ଆଣ୍ଟି ଅକ୍ସିଡାଣ୍ଟ ର ଅଭାବ ଦୂର କରିବା ପାଇଁ ଏହି ଜିନିଷକୁ ଭୋଜନରେ ଜରୁର ସାମିଲ କରନ୍ତୁ

ଆଣ୍ଟି ଅକ୍ସିଡାଣ୍ଟ ଏମିତି ଏକ ତତ୍ତ୍ୱ ଯାହା ଶରୀରର ବିଷାକ୍ତ ପଦାର୍ଥକୁ ବାହର କରିଦେଇଥାଏ । ଶରୀର ଉପରେ ପଡ଼ୁଥିବା ଏହାର ନକରାତ୍ମକ ପ୍ରଭାବକୁ କମ୍‌ କରିଥାଏ । ଏହା ଶରୀରର ରୋଗ ପ୍ରତିରୋଧୀ କ୍ଷମତାକୁ ବଢ଼ାଇଥାଏ । ଏହା ଭିଟାମିନ ଏ, ସି ଓ ଇ, ସେଲେନିୟମ ଏବଂ ବିଟା କାରେଟିନ ଭଳି ତତ୍ତ୍ୱ ଭାବରେ ଶରୀରରେ ମହଜୁଦ ରହିଥାଏ ।

ଆଣ୍ଟି ଅକ୍ସିଡାଣ୍ଟ କ୍ୟାନ୍‌ସର, ହୃଦୟ ରୋଗ, ବ୍ଲଡ ପ୍ରେସର, ଅଲ୍‌ଜାଇମର ଓ ଦୃଷ୍ଟିହିନତା ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ । ଖାଲି ସେତିକି ନୁହେଁ ବୟସର ପ୍ରଭାବକୁ ମଧ୍ୟ ଏହା ରୋକିଥାଏ । ଆଣ୍ଟି ଅକ୍ସିଡାଣ୍ଟ ଶରୀରରୁ ବିଷାକ୍ତ ପଦାର୍ଥକୁ ନଷ୍ଟ କରି କୋଷଗୁଡ଼ିକୁ ମୃତ ହେବାରୁ ରକ୍ଷା କରିଥାଏ । ଏହା କେଉଁ ସବୁ ଜିନିଷରୁ ମିଳିଥାଏ ଜାଣନ୍ତି କି ?

garlic

ରସୁଣ : ରସୁଣ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ହୋଇଥାଏ । ଏହା କ୍ୟାନ୍ସର ଓ ହୃଦୟ ରୋଗ ସହ ଲଢ଼ିବାର କ୍ଷମତା ରଖିଥାଏ । ଏଥିରେ ମହଜୁଦ ଗ୍ଲୁଟାଥିଓନ ଆଣ୍ଟି ଅକ୍ସିଡାଣ୍ଟ ରୋଗ ପ୍ରତିରୋଧୀ ତନ୍ତ୍ରକୁ ମଜଭୁତ କରିଥାଏ । ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଲବଙ୍ଗକୁ ସବୁଠୁ ଅଧିକ ଆଣ୍ଟି ଅକ୍ସିଡାଣ୍ଟ ର ଉତ୍ସ ଭାବେ ମନାଯାଏ । ଏହା ଅମ୍ଲତାକୁ କମ୍‌ କରିବାରେ ମଧ୍ୟ କାମ କରିଥାଏ ।

ଅଖରୋଟ : ଏହା କ୍ୟାନ୍ସର ସହ ଲଢ଼ିବାରୁ ରକ୍ଷା କରିଥାଏ । କ୍ୟାନସର ସହ ଲଢ଼ିବା ପାଇଁ ଏହା ସବୁଠୁ ପ୍ରଭାବୀ ବୋଲି ମନାଯାଏ । ବଡ଼ ଅଳାଇଚରୁ ମଧ୍ୟ ଏହାର ଗୁଣ ପାଇପାରିବେ ।

rajma

ରାଜମା : ବିନ୍ସ ପ୍ରଜାତିର ଖାଦ୍ୟ ପଦାର୍ଥରେ ରାଜମା ପ୍ରମୁଖ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ । ଯାହାକି ହୃଦୟ ରୋଗ ଆଶଙ୍କାକୁ କମ୍‌ କରିଥାଏ । ତେଣୁ ବେଦନା, କଦଳୀ, ରାସବେରୀ ଓ ବ୍ଲୁବେରୀ ଆଦି ପଦାର୍ଥରେ ପର୍ଯ୍ୟାପ୍ତ ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ମିଳିଥାଏ । ଆଣ୍ଟି ଅକ୍ସିଡାଣ୍ଟ ଶରୀରରୁ ବିଷାକ୍ତ ପଦାର୍ଥକୁ ନଷ୍ଟ କରି କୋଷଗୁଡ଼ିକୁ ମୃତ ହେବାରୁ ରକ୍ଷା କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.