Below header

ରକ୍ତଦାନ ମହତଦାନ, ହେଲେ କଣ ଆପଣ ଜାଣନ୍ତି ଏହାର ୫ଟି ଜବରଦସ୍ତ ଲାଭ ?

ରକ୍ତଦାନ ମହତଦାନ । ହେଲେ କିଛି ଲୋକଙ୍କ ଭୁଲ୍ ଧାରଣା ରହିଛି ଯେ ରକ୍ତାଦାନ କଲେ ଶରୀର କମଜୋର୍ ହୋଇଯାଏ । କିନ୍ତୁ ରକ୍ତଦାନ କଲେ ଅନେକ ଲାଭ ହୋଇଥାଏ । ଆସନ୍ତୁ ଜାଣିବା ରକ୍ତଦାନ କଲେ କଣ ଫାଇଦା ହୋଇଥାଏ ।

କ୍ୟାନ୍ସର୍ ହେବା ଆଶଙ୍କା କମ୍ ହୋଇଥାଏ :

ରକ୍ତରେ ଆଇରନ୍ ଅଧିକ ଥିଲେ କ୍ୟାନ୍ସର ହେବାର ଆଶଙ୍କା ଥାଏ । ଏକଥା ଡାକ୍ତରମାନେ ମଧ୍ୟ ଅନେକ ସମୟରେ କୁହନ୍ତି । ଥରେ ରକ୍ତଦାନ କଲେ ଏକ ଗ୍ରାମର ଚାରି ଭାଗରୁ ଭାଗେ ଆଇରନ୍ ଶରୀରରୁ କମ୍ ହୋଇଥାଏ । ତେବେ ଆରମ୍ଭରୁ ଆପଣଙ୍କୁ ଲାଗିପାରେ ଶରୀରରୁ ଆଇରନର ଅଭାବ ହେଲେ ମୁଣ୍ଡ ବୁଲାଇବା କିମ୍ବା ଦୁର୍ବଳ ଲାଗିବ । କିନ୍ତୁ ଏମିତି କିଛି ହୋଇନଥାଏ । ଯଦି ଆଇରନ୍ କମ୍ ହୁଏ ତେବେ ପୁଣି ତିଆରି ହୋଇଯିବ । ଆଉ ଯଦି ଅଧିକ ଆଇରନ୍ ଅଛି ତେବେ ଚିନ୍ତା କରିବାର କିଛି ନାହିଁ ।

କ୍ୟାଲୋରୀ ଖର୍ଚ୍ଚ କରନ୍ତୁ :

bloodଥରେ ରକ୍ତଦାନ କଲେ ପ୍ରାୟ ୬୫୦ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ । ତେଣୁ ଯେଉଁମାନେ ଓଜନ କମ୍ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଖୁସି ଖବର । ଯଦି ଆପଣ ସୁସ୍ଥ ଅଛନ୍ତି ତେବେ ପ୍ରତି ତିନି ମାସରେ ଥରେ ରକ୍ତଦାନ କରିପାରିବେ ।

ରକ୍ତ ପ୍ରବାହ ସଠିକ୍ ରହେ :

ଜାଣିଛନ୍ତି ଧୂଆଁ, ସିଗାରେଟ୍ , ହାଇ କୋଲେଷ୍ଟ୍ରଲ୍ ଡାଏଟ୍ ଏବଂ ଅତ୍ୟଧିକ ଚାପ ଆପଣଙ୍କ ସହ କଣ କରିଥାଏ ? ଏହା ରକ୍ତକୁ ଗାଢା କରିଦେଇଥାଏ । ଏହା ଦ୍ବାରା ଶରୀରରେ ରକ୍ତ ପ୍ରବାହ ସାମାନ୍ୟ ରହିନଥାଏ । ତେଣୁ ନିୟମିତ ରକ୍ତଦାନ କଲେ ରକ୍ତ ପ୍ରବାହ ଭଲ ହୋଇଥାଏ । ଏହା ସହ ଧମନୀ ମଧ୍ୟ ଜାମ୍ ହୋଇନଥାଏ ।

ମାଗଣା ହେବ ଚେକ ଅପ୍ :

