ଜାଣନ୍ତୁ କିପରି ଚିହ୍ନିବେ ଅସଲି ଓ ନକଲି ରୁଦ୍ରାକ୍ଷ ମଧ୍ୟରେ ପାର୍ଥକ୍ୟ

ରୁଦ୍ରାକ୍ଷର ମାଳି ପିନ୍ଧିଲେ ମନୁଷ୍ୟ ବହୁତ ରୋଗର ପ୍ରଭାବରୁ ନିଜକୁ ରକ୍ଷା କରିପାରିବ। ଏହା ସହିତ ଏହାକୁ ଧାରଣ କରିବା ଦ୍ବାରା ମନୁଷ୍ୟକୁ ବହୁତ ଉନ୍ନତି ମିଳିଥାଏ। ରୁଦ୍ରାକ୍ଷ ମାଳିକୁ ପିନ୍ଧିବାରେ ରହିଛି କିଛି ବିଶେଷ ନିୟମ। ଏହି ମାଳି ଅନ୍ୟ ମାଳି ଠାରୁ ବହୁତ ଅଲଗା । ଆଜିକାଲିର ଟ୍ରେଣ୍ଡରେ ଯୁବପିଢ଼ି ମାନେ ଏହାକୁ ଷ୍ଟାଇଲ ବଢ଼ାଇବା ପାଇଁ ମଧ୍ୟ ପିନ୍ଧିଥାନ୍ତି। କିନ୍ତ ଏହି ମାଳିକୁ ପିନ୍ଧିବାର ଉପାୟ ଅନ୍ୟ ମାଳି ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ। କାରଣ ଏହି ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ସବୁବେଳେ ଅସଲି ରୁଦ୍ରାକ୍ଷକୁ ଧାରଣ କରିବା ଦ୍ବାରା ହିଁ ଆପଣଙ୍କୁ ଲାଭ ମିଳିଥାଏ।

Rudraksha-Collection

ଜାଣନ୍ତୁ କିପରି ଜାଣିବେ ରୁଦ୍ରାକ୍ଷ ଅସଲି ନା ନକଲି :

-ଅସଲି ରୁଦ୍ରାକ୍ଷ ମଝିରେ ପ୍ରାକ୍ରୁତିକ ଭାବରେ ଛେଦ ରହିଥାଏ ଏବଂ ନକଲି ରୁଦ୍ରାକ୍ଷରେ ହାତରେ ଛେଦ କରାଯାଇଥାଏ ଯାହାକୁ ଗୋଲ ଆକାର ଦିଆଯାଏ।

ଏହା ସହ ପଢ଼ନ୍ତୁ : ଘରେ ପୂଜା କରୁଥିବା ସମୟରେ ଏହି କଥାର ରଖନ୍ତୁ ଧ୍ୟାନ, ଦେଖିବେ ରହିବନି ଧନର ଅଭାବ

-ଆପଣ ଯେତେବେଳେ ବି ରୁଦ୍ରାକ୍ଷ ଆଣିବେ ତେବେ ସର୍ବ ପ୍ରଥମେ ଘରକୁ ଆଣି ତାହାକୁ ପ୍ରଥମେ ସୋରିଷ ତେଲରେ ବୁଡାଇ ଦେଖନ୍ତୁ। କାରଣ ଏପରି କରିବା ଦ୍ବାରା ଅସଲି ରୁଦ୍ରାକ୍ଷର ରଙ୍ଗ ପରିବର୍ତ୍ତନ ହୁଏ ନାହିଁ କିନ୍ତୁ ନକଲି ରୁଦ୍ରାକ୍ଷର ରଙ୍ଗ ପରିବର୍ତ୍ତନ ହୋଇଥାଏ।

rudrakhya

-ରୁଦ୍ରାକ୍ଷକୁ ପାଣିରେ ବୁଡାଇ ଦେଖନ୍ତୁ , ଯଦି ତାହା ଅସଲି ରୁଦ୍ରାକ୍ଷ ହୋଇଥାଏ ତେବେ ତାହା ପାଣିରେ ବୁଡିଯିବ ଏବଂ ଯଦି ଏହା ପାଣିରେ ଭାଷିବ ତେବେ ଜାଣିବେ ଯେ ରୁଦ୍ରାକ୍ଷଟି ନକଲି ଅଟେ।

rudraakya

-ଯଦି ଆପଣ ଅସଲି ରୁଦ୍ରାକ୍ଷକୁ କୌଣସି ମୁନିଅଆ ଜିନିଷ ଦ୍ବାରା କୁରନ୍ତି ତେବେ ସେଥିରୁ ରୋମ ଭଳି କିଛି ବାହାରିଥାଏ କିନ୍ତୁ ନକଲି ରୁଦ୍ରାକ୍ଷକୁ ଯଦି ଆପଣ ଏପରି କୁରିବେ ତେବେ ଏହି ରୋକ ଭଳି ଜିନିଷ ବାହାରେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.