିମାନ ବନ୍ଦର । ଦ୍ବିତୀୟ ବିଶ୍ବଯୁଦ୍ଧ ବେଳର ଏହି ଏୟାରଷ୍ଟ୍ରିପ୍ ଏବେ ହୋଇଛି ଏୟାରପୋର୍ଟ । ଶିଳ୍ପନଗରୀ ଝାରସୁଗୁଡ଼ା ପାଇଁ ଦୀର୍ଘ ଦିନର ଆବଶ୍ୟକତା ଥିଲା ଏହି ବିମାନ ବନ୍ଦରର । ଏଠାରୁ ଉଡ଼ାନ ଯୋଜନାରେ ପ୍ରଥମେ ରାୟପୁରକୁ ଉଡ଼ିବ ବିମାନ । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ପରେ ଇଏ ହେଉଛି ଓଡ଼ିଶାର ଦ୍ବିତୀୟ ବିମାନ ବନ୍ଦର । ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁଯାୟୀ ପ୍ରଧାନମନ୍ତ୍ରୀ ଏହାକୁ ପ୍ରସିଦ୍ଧ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିଛନ୍ତି ।

୨୦୧୪ ଜୁଲାଇ ମାସରେ ରାଜ୍ୟ ସରକାର ଏବଂ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ମଧ୍ୟରେ ଏକ ଏମ୍ଓୟୁ ସ୍ବାକ୍ଷରିତ ହୋଇଥିଲା । ଏଥିରେ ଝାରସୁଗୁଡ଼ା ବିମାନ ବନ୍ଦରର ବିକାଶ ପାଇଁ ୨୧୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଯୋଜନା ରହିଥିଲା । ୪ ହଜାର ବର୍ଗ ମିଟର ଜାଗାରେ ଅବସ୍ଥିତ ଏହି ବିମାନ ବନ୍ଦର ପିକ୍ ଆୱାରରେ ୩୦୦ ବିମାନ ଯାତ୍ରୀଙ୍କ ପାଇଁ କ୍ଷମତା ରଖିଛି ।

modi

ଅତ୍ୟାଧୁନିକ ବିମାନ ବନ୍ଦର, ଅନେକ ନୂଆ ବ୍ୟବସ୍ଥା

ବିଶେଷ କରି ମଧ୍ୟବିତ୍ତ ଶ୍ରେଣୀର ଲୋକ ଏବଂ ଏଠାକାର ଶିଳ୍ପପତିଙ୍କ ସହଜ ଯାତାୟାତ ପାଇଁ ଏହି ବିମାନ ବନ୍ଦର ଖୁବ୍ ଉପଯୋଗୀ ହେବ । ବିମାନ ବନ୍ଦରକୁ ଓଡ଼ିଶାର କଳା ଓ ସଂସ୍କୃତି ଚିତ୍ରରେ ସଜାଇ ଦିଆଯାଇଛି । ତେବେ ଶିଳ୍ପ ଅନୁଷ୍ଠାନ ଯୋଗୁଁ ପ୍ରଦୂଷଣର ମାତ୍ରା ବଢ଼ିଥିବାରୁ ଏହି ଅଞ୍ଚଳକୁ ସବୁଜିମାମୟ କରିବା ସହ ବର୍ଷା ଜଳ ସଂରକ୍ଷଣର ବ୍ୟବସ୍ଥା ମଧ୍ୟ କରାଯାଇଛି । ନିର୍ମାଣ କାମ ସବୁ ପରିବେଶକୁ ସୁହାଇଲା ଭଳି ସାମଗ୍ରୀରେ ହୋଇଛି । ଏଲ୍ଇଡି ଲାଇଟ୍, ସୌରଶକ୍ତି ବ୍ୟବସ୍ଥା, ବ୍ୟବହୃତ ପାଣିର ପୁନଃପ୍ରକ୍ରିୟା କରଣ ବ୍ୟବସ୍ଥା ମଧ୍ୟ ରହିଛି ଏହି ବିମାନ ବନ୍ଦରରେ ।

JHARSUGUDA AIRPORT-3

ଯେକୌଣସି ପାଗରେ ବି ବିମାନ ଉଡ଼ାଣ ସମ୍ଭବ

ଗତ ଅଗଷ୍ଟ ୧ ତାରିଖରେ ଏହି ବିମାନ ବନ୍ଦରକୁ ୪-ସି ବର୍ଗର ଲାଇସେନ୍ ମିଳିଥିଲା । ଫଳରେ ଏଠାକୁ ଏୟାର ବସ୍-୩୨୦, ବୋଇଂ-୭୪୭ ଭଳି ବଡ଼ ବଡ଼ ଯାତ୍ରୀ ବିମାନ ଏବଂ ଯୁଦ୍ଧ ବିମାନ ଯାଆସ କରି ପାରିବ । ଏହାର ସବୁଠୁ ବଡ଼ ବିଶେଷତ୍ବ ହେଉଛି ରାତି ହେଉ କି ଖରାପ ପାଗ ଯେକୌଣସି ପରିସ୍ଥିତିରେ ଏଠାରୁ ବିମାନ ଉଡ଼ାଣ ଭରି ପାରିବ । ଏ-୩୨୦ ଭଳି ବିମାନ ରାତିରେ ଉଡ଼ାଣ ଭରି ପାରିବ । ଭୁବନେଶ୍ବର, ରାୟପୁର ଓ ରାଞ୍ଚିକୁ ଏଠାରୁ ବିମାନ ଚଳାଚଳ କରିବ ।

ରାଜ୍ୟ ସରକାରଙ୍କ ଭାଗିଦାରୀ

ଝାରସୁଗୁଡ଼ା ବିମାନବନ୍ଦର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୯ ଏକର ଜମି ଯୋଗାଇ ଦିଆଯାଇଥିବା ବେଳେ ୭୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦିଆଯାଇଛି । ଏହାର ସୁରକ୍ଷା ପାଇଁ ୪୩ ଜଣ ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ବିମାନ ବନ୍ଦର ସୁରକ୍ଷା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଆଣ୍ଟି ହାଇଜାକିଂ ସୁରକ୍ଷା ଦଳ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେଇଛନ୍ତି । ବିମାନ ବନ୍ଦରକୁ ପଶ୍ଚିମ ଓଡ଼ିଶାର ଖ୍ୟାତିସମ୍ପନ୍ନ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ଲାଗି ପ୍ରସ୍ତାବ ଦେଇତିଲେ । ତେବେ ଏହା ରାଜ୍ୟ ସରକାରଙ୍କ କ୍ଷମତା ଭିତରେ ଆସୁଛି ବୋଲି କେନ୍ଦ୍ର ସରକାର କହିଥିଲେ । ଆଜି ଏହାକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ

JHARSUGUDA AIRPORT-4

ନାମିତ କରାଗଲା ବୋଲି ଉଦଘାଟନ ବେଳେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବିଶାଳ ବିମାନ ବନ୍ଦର ଏବେ ରାଜ୍ୟର ଯୋଗାଯୋଗ କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.