ନାଗ ମୁଣ୍ଡରୁ ବାହାରିଲା ଆଲୋକ, ଦେଖନ୍ତୁ ଏହି ଅଲୌକିକ ଘଟଣାର ଭିଡିଓ

ନାଗ ମୁଣ୍ଡରେ ଥାଏ ନାଗମଣି । ଏକଥା ତ ସମସ୍ତେ ଜାଣନ୍ତି । କିନ୍ତୁ ଏବେ ସାପ ମୁଣ୍ଡରୁ ବାହରୁଛି ଆଲୋକ । ଯାହାକୁ ଦେଖି ଆଶ୍ଚର‌୍ୟ୍ୟ ହୋଇ ଯାଇଥିଲେ ସ୍ଥାନୀୟ ବାସିନ୍ଦା । ଏଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମଳିଳି କର୍ଣ୍ଣାଟକରେ । ଏହି ସାପର ଏକ ଭିଡିଓ ମଧ୍ୟ ଆସିଛି ସାମ୍ନାକୁ । ଯେଉଁଥିରେ ଦେଖିବାକୁ ମିଳିଛି କେଉଁଭଳି ଭାବରେ ମୁଣ୍ଡ ଉଠାଇଛି କୋବ୍ରା ଏବଂ ଖୁବ୍ ଜୋରରେ ଚମକୁଛି । ଯାହାକୁ ଦେଖିଲେ ଲାଗୁଛି ଏହି ସାପ ମୁଣ୍ଡରେ ଲାଲ୍ ରଙ୍ଗର ଚମକୁଥିବା ଏକ ଜିନିଷ କିଛି ଅଛି ।

ତେବେ ଘଟଣାଟି ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ଚାଷୀଙ୍କ କ୍ଷେତରେ ଥିବା ଏହି ସାପଟିକୁ ଦେଖି ଜୋରରେ ଭୁକିବାକୁ ଲାଗିଥିଲା ଗୋଟିଏ କୁକୁର । ଆଉ ଏହି ଶବ୍ଦ ଶୁଣି ଏକାଠି ହୋଇଯାଇଥିଲେ ଗାଁ ଲୋକ । ତେବେ ଏହି ଦୃଶ୍ୟ ଦେଖି ଉପସ୍ଥିତ ଥିବା ଲୋକମାନେ ସ୍ତବ୍ଧ ହୋଇଯାଇଥିଲେ । ଏହା ସହ ପୂଜାର୍ଚ୍ଚନା ଆରମ୍ଭ କରିଦେଇଥିଲେ ।

ଅନ୍ୟପଟେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଥିରେ କୌଣସି ଚମତ୍କାର ନାହିଁ । ଏହା ଏକ ଦୁର୍ଲଭ ପ୍ରଜାତିର ନାଗ ସାପ । ସେମିତି କୌଣସି ପ୍ରଜାତିର ସାପଙ୍କ ମୁଣ୍ଡରୁ ଆଲୋକ ପ୍ରଘଟିତ ହୋଇନଥାଏ । ଅଧିକ ଖରା କାରଣରୁ ଏପରି ଦୃଶ୍ୟମାନ ହେଉଥିବା କହିଛନ୍ତି ବିଶେଷଜ୍ଞ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.