ରକ୍ତ ଚାପକୁ ନିୟନ୍ତ୍ରିତ କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ, ରହିବେ ଫିଟ୍‌

ଯେଉଁ ଲୋକଙ୍କ ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ସେମାନଙ୍କ ପାଇଁ ପିଆଜ ଜୁସ୍‌ ଓ ମହୁ ବହୁତ ଲାଭକାରୀ ହୋଇଥାଏ । ଏଥିପାଇଁ ଆପଣ ୧ ଚାମଚ ପିଆଜ ରସ ଓ ୨ ଚାମଚ ମହୁ ମିଶାଇ ନେଇ ପାରିବେ । ଆପଣଙ୍କ ଧମନୀରେ ରକ୍ତ ପ୍ରବାହ ଠିକ ହେବା ପାଇଁ ଏହାର ଚାପ ଠିକ ହେବା ଦରକାର । ହେଲେ ଯଦି ରକ୍ତ ଚାପ ଅଧିକ ହୋଇଯାଏ, ଏହାକୁ ଉଚ୍ଚ ରକ୍ତ ଚାପ କୁହାଯାଏ । ଉଚ୍ଚ ରକ୍ତ ଚାପ ସମସ୍ୟା ଥିବା ବ୍ୟକ୍ତିଙ୍କୁ ଅନେକ ପ୍ରକାର ରୋଗ ହୋଇପାରେ ।

ଯୋଗ ବ୍ୟାୟାମ ଭଳି ଫିଜିକାଲ ଏକ୍ସରସାଇଜ ନ କରିବା,ଅସନ୍ତୁଳିତ ଖାଦ୍ୟ-ପାନୀୟ ଓ ଶରୀରରେ ଅଧିକ ଫ୍ୟାଟ ଉଚ୍ଚ ରକ୍ତ ଚାପର କାରଣ ହୋଇପାରେ । ଏହା ବ୍ୟତୀତ ଡାଇବେଟିସ ରୋଗୀ ଓ ହୃଦ ରୋଗୀଙ୍କୁ ମଧ୍ୟ ଉଚ୍ଚ ରକ୍ତ ଚାପ ସମସ୍ୟା ହୋଇଥାଏ । ଏଥିପାଇଁ ଆପଣ ଖାଦ୍ୟ-ପାନୀୟ ଓ ଜୀବନ ଶୈଳୀ ଉପରେ ଧ୍ୟାନ ଦେଇ ଉଚ୍ଚ ରକ୍ତ ଚାପକୁ କଣ୍ଟ୍ରୋଲ କରିପାରିବେ ।

ଆସନ୍ତୁ ଜାଣିବା ବ୍ଲଡ ପ୍ରେସରକୁ ନିୟନ୍ତ୍ରିତ କରିବା ପାଇଁ କିଛି ଘରୋଇ ଉପଚାର

 

onion
P.C : patrika.com

୧. ପିଆଜ ଜୁସ ଓ ମହୁ :

ଯେଉଁ ଲୋକଙ୍କ ଉଚ୍ଚ ରକ୍ତଚାପ ସମସ୍ୟା ରହିଥାଏ ସେମାନଙ୍କ ପାଇଁ ଓନିଅନ ଜୁସ ବା ପିଆଜ ରସ ଓ ମହୁ ସେବନ ବହୁତ ଲାଭକାରୀ ହୋଇଥାଏ । ଏଥିପାଇଁ ଆପଣ ୧ ଚାମଚ ପିଆଜ ରସ ଓ ୨ ଚାମଚ ମହୁ ମିଶାଇ ସେବନ କରିପାରିବେ ।

radish
P.C : patrika.com

୨. ଗାଜର-ପାଳକ ରସ

ରକ୍ତଚାପକୁ ନିୟନ୍ତ୍ରିତ କରିବା ପାଇଁ ଗାଜର ଓ ପାଳଙ୍ଗ ରସ ବହୁତ ଲାଭକାରୀ ହୋଇଥାଏ । ଏଥିପାଇଁ ଆପଣ ଗାଜର ଓ ପାଳଙ୍ଗକୁ ଏକତ୍ର ମିଶାଇ ୧ ଗ୍ଲାସ ଜୁସ ପ୍ରସ୍ତୁତ କରନ୍ତୁ । ଯେତେବେଳେ ଜୁସ ପିଇବେ ତାଜା ଜୁସ ପିଅନ୍ତୁ । ଏହି ଜୁସକୁ ଆପଣ ଦିନରେ ଦୁଇଥର ପିଇ ପାରିବେ ।

୩. ପୋଟାସିୟମଯୁକ୍ତ ଖାଦ୍ୟ ପଦାର୍ଥ

ଉଚ୍ଚ ରକ୍ତଚାପ ସମସ୍ୟାକୁ ପ୍ରତିହତ କରିବା ପାଇଁ ପୋଟାସିୟମଯୁକ୍ତ ଖାଦ୍ୟ ପଦାର୍ଥ ମଧ୍ୟ ବହୁତ ଲାଭକାରୀ ହୋଇଥାଏ । ଏଥିପାଇଁ ଆପଣ ନିଜ ଖାଦ୍ୟରେ ପୋଟାସିୟମଯୁକ୍ତ ଖାଦ୍ୟ ଯେମିତି କଦଳୀ,କନ୍ଦ, ତରଭୁଜ,ପାଳଙ୍ଗ ଆଳୁ ଆଦି ସାମିଲ କରିପାରିବେ । ଯାହା ଫଳରେ ରକ୍ତ ବାହିକା ଉପରେ ଚାପ କମ କରିବାରେ କାମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.