Below header

ବ୍ୟାଡ୍‌ କୋଲେଷ୍ଟରାଲ କମାଇବା ପାଇଁ କରନ୍ତୁ ଏହି ୫ ଜିନିଷର ସେବନ, ରହିବେ ସ୍ୱାସ୍ଥ୍ୟବାନ

ଶରୀରକୁ ସୁସ୍ଥ ରଖିବା ପାଇଁ କୋଲେଷ୍ଟରାଲକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଶରୀରରେ ଦୁଇ ପ୍ରକାର କୋଲେଷ୍ଟରାଲ ରହିଥାଏ,ଗୋଟିଏ ଗୁଡ ଓ ଅନ୍ୟଟି ବ୍ୟାଡ୍‌ କୋଲେଷ୍ଟରାଲ । ଗୁଡ କୋଲେଷ୍ଟରାଲ ଶରୀରର ମେଟାବୋଲିଜମକୁ ଠିକ ରଖିବା ସହ ଶରୀରରେ ବହୁ ପ୍ରକାର ରୋଗ ରୋକିବାରେ ସହାୟତା କରିଥାଏ ।

ସେହିପରି ବ୍ୟାଡ୍‌ କୋଲେଷ୍ଟରାଲ କାରଣରୁ ଆପଣଙ୍କୁ ବହୁ ଗମ୍ଭୀର ରୋଗ ହୋଇପାରେ । ଏଥିପାଇଁ ଆପଣଙ୍କୁ ବ୍ଲଡ ପ୍ରେସର, ମୋଟାପଣ ଓ ହାର୍ଟ ଆଟାକ ହୋଇପାରେ । ଯଦି ଆପଣ ଆପଣଙ୍କ ଖାଦ୍ୟରେ ଏହି ସବୁ ଜିନିଷକୁ ସାମିଲ କରିବେ,ତେବେ ବ୍ୟାଡ କୋଲେଷ୍ଟରାଲକୁ ରୋକି ପାରିବେ । ଆସନ୍ତୁ ଜାଣିବା ବ୍ୟାଡ୍‌ କୋଲେଷ୍ଟରାଲକୁ କିପରି କଣ୍ଟ୍ରୋଲ କରିବେ ।

କେମିତି ରୋକିବେ ବ୍ୟାଡ କୋଲେଷ୍ଟରାଲ

• ଅଧିକ ତୈଳଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟରାଲ ବଢ଼ିଥାଏ । ଆପଣ ସାଧାରଣ ତେଲ ବଦଳରେ ଅଲିଭ ଅଏଲ ବ୍ୟବହାର କରିପାରିବେ । ଏହା କୋଲେଷ୍ଟରାଲକୁ କମାଇବାରେ ବହୁତ ସହାୟକ ହୋଇଥାଏ।

• ଅଳସୀ ମଞ୍ଜି ବ୍ୟାଡ୍‌ କୋଲେଷ୍ଟରାଲ କମ କରିବାରେ ବହୁତ ସହାୟକ ହୋଇଥାଏ। ଆପଣ ପେଶା ହୋଇଥିବା ଆଳସୀ ମଞ୍ଜିକୁ ଖାଆନ୍ତୁ, ଏଥିରେ ଆପଣଙ୍କୁ ବହୁତ ଲାଭ ମିଳିବ ।

• ଅଳାଁର ସେବନ ଯୋଗୁ କୋଲେଷ୍ଟରାଲ କମ ହୋଇଥାଏ । ଆପଣ ଅଳାଁକୁ ସିଝାଇ ଖାଇପାରିବେ । କିମ୍ବା ଅଳାଁ ଗୁଣ୍ଡକୁ ଗରମ ପାଣିରେ ପକାଇ ପିଇ ପାରିବେ ।

• କୋଲେଷ୍ଟରାଲ କମ କରିବା ପାଇଁ ଆପଣ ମାଛକୁ ଖାଦ୍ୟରେ ସାମିଲ କରିପାରିବେ । ଏଥିରେ ଓମେଗା ୩ ଫ୍ୟାଟି ଏସିଡ ମିଳିଥାଏ,ଯାହା ଆପଣଙ୍କୁ ହାଇ ବ୍ୟାଡ କୋଲେଷ୍ଟରାଲ କମାଇବାରେ କାମ କରିଥାଏ ।

• ଆପଣ ଖାଦ୍ୟରେ ସବୁଜ ପତ୍ର ଥିବା ପରିବା ଜରୁର ସାମିଲ କରନ୍ତୁ । ଏଥିରେ ଭରପୁର ମାତ୍ରାରେ ଆଇରନ୍‌, କ୍ୟାଲସିୟମ ଓ ଆହୁରି କେତେକ ଭିଟାମିନ ଥାଏ । ଯାହା କୋଲେଷ୍ଟରାଲକୁ କମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.