ଭାତ ନ ଛାଡ଼ି ବି କମାଇପାରିବେ ଓଜନ, ଜାଣନ୍ତୁ କିପରି

ଓଜନ କମାଇବା ପାଇଁ ପ୍ରଥମେ ଭାତ ନ ଖାଇବାକୁ ହିଁ ପରାମର୍ଶ ଦିଆଯାଇଥାଏ । କିନ୍ତୁ କିଛି ଲୋକଙ୍କୁ ଭାତ ଏତେ ପସନ୍ଦ ହୋଇଥାଏ ଯେ ସେମାନେ ଯେତେ ଚେଷ୍ଟା କଲେ ବି ଭାତ ଛାଡି ପାରି ନଥାନ୍ତି । କିନ୍ତୁ ଜାଣନ୍ତିକି ଭାତ ନ ଛାଡ଼ି ମଧ୍ୟ ଆପଣ ନିଜ ଶରୀରର ଅତ୍ୟଧିକ ଚର୍ବିକୁ କମାଇପାରିବେ । ତେବେ ଆସନ୍ତୁ କିଛି ଟିପ୍ସ ବିଷୟରେ ଜାଣିବା ଯାହା ପ୍ରତି ଧ୍ୟାନ ରଖିଲେ ଆମେ ନିଜ ଓଜନକୁ ଅତି କମ ସମୟ ଭିତରେ କମାଇ ପାରିବେ । ପ୍ରକୃତରେ ଭାତରେ ଫ୍ୟାଟ ଓ ଫାଇବର ପରି ତତ୍ତ୍ୱ ମାନ ଭରପୁର ମାତ୍ରାରେ ଥାଏ । ଯାହା ଦ୍ୱାରା ଏହା ଶୀଘ୍ର ହଜମ ହୋଇଥାଏ । ଏହା ସହ ଭାତରେ କାର୍ବୋହାଇଡ୍ରେଟ ମଧ୍ୟ ପ୍ରଚୁର ମାତ୍ରାରେ ଥାଏ । ଯାହା ଶରୀରକୁ ଶକ୍ତି ପ୍ରଦାନ କରେ । ଏହା ସହ ଶରୀରର କୋଲେଷ୍ଟେରଲ ସମସ୍ୟା ମଧ୍ୟ ଭାତ ଖାଇବା ଦ୍ୱାରା ହିଁ ଲାଘବ ହୋଇଥାଏ । ଚାଉଳ ଏକ ପ୍ରବାୟୋଟିକ ଅଟେ । ଯାହା ଆପଣଙ୍କ ପେଟ ଭର୍ତ୍ତି କରିବା ସହ ଶରୀରର କ୍ୟାଲୋରୀକୁ ମଧ୍ୟ ବଢ଼ାଇ ଥାଏ ।

ଫ୍ରାଏଡ଼ ଭାତ ଠାରୁ ଦୂରେଇ ରୁହନ୍ତୁ:

-ଯଦି ଆପଣ ନିଜ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଫ୍ରାଏଡ଼ ଭାତକୁ ବର୍ଜନ କରନ୍ତୁ । ପ୍ଲେନ, ପଲିସଡ଼ ଧଳା ଭାତ ବଦଳରେ ଅନପଲିସଡ଼, ବ୍ରାଉନ ବା ନାଲି ଭାତ ମଧ୍ୟ ଖାଇ ପାରନ୍ତି । ଯଦି ଆପଣଙ୍କୁ ବାରମ୍ବାର ଭୋକ ଲାଗୁଥାଏ ତେବେ ଲଞ୍ଚରେ ପଳାଉ ପ୍ରସ୍ତୁତ କରି ଖାଆନ୍ତୁ । ଏଥିରେ ପନିପରିବା ଆଦି ପକେଇବା ଦ୍ୱାରା ଭାତର ନ୍ୟୁଟ୍ରିସନ ପରିମାଣ ମଧ୍ୟ ଅଧିକ ମାତ୍ରାରେ ବଢି ଯାଇଥାଏ । ଏହାକୁ ଖାଇବା ଦ୍ୱାରା ପେଟ ମଧ୍ୟ ପୂରିକି ରହିଥାଏ ଯାହାଦ୍ୱାରା ବାରମ୍ବାର ଭୋକ ଲାଗିନଥାଏ । ଯାହା ଆପଣଙ୍କ ଓଜନ କମାଇବାରେ ବିଶେଷ ସହାୟକ ହୋଇଥାଏ ।

rice

-ଓଜନ କମାଇବାକୁ ଲକ୍ଷ ରଖିଥିଲେ ଦିନକୁ କେବଳ ଥରେ ମାତ୍ର ହିଁ ଭାତ ଖାଆନ୍ତୁ । ଲଞ୍ଚ ଅଥବା ଡିନରରେ ଭାତ ଖାଆନ୍ତୁ ।

-ଯଦି ଆପଣଙ୍କୁ ଧଳା ଭାତ ଅଧିକ ଖାଇବା ପସନ୍ଦ ତେବେ ଏହା ସହ ଡାଲି, ପାନିପରିବା ତରକାରୀ ଖାଆନ୍ତୁ । କିନ୍ତୁ ସବୁବେଳେ ଧ୍ୟାନ ରଖିବେ ତରକାରୀ ଖୁବ କମ ମସଲା ଓ ତେଲରେ ହିଁ ପ୍ରସ୍ତୁତ ହୋଇଥିବା ଦରକାର ।

-ଚାଉଳକୁ ସିଝାଇ, ଗ୍ରୀଲଡ଼ କରି ବା ରୋଷ୍ଟ କରି ମଧ୍ୟ ଖାଇ ପାରିବେ । ଯାହା ଦ୍ୱାରା ଖାଦ୍ୟରୁ ଫ୍ୟାଟର ମାତ୍ରା କମି ଯାଇଥାଏ ।

rice

-ଜଣେ ପ୍ରଖ୍ୟାତ ନ୍ୟୁଟ୍ରିସନନିଷ୍ଟଙ୍କ ଅନୁଯାୟୀ ଭାତ ସହ ଡାଲି ଖାଇବା ସର୍ବୋତ୍କୃଷ୍ଟ ଅଟେ । ଏହି ଦୁଇଟିର ମିଶ୍ରଣରେ ଶରୀରକୁ ଆବଶ୍ୟକ ମୁତାବକ ଆମିନୋ ଏସିଡ ମିଳିପାରିଥାଏ । ଯାହାକି ଶରୀର ଭିତରେ ସ୍ଵତ ସ୍ପୃତ ଭାବେ ସୃଷ୍ଟି ହୋଇନଥାଏ ।

-ସବୁବେଳେ ଭାତ ପ୍ରେସର କୁକର ବଦଳରେ ହାଣ୍ଡି ବା ଡେକଚିରେ ଅଧିକ ପାଣି ଦେଇ ହିଁ ପ୍ରସ୍ତୁତ କରନ୍ତୁ । ଏହା ଦ୍ଵାରା ଭାତ ଗାଳିବା ସମୟରେ ଭାତରୁ ଷ୍ଟାର୍ଚ୍ଚ ଯୁକ୍ତ ପାଣି ବାହାରିଯାଇଥାଏ । ଯାହା ଦ୍ୱାରା ନ୍ୟୁଟ୍ରିସନ ମାତ୍ରା ବଢି ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.