ଗ୍ରୀସରେ ଶୁଭୁଛି ବନ୍ଦେ ମାତରମ୍ ଧ୍ୱନି, ପିଏମ୍ ମୋଦୀ ଦେଖି କରିଲେ ତାରିଫ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ଷ ୨୦୨୧ରେ ଶେଷ ଥର ପାଇଁ ଦେଶବାସୀଙ୍କୁ ନିଜ କାର୍ଯ୍ୟକ୍ରମ ମନ୍ କି ବାତ୍ ଜରିଆରେ ସମ୍ବୋଧିତ କରିଛନ୍ତି। ଏହାରି ଭିତରେ ସେ ଏକ ଭିଡ଼ିଓ ସମ୍ପର୍କରେ କହିଥିଲେ। ଏହି ଭିଡ଼ିଓରେ କିଛି ବିଦେଶୀ ଝିଅ ଆମ ଦେଶର ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ଗାଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। ଏହି ଖବର ଏବେ ଖୁବ ଚର୍ଚ୍ଚା ଧରିଛି।
ଭିଡ଼ିଓରେ ଆପଣ ଦେଖିବେ ୩ଟି ବିଦେଶୀ ଝିଅ ଭାରତର ରାଷ୍ଟ୍ରିୟ ଗୀତ ଗାଉଛନ୍ତି। ପିଏମ ମୋଦୀ କହିଛନ୍ତି ଯେ ଏହି ଝିଅ ଗ୍ରୀସ ଦେଶର। ଗ୍ରୀସର ଝିଅମାନେ ବନ୍ଦେ ମାତରମ୍ ଗୀତକୁ ବହୁତ ଭଲରେ ଗାଉଛନ୍ତି। ପିଏମ୍ ମୋଦୀଙ୍କ ଏହି ବାର୍ତ୍ତା ଥିଲା ଯେ ବିଦେଶରେ ମଧ୍ୟ ଆମ ଦେଶର କ୍ରେଜ ରହିଛି। ଭାରତର ପ୍ରଭୁତ୍ୱ ଦୁନିଆରେ ଏବେ ବଢ଼ିଚାଲିଛି।
#PMonAIR: साथियो, आप ये जरूर सोच रहे होंगे कि आखिर ये खूबसूरत video कहाँ का है, किस देश से आया है?
वन्दे मातरम् प्रस्तुत करने वाले ये students Greece के हैं |
इन्होंने जिस खूबसूरती और भाव के साथ ‘वंदे मातरम्’ गाया है वो अद्भुत और सराहनीय है#MannKiBaat pic.twitter.com/1Vt4Fk0jDk
— आकाशवाणी समाचार (@AIRNewsHindi) December 26, 2021
କିଛି ଦିନ ପୂର୍ବେ ପାକିସ୍ତାନ ସିଙ୍ଗର ଭାରତର ଏକ ଦେଶାତ୍ମକବୋଧକ ଗୀତକୁ ଗାଇଥିଲେ । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। । ମନ କି ବାତ କାର୍ଯ୍ୟକ୍ରମରେ ପିଏମ୍ ଏହି କଥା କହିଥିଲେ। ଏହି ଭିଡ଼ିଓକୁ ଦେଖି ଲୋକମାନେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି।