ରୁଟି କିମ୍ବା ପରଟା ସହିତ ଖାଆନ୍ତୁ ଚଟପଟା ଆପଲ ଚଟଣୀ, ସ୍ୱାଦ ପୂରା ଜବରଦସ୍ତ

ଆପଲ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଶୀତ ଦିନରେ ଆପଲ ମାର୍କେଟରେ ପ୍ରଚୁର ମାତ୍ରାରେ ମିଳେ। ଏଥିପାଇଁ ଆପଣ ଅପଲ ଚଟଣୀ ବନାଇ ଖାଇପାରିବେ। ଚଟଣୀରେ ଆପଣ ଅଁଳାକୁ ବି ମିଶାଇ ପାରିବେ। ଯାହା ଆପଣଙ୍କ ଇମ୍ୟୁନିଟୀ ବଢ଼ାଇବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଆପଲ – ଗୋଟିଏ
  • ଅଁଳା – ୪ଟି
  • ଗୋଲ ମରୀଚ ପାଉଡର – ୧/୪ ଚାମଚ୍‌
  • କଳା ଲୁଣ – ୧/୨ ଚାମଚ୍‌
  • ଗୁଡ କିମ୍ବା ଚିନି ପାଉଡର – ୩ ଚାମଚ୍‌
  • ଜାଇଫଳ ପାଉଡର – ୧/୪ ଚାମଚ୍‌
  • ଭଜା ଜି ପାଉଡର – ୧/୪ ଚାମଚ୍‌
  • ତେଲ = ୧/୨ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ

  1. ପ୍ରଥମେ ସେଉ ବା ଆପଲର ଚୋପା ଛଡାଇ ଦିଅନ୍ତୁ। ଆପଲ ଏବଂ ଅଁଳାକୁ କଦ୍ଦୁକସ୍‌ କରିଦିଅନ୍ତୁ।
  2. ଗରମ ତେଲରେ ଗୋଲମରୀଚ ପାଉଡର, ଜାଇଫଳ ପାଉଡର ପକାଇ କଦ୍ଦୁକସ୍‌ କରାଯାଇଥିବା ସେଉ, କଳା ଲୁଣ, ଭଜା ଜିରା ଏବଂ ଅଁଳାକୁ ପକାଇ ଚଲାନ୍ତୁ।
  3. ଏବେ ଚିନି କିମ୍ବା ଗୁଡ ପକାଇ ଧୀମା ଆଞ୍ଚରେ ଗାଢ଼ ହେବା ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ।
  4. ଏବେ ଆପଣଙ୍କର ଆପଲ ଚଟଣୀ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆପଣ ପୁରି କିମ୍ବା ପରଟା ନଚେତ ଭାତ ସହିତ ବି ଖାଇପାରିବେ।
  5. ଏହାକୁ ଆପଣ ଯେତେ ଦିନ ଚାହିଁବେ ସେତେ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.