କୋଭିଡ ପରେ ହାର୍ଟଆଟାକ ସମସ୍ୟାରୁ ମୁକ୍ତି ପାଇଁ ମାନନ୍ତୁ ଏହି ନିୟମ, ଦେଖନ୍ତୁ ଏହି ଭିଡିଓ

କରୋନା ଭାଇରସର ଦ୍ୱିତୀୟ ଲହର ଏବେ ଖୁବ ସାଘାଂତିକ ହେବାରେ ଲାଗିଛି । ଦେଶ ଦୁନିଆରେ ମାତ୍ରାଧିକ ଲୋକ କରୋନାରେ ସଂକ୍ରମିତ
ହେଲେଣି । ମୃତ୍ୟୁ ସଂଖ୍ୟା ଏବେ ବଢ଼ିବାରେ ଲାଗିଛି । କରୋନରୁ ସୁରକ୍ଷିତ ରହିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସଚେତନ ବାର୍ତ୍ତା ମଧ୍ୟ ଦିଆଯାଉଛି । ଘରେ ରହିବା ସହ ସାନିଟାଇଜର ବ୍ୟବହାର କରିବା ଭଳି ଅନେକ ନିୟମ ମଧ୍ୟ ଲାଗୁ କରାଯାଇଛି । କେବଳ ଏତିକି ନୁହେଁ ବରଂ ବହାରେ ଥିବା ସମୟରେ ଶାରୀରିକ ଦୂରତା ରକ୍ଷା କରିବାକୁ କୁହାଯାଉଛି ।

ମହାମାରୀ ପରିସ୍ଥିତିରେ ସମସ୍ତେ କିଭଳି ସୁସ୍ଥ ରହିବେ ଅର୍ଥାତ କରୋନା ସଂକ୍ରମିତ ହେବେ ନାହିଁ ସେ ବିଷୟରେ ବେଶ ଚିନ୍ତିତ ମଧ୍ୟ ଅଛନ୍ତି । କରୋନା କାଳରେ ସାନିଟାଇଜର ଓ ମାସ୍କ ଆଦିର ବ୍ୟବହାର ବହୁଳ ମାତ୍ରାରେ ହେବାକୁ ଲାଗିଛି । କାରଣ ଏହି ସମୟରେ ସଜାଗ ରହିବା ନିତ୍ୟାନ୍ତ ଆବଶ୍ୟକ ।

କରୋନା ଭାଇରସ ଥରେ ଶରୀରରେ ପ୍ରବେଶ କଲାପରେ ଏହା ଅନେକ କ୍ଷତି ପହଞ୍ଚାଇଥାଏ । ପାରାଲିସିସ୍ ଓ ହାର୍ଟ ଆଟାକ ଭଳି ସମସ୍ୟା ଦେଖାଯାଇଥାଏ । ଗତ ବର୍ଷ ଅପେକ୍ଷା ଏବର୍ଷ କୋଭିଡ ପେସେଣ୍ଟଙ୍କ ମଧ୍ୟରେ ହାର୍ଟ ଆଟାକ ଭଳି ସମସ୍ୟା ବେଶ ଦେଖିବାକୁ ମିଳୁଛି । ତେବେ ଏଭଳି ସମସ୍ୟା ପାଇଁ ସିନିୟର ଫିଜିସନ ଓ କାର୍ଡିୟୋଲୋଜିଷ୍ଟ ଡକ୍ଟର କେ.କେ ଅଗ୍ରୱାଲ ଏଭ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲୋକଙ୍କୁ ସତର୍କ କରିଛନ୍ତି ।

ଡକ୍ଟରଙ୍କ କହିବା ଅନୁଯାୟୀ, ଯଦି ଆପଣ ଛାତିରେ କୌଣସି ପୀଡ଼ା ଅନୁଭବ କରୁଛନ୍ତି ତାହେଲେ ୱାଟର ସଲ୍ୟୁବଲ ଏସପ୍ରିନ ୩୦୦ ମିଲି ର ବଟିକା ଖାଆନ୍ତୁ । ଏହାଦ୍ୱାରା ମରିବାର ୨୨% ଚାନସ୍ କମିଯାଇଥାଏ । ଯଦି ଆପଣ ୩୦ ବର୍ଷରୁ ଉର୍ଦ୍ଧ୍ୱ ଓ କୋଭିଡରେ ଆକ୍ରାନ୍ତ ଅଛନ୍ତି ଏବଂ ଏହି ସମୟରେ ଆପଣଙ୍କ ଛାତି ପୀଡ଼ା ହେଉଛି, ନିଶ୍ୱାସ ନେବାରେ ଅସୁବିଧା ହେଉଛି ତେବେ ଏସପ୍ରିନ ବଟିକା ଖାଆନ୍ତୁ । ମନେରଖନ୍ତୁ, କୋଭିଡର କୌଣସି ଲକ୍ଷଣ ଅନୁଭବ କଲେ ତୁରନ୍ତ ଯାଞ୍ଚ କରି ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.