ବେଆଇନ ଦାଦନ ଚାଲାଣ ବେଳେ ୨୭ ଶ୍ରମିକ ଉଦ୍ଧାର କଲା ପାଟଣାଗଡ ପୋଲିସ, ୨ ଦଲାଲ ଅଟକ

ପାଟଣାଗଡ (କେନ୍ୟୁଜ): ଚାଲିଛି ଦାଦନ ଋତୁ। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ମଣିଷ ବେପାର କରୁଛି ଦାଦନ ସର୍ଦ୍ଦାର । ଏଭଳି ଏକ ବେଆଇନ ଦାଦନ ଚାଲାଣ ବିଷୟରେ ଖବର ପାଇ କେନ୍ଦୁମୁଣ୍ଡି ପଞ୍ଚାୟତ ବଘଲାବନ୍ଦ ଗାଁ ରେ ପାଟଣାଗଡ ପୋଲିସ ଚଢାଉ କରି ବରଗଡ, ସୋନପୁର ଏବଂ ଗାଇସିଲେଟ ଅଞ୍ଚଳର ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟ ରେ ୧୨ ଜଣ ପୁରୁଷ ୯ ଜଣ ମହିଳା ଏବଂ ୭ ଜଣ ଶିଶୁ ରହିଥିବା ଜଣା ପଡିଛି ।

ଦାଦନ ଚାଲାଣ କରୁଥିବା ପୁରୁଣା ଦାଦନ ଦଲାଲ ବଘଲାବନ୍ଦ ଗାଁ ର ମହନ ମେହେର ଏବଂ ସହଯୋଗୀ ଦଲାଲ ଥବିର ରାଜହଂସ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଆଜି ସହକାରୀ ଶ୍ରମ ଅଧିକାରୀ ନିରଞ୍ଜନ ଭୂୟାଁ ପହଞ୍ଚି ପାଟଣାଗଡ ଥାନା କୁ ପହଞ୍ଚି ଶ୍ରମିକ ଙ୍କ କାଗଜପତ୍ର ଅଟକ ସର୍ଦ୍ଦାରକୁ ମାଗିଥିଲେ । କୌଣସି କାଗଜପତ୍ର ନଥିବା ଜାଣିବା ପରେ ଶ୍ରମ ଅଧିକାରୀ ସମସ୍ତ ଶ୍ରମିକ ଙ୍କୁ ନିଜ ଯିମା ରେ ନେଇ ନିଜ ନିଜ ଗାଁ କୁ ପଠାଇ ଦେଇଥିବା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.