ଖ୍ରୀଷ୍ଟମାସରେ କୋଭିଡ ନିୟମ ଭାଙ୍ଗିଲେ, ହଜାର ହଜାର ଏକାଠି ହେଲେ

କୋଲକତାରେ ନାହିଁ ଓମିକ୍ରନ ଭୟ । ଗୋଟେ ପଟେ କେନ୍ଦ୍ର ସରକାର ଓମିକ୍ରନ ଉପରେ ତଥ୍ୟ ସଂଗ୍ରହ ପାଇଁ ୧୦ ରାଜ୍ୟରେ ପ୍ରତିନିଧୀ ପଠାଉଛନ୍ତି । ଯାହା ମଧ୍ୟରେ କୋଲକତା ମଧ୍ୟ ରହିଛି । କିନ୍ତୁ ଏଠି ଲୋକେ ଅତି ଆନନ୍ଦ ଉହ୍ଲାସର ସହ ଖ୍ରୀଷ୍ଟମାସ ମନାଉଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ଦେଇଥିବା ଏକ ସ୍ମାରକପତ୍ର ଅନୁଯାୟୀ ଉତ୍ତରପ୍ରଦେଶ, କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ଝାଡଖଣ୍ଡ ଓ ପଞ୍ଜାବ ସମେତ ୧୦ଟି ରାଜ୍ୟରେ ଟୀକାକରଣ ହାର ଜାତୀୟ ହାର ଠାରୁ କମ ଅଟେ । ତେଣୁ ଏହି ଟିମ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ରହିବା ସହିତ ରାଜ୍ୟ ସ୍ୱାସ୍ଥ୍ୟ କର୍ତ୍ତୁପକ୍ଷଙ୍କ ସହ କାର୍ଯ୍ୟର ତଦାରଖ କରିବେ ।

ଏପଟେ କିନ୍ତୁ ଖ୍ରୀଷ୍ଟମାସ ଅବସରରେ ପାର୍କ ଷ୍ଟ୍ରିଟ ଏବଂ ବିଭିନ୍ନ ଚର୍ଚ୍ଚରେ ଏକତ୍ରିତ ହୋଇଥିବା ଲୋକେ ଓମିକ୍ରନ ମାମଲାର ଗମ୍ଭୀରତାକୁ ବିଲକୁଲ ବି ଅନୁଭବ କରିନଥିଲେ । ଯାହାର ଚିତ୍ର ଦେଖିଲେ ଆପଣ ଅନୁମାନ ଲଗାଇପାରିବେ । ପୋଲିସର ଉପସ୍ଥିତି ସତ୍ତ୍ୱେ ପାର୍କ ଷ୍ଟ୍ରିଟରେ ଥିବା ରେଷ୍ଟୁରାଣ୍ଟରେ ଏମିତି ଭିଡ ହୋଇଥିଲା ଯେ ସିଟ ପାଇବାକୁ ପ୍ରତିଦ୍ୱନ୍ଦିତା ଚାଲିଥିବା ନଜର ଆସିଥିଲା । ଜଣେ ସ୍ୱେଚ୍ଛାସେବୀ ନାଗରିକଙ୍କ କହିବା ଅନୁଯାୟୀ ମଧ୍ୟାହ୍ନରେ ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ଜନସମାଗମ ଆରମ୍ଭ ହୋଇଥିଲା ଏବଂ ଅନେକ ଚେତାବନୀ ସତ୍ତ୍ୱେ ଲୋକେ ମାସ୍କ ପିନ୍ଧିବାକୁ ମନା କରିଦେଇଥିଲେ । କହିବା ଅନୁଯାୟୀ ମାସ୍କ ନପିନ୍ଧିଲେ ଜୋରିମନା ପାଇଁ କୁହାଯାଇଥିଲା ହେଲେ କଡା କାର୍ଯ୍ୟାନୁଷ୍ଠାନ ପରେ ବି କୌଣସି ପ୍ରୋଟୋକଲ ଅନୁସରଣ କରାଯାଇନଥିଲା ।

କେତେକ ପ୍ରକାଶକଙ୍କ କହିବା କଥା ଯେ କୋଲକତାରେ କୌଣସି କୋଭିଡ ନାହିଁ ଯାହା ପାଇଁ ସେମାନେ ଚିନ୍ତିତ ହେବା ଉଚିତ ନୁହେଁ । କିନ୍ତୁ ଏଠି କହିରଖୁଛୁ ଯେ କଲିକତା ମେଡିକାଲ କଲେଜର ଜଣେ ଡାକ୍ତର ଓମିକ୍ରନ ଜୀବାଣୁ ସଂକ୍ରମିତ ହୋଇ ବେଲାଘାଟ ଆଡି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଯାହା ଜଣାପଡିଛି ଯେ ଜିନୋମ ସିକ୍ୱେନ୍ସିଂ ରିପୋର୍ଟରେ ଡାକ୍ତର ପଜିଟିଭ ବୋଲି କହିବା ପରେ ତାଙ୍କ ସହ ଯୋଗାଯଗରେ ୩ଜଣଙ୍କୁ ଚିହ୍ନଟ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.