ଔପନ୍ୟାସିକ ଅବଦୁଲରଜାକ ଗୁରନାହଙ୍କୁ ମିଳିବ ସାହିତ୍ୟରେ ନୋବେଲ

ସାହିତ୍ୟରେ ନୋବେଲ ପୁରସ୍କାର ଘୋଷିତ । ତାଞ୍ଜାନିଆ ଜନ୍ମିତ ଔପନ୍ୟାସିକ ଅବଦୁଲରଜାକ ଗୁରନାହଙ୍କୁ ମିଳିବ ସାହିତ୍ୟରେ ନୋବେଲ । ସାହିତ୍ୟରେ ନୋବେଲ-୨୦୨୧ ନେଇ ନାଁ ଘୋଷଣା କରିଛି ସ୍ୱିଡିସ ଏକାଡେମୀ । ନିଜ ସାରସ୍ୱତ କୃତିରେ ଉପନିବେଶବାଦର ପ୍ରଭାବ ଓ ସଂସ୍କୃତି ନେଇ ବହୁ ଲେଖା ପ୍ରକାଶ କରିଛନ୍ତି ଅବଦୁଲ ରଜାକ । ଶରଣାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବା ପାଇଁ କରୁଣାମୟ ଲେଖା ମାଧ୍ୟମରେ ବିଶ୍ୱବାସୀଙ୍କ ହୃଦୟରେ ପ୍ରେମଭାବ ସୃଷ୍ଟି କରି ନୋବେଲ ପୁରସ୍କାର ପାଇଁ ମନେନୀତ କରାଯାଇଥିବା ସ୍ୱିଡସ ଏକାଡେମୀ ପକ୍ଷରୁ କୁହାଯାଇଛି । ୧୯୪୮ରେ ଜାଞ୍ଜିବର ଦ୍ୱୀପରେ ଜନ୍ମଲାଭ କରିଥିଲେ ଅବଦୁଲ।

୧୯୬୦ ଦଶକରେ ଶରଣାର୍ଥୀ ଭାବେ ଇଂଲଣ୍ଡ ଆସିଥିଲେ ଅବଦୁଲରଜାକ । ୨୧ବର୍ଷ ବୟସରୁ ଆରମ୍ଭ ହୋଇଥିଲା ତାଙ୍କ ସାରସ୍ୱତ ସାଧନା । ପ୍ରାରମ୍ଭରେ ସ୍ୱାହିଲି ଓ ପରେ ଇଂରାଜୀ ଭାଷାରେ ସାହିତ୍ୟ ରଚନା କରିଥିଲେ । ଲେଖା ମାଧ୍ୟମରେ ସେ ଶରଣାର୍ଥୀଙ୍କ ଦୁଃଖ, ଦୟନୀୟ ସ୍ଥିତି ଓ ଶୋଷଣକୁ ପ୍ରକାଶ କରିଛନ୍ତି । ଦଶଟି ଉପନ୍ୟାସ ଓ ବହୁ କ୍ଷୁଦ୍ରଗଳ୍ପ ସଂକଳନର ସେ ରଚୟିତା । ପୁରସ୍କାର ବାବଦରେ ତାଙ୍କୁ ସ୍ୱର୍ଣ୍ଣ ପଦକ ଓ ୧୦ମିଲିୟନ ସ୍ୱିଡିସ କୋନର ପ୍ରଦାନ କରାଯିବ।

ଏହା ପୂର୍ବରୁ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ମେଡ଼ିସିନ ଆଦିରେ ରେ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଥିଲା । ବେଞ୍ଜାମିନ୍‌ ଲିଷ୍ଟ୍‍ ଓ ଡେଭିଡ୍‌ ମ୍ୟାକ୍‌ମିଲନ୍‌ଙ୍କୁ ନୋବେଲ୍‌ ପୁରସ୍କାର । ଆସିମେଟ୍ରିକ୍‌ ଅର୍‌ଗାନୋକାଟାଲିସିସ୍‌ ବିକଶିତ ପାଇଁ ମିଳିବ ନୋବେଲ । ପୂର୍ବରୁ ମେଡିସିନରେ ନୋବେଲ ଘୋଷଣା କରାଯାଇଥିଲା । ୨୦୨୧ ମସିହା ପାଇଁ ୨ ଜଣଙ୍କୁ ମିଳିତ ଭାବେ ମେଡିସିନରେ ନୋବେଲ ମିଳିବ । ସେମାନେ ହେଲେ ଡେଭିଡ ଜୁଲିଅସ ଓ ଅର୍ଡେମ ପାଟାପୋଟିଆନ୍‌ । ଶରୀରର ତାପମାତ୍ରା ଓ ସ୍ପର୍ଶ ପାଇଁ ଉଦ୍ଦିଷ୍ଟ ରିସେପ୍ଟର ଉଦ୍ଭାବନ କରିଥିବାରୁ ଦୁଇ ବିଜ୍ଞାନୀଙ୍କୁ ମିଳିତ ଭାବେ ମେଡିସିନ୍‌ରେ ନୋବେଲ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.