Below header

୧୮୭ ହଜାର ପାଉଣ୍ଡରେ ଲଣ୍ଡନରେ ନିଲାମ ହେଲା ଭାରତୀୟ ରାଣୀଙ୍କ ହାର

ଲଣ୍ଡନ : ଗୋଟିଏ ପାନ୍ନା ଓ ଗୋଟିଏ ମୋତି ହାର, ଯାହାର ମାଲିକ ହେଉଛନ୍ତି ଶିଖ ମହାରାଜା ରଣଜିତ ସିଂହଙ୍କ ପତ୍ନୀ ମହାରାଣୀ ଜିନ୍ଦନ କୌର । ଏହି ଦୁଇଟି ହାର ଲଣ୍ଡନରେ ନିଲାମ ହୋଇଛି ୧୮୭ ହଜାର ପାଉଣ୍ଡ (୧ କୋଟି ୭୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ) ରେ । ହାର ଦୁଇଟି ପାଇଁ ଜୋରଦାର ଡାକ ହୋଇଥିଲା । ଏହା ସହିତ ଅନ୍ୟ କିଛି ଐତିହାସିକ ସାମଗ୍ରୀର ମଧ୍ୟ ନିଲାମି ହୋଇଛି ।

maharani-jindan-kaur-emerald-and-seed-pearl-necklace

ମହାରାଣୀ ଜିନ୍ଦନ କୌର ହେଛନ୍ତି ମହାରାଜ ରଣଜିତ ସିଂହଙ୍କ ଏକମାତ୍ର ରାଣୀ ଯିଏକି ତାଙ୍କ ମୃତ୍ୟୁ ପରେ ସତୀ ହୋଇନଥିଲେ । ମହାରାଜାଙ୍କ ମୃତ୍ୟୁ ପରେ ୧୮୪୩ରେ ତାଙ୍କର ୫ ବର୍ଷ ବୟସ୍କ ପୁଅ ଦଲୀପ ସିଂହଙ୍କୁ ମହାରାଜା ଘୋଷଣା କରାଯାଇଥିଲା । ତେବେ ସେତିକିବେଳେ ବ୍ରିଟିଶ ସେନା ରାଜ୍ୟ ଉପରେ ଆକ୍ରମଣ କରିଥିଲେ । ତାକୁ ପ୍ରତିହତ କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ସେଠାରୁ ରାଣୀ ଜିନ୍ଦନ କୌର ଖସି ପଳାଇ ଯାଇଥିଲେ । ସେ ନେପାଳରେ ଆଶ୍ରୟ ନେଇଥିବା ବେଳେ ତାଙ୍କୁ ନେପାଳ ରାଜା ନଜରବନ୍ଦୀରେ ରଖିଥିଲେ । ପରେ ସେଠାରୁ ସେ ଇଂଲଣ୍ଡରେ ପହଞ୍ଚିଥିଲେ ଏବଂ ସେଠାରେ ନିଜ ପୁଅ ଦଲୀପଙ୍କ ସହ ତାଙ୍କର ମିଳନ ହୋଇଥିଲା । ଏହା ସହିତ ତାଙ୍କର ବହୁମୂଲ୍ୟ ଅଳଙ୍କାରଗୁଡ଼ିକୁ ମଧ୍ୟ ସେ ପାଇଥିଲେ । ଯାହା ଏପର୍ଯ୍ୟନ୍ତ ସଂରକ୍ଷିତ ରହିଛି । ମଙ୍ଗଳବାର ଦିନ ହୋଇଥିବା ନିଲାମୀରେ ମହାରାଜା ରଣଜିତ ସିଂହ ବ୍ୟବହାର କରିଥିବା ତୀର ‘ତୁଣିର’ ବା ତୀର ରଖିବାର ଥଳିକୁ ମଧ୍ୟ ୧ ଲକ୍ଷ ପାଉଣ୍ଡରେ ନିଲାମ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.