ଆପଣ ରକ୍ତଦାନ ସେତିକି ବେଳେ କରିପାରିବେ ଯେତେବେଳେ ଆପଣ ସମ୍ପୂର୍ଣ୍ଣ ଫିଟ୍ ଥିବେ । ରକ୍ତଦାନ କରିବା ପୂର୍ବରୁ ଅନେକ ପ୍ରକାର ଯାଂଚ କରାଯାଇଥାଏ । କିନ୍ତୁ ଏହି ଟେଷ୍ଟ ଯଦି ବାହାରେ କରିବେ ତେବେ ଅନେକ ଖର୍ଚ୍ଚ ଆସିବ । କିନ୍ତୁ ରକ୍ତଦାନ ପୂର୍ବରୁ ମାଗଣାରେ ହୋଇଯିବ ସମସ୍ତ ଚେକ ଅପ୍ ।

ରକ୍ତଦାନ କରିବା ସମୟରେ ଧ୍ୟାନ ଦିଅନ୍ତୁ ଏହି ଦିଗ ଉପରେ : 

blood–  ପ୍ରଥମ କଥା ଯାହା ଆପଣଙ୍କୁ ରକ୍ତଦାନ କରିବା ସମୟରେ ଧ୍ୟାନ ରଖିବା ଆବଶ୍ୟକ ତାହା ହେଉଛି ଆପଣ ରକ୍ତଦାନ କରିବା ପାଇଁ ଯୋଗ୍ୟ ଅଟନ୍ତି ନା ନାହିଁ।

–  ଯଦି ଆପଣ ରକ୍ତଦାନ କରିବା ପାଇଁ ଭାବୁଛନ୍ତି ତେବେ ଗୋଟିଏ ଦିନ ପୁର୍ବରୁ ଧୂମ୍ରପାନ କରିବା ବନ୍ଦ କରିଦିଅନ୍ତୁ। ଏହା ଛଡା ରକ୍ତଦାନ କରିବାର ୩ ଘଣ୍ଟା ପରେ ଆପଣ ଧୂମ୍ରପାନ କରିପାରିବେ।

– ରକ୍ତଦାନ କରିବା ପରେ ପ୍ରତ୍ୟେକ ୩ ଘଣ୍ଟା ବ୍ୟବଧାନରେ ହେବୀ ଡାଇଟ ନେବା ଆବଶ୍ୟକ। ଏଥିରେ ଆପଣ ଅଧିକରୁ ଅଧିକ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ। ଆପଣ ଚାହିଁବେ ତ ଫଳ ମଧ୍ୟ ଖାଇପାରିବେ। ରକ୍ତଦାନ କରିବା ପରେ ଯଦି ଆପଣ ସ୍ବାସ୍ଥ୍ୟକର ଖାଦ୍ୟ ନ ଖାଇ ତରଳ ଖାଦ୍ୟ ନିଅନ୍ତି। ତେବେ ଏଥିରୁ ଆପଣଙ୍କୁ ଦୁର୍ବଳ ଅନୁଭବ ହେବ।

–  ଜଣେ ସ୍ବାସ୍ଥ୍ୟବାନ ଲୋକ ରକ୍ତଦାନ କରିପାରିବେ। ପୁରୁଷ ମାନେ ୩ ମାସରେ ଥରେ ରକ୍ତଦାନ କରିପାରିବେ। ସେହିଭଳି ମହିଳା ମାନେ ୪ ମାସରେ ଥରେ ରକ୍ତଦାନ କରିପାରିବେ ।

– ରକ୍ତଦାନ କରିବାର ତୁରନ୍ତ ପରେ ଭୁଲରେ ମଧ୍ୟ ଖରାରେ ବାହାରିବା ଉଚିତ୍ ନୁହଁ । ରକ୍ତଦାନର ୨-୩ ଘଣ୍ଟା ପର୍ୟ୍ୟନ୍ତ ଡ଼୍ରାଇଭିଂ କରିବା ଉଚିତ୍ ନୁହଁ । ଭୁଲରେ ମଧ୍ୟ ଅଧିକ ସମୟ ପର୍ୟ୍ୟନ୍ତ ଗୋଟିଏ  ସ୍ଥାନରେ ଠିଆ ହେବା ଉଚିତ୍ ନୁହଁ। ରକ୍ତଦାନର  ଅଧାଘଣ୍ଟା ପର୍ୟ୍ୟନ୍ତ କୌଣସି ସ୍ଥାନରେ ଆରାମ କରିବା ଉଚିତ୍ । ରକ୍ତଦାନ କରିବାର ପାରେପରେ ଧୂମପାନ , ତମ୍ବାଖୁ କିମ୍ବା ଆଉ କିଛି ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.