ଶେଷରେ ଶବକୁ ମିଳିଲା ଶ୍ମଶାନ, ପ୍ରଶାସନର ହସ୍ତକ୍ଷେପ ପରେ ଭିମାଗୁଡ଼ାରେ କରାଗଲା ସଂସ୍କାର

ଉମରକୋଟ (କେନ୍ୟୁଜ); ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଗୁଳିବଡନା ଗ୍ରାମର ମୃତ ଜିତ୍ରୁ ଭତ୍ରାଙ୍କ ଶବ ସଂସ୍କାରକୁ ନେଇ ଗତ ଦୁଇ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି । ପ୍ରଶାସନର ହସ୍ତକ୍ଷେପ ପରେ ଗତ କାଲି ରାତିରେ ମୃତ ଶରୀରକୁ ଉମରକୋଟ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ରଖାଯାଇଥିଲା । ପରେ ମୃତ ବ୍ୟକ୍ତି ଙ୍କ ପରିବାର ଓ ଖ୍ରୀଷ୍ଟ ସମ୍ପ୍ରଦାୟ ର ନିଷ୍ପତି ପରେ କେଉଁଠି ଶବ ସଂସ୍କାର ହେବ ତାହା ପରିବାର ଓ ଖ୍ରୀଷ୍ଟ ସମ୍ପ୍ରଦାୟ ପ୍ରଶାସନ କୁ ଜଣାଇଥିଲେ ।

ପୋଲିସ ଓ ପ୍ରଶାସନ ର ସହଯୋଗ ପରେ ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତର ଭିମାଗୁଡ଼ା ଗ୍ରାମ ମଶାଣିରେ ଶବକୁ ପୋତା ଗଲା । ଏହି ସମୟ ରେ ଝରିଗାଁ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ସହ ଉମରକୋଟ ପୋଲିସ ମଧ୍ୟ ଉପସ୍ଥିତ ଥିଲେ । ଫଳରେ ତିନିଦିନ ପରେ ଶବ ପାଇଲା ଶ୍ମଶାନ ଓ ଶବ କୁ ମିଳିଲା ସମ୍ମାନ । ବର୍ତମାନ ସମସ୍ୟାର ସମାଧାନ ଘଟିଛି । ଆଗାମୀ ଦିନରେ ରେ କିପରି ଏଭଳି ସମସ୍ୟା ନଉପୂଜିବ ସେଥିପ୍ରତି ପ୍ରଶାସନ ଚେଷ୍ଟା କରିବ ବୋଲି କହିଛନ୍ତି ଝରିଗାଁ ତହସିଲଦାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.