କରୋନା ପ୍ରଭାବ: ସ୍ପାଇସଜେଟ କର୍ମଚାରୀମାନଙ୍କର ୫୦ ପ୍ରତିଶତ ଦରମା ରୋକିଲା

କରୋନାର ପ୍ରଭାବ ଏବେ କର୍ପୋରେଟ ସେକ୍ଟର ଚାକିରି ଉପରେ ପଡୁଥିବାର ଦେଖିବାକୁ ମିଳୁଛି। ଦେଶର ଜଣାଶୁଣା ଏୟାରଲାଇନ ସ୍ପାଇସଜେଟ ନିଜ କର୍ମଚାରୀମାନଙ୍କର ଏପ୍ରିଲ ମାସର ଦରମା ୧୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରୋକି ନେଇଛି।

ତେବେ କମ୍ପାନୀ କହିଛି କି, ଏହି ଭାଗ ପରବର୍ତ୍ତୀ ସମୟରେ ଦିଆଯିବ। ଖବର ରହିଛି, ସ୍ପାଇସଜେଟ ପାଇଲଟ ଏବଂ କ୍ୟାବିନ କ୍ରୁଙ୍କ ବେତନରେ ୧୦ରୁ ୫୦ ପ୍ରତିଶତ ଭାଗ ରୋକି ଦେଇଛି। ଏୟାରଲାଇନ କହିଛି, ସ୍ପାଇସଜେଟର ଚେୟାରମ୍ୟାନ ଓ ମ୍ୟାନେଜିଙ୍ଗ ଡାଇରେକ୍ଟର ଅଜୟ ସିଂ ନିଜେ ଏପ୍ରିଲର ଦରମା ନେଲେ ନାହିଁ।

ସେପଟେ କମ୍ପାନୀର ପ୍ରବକ୍ତା କହିଛନ୍ତି, କର୍ମଚାରୀମାନଙ୍କ ବେତନରେ କାଟ କରାଯାଉନାହିଁ। ବହୁତ ଜଟିଳ ପରିସ୍ଥିତି କାରଣରୁ ଆମେ କିଛି କର୍ମଚାରୀଙ୍କ ବେତନକୁ ଟାଳିବାକୁ ବାଧ୍ୟ ହେଉଛୁ। ନିମ୍ନ ଏବଂ ମଧ୍ୟବିତ୍ତ କର୍ମଚାରୀମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ସେମାନଙ୍କୁ ସମ୍ପୂର୍ଣ୍ଣ ଦରମା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.