Below header

ଜାଣନ୍ତି କି ? କ’ଣ କରୁଥିଲେ ଏହି ବିଶିଷ୍ଟ ରାଜନେତାଙ୍କ ବାପାମାନେ, କିଏ ବିକୁଥିଲେ ଦୁଗ୍ଧ ତ କିଏ କରିଥିଲେ ଦୋକାନ

ଆଜିର ବିଶିଷ୍ଟ ରାଜନେତାମାନଙ୍କ ବାପା କ’ଣ କରୁଥିଲେ ବା କ’ଣ ଥିଲା ସେମାନଙ୍କର ବ୍ୟବସାୟ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ । କିଏ ବିକୁଥିଲେ ଦୁଧ ତ କିଏ କରିଥିଲେ ଦୋକାନ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ : ରାମନାଥ କୋବିନ୍ଦ ହେଉଛନ୍ତି ଦେଶର ରାଷ୍ଟ୍ରପତି । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି । ଶ୍ରୀ କୋବିନ୍ଦଙ୍କ ପିତାଙ୍କ ନାମ ଥିଲା ମୈକୁଲାଲ । ମିଡ଼ିଆ ରିପୋର୍ଟ ଅନୁସାରେ ରାମନାଥ କୋବିନ୍ଦଙ୍କ ପିତା ଏ ଦୋକାନ ଚଳାଉଥିଲେ ।

ଯୋଗୀ ଆଦିତ୍ୟନାଥ : ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ୨୧ ତମ ମୁଖ୍ୟମନ୍ତ୍ରୀ । ୨୦୧୭ ରୁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ କାମ କରିଆସୁଛନ୍ତି । ଆଦିତ୍ୟ ନାଥ ଉତ୍ତରାଖଣ୍ଡର ପୌଣ୍ଡୀରେ ମୁଳ ବାସିନ୍ଦା । ତାଙ୍କ ପିତାଙ୍କ ନାମ ଆନନ୍ଦ ସିଂହ ବିଷ୍ଟ । ଆଦିତ୍ୟନାଥଙ୍କ ପିତା ଫରେଷ୍ଟ ରେଞ୍ଜର ଥିଲେ ।

adityanath
P.C.: abplive.com

ଲାଲୁ ପ୍ରସାଦ ଯାଦବ : ଶ୍ରୀ ଯାଦବ ମଧ୍ୟ ବିହାରର ମୁଖ୍ୟମନ୍ତ୍ରୀ ଓ ଦେଶର କେନ୍ଦ୍ର ମନ୍ତ୍ରୀ ରହି ଆସିଛନ୍ତି । ଶ୍ରୀ ଯାଦବଙ୍କ ଜନ୍ମ ବିହାରର ଗୋପାଳଗଂଜରେ ହୋଇଥିଲା । ଲାଲୁଙ୍କ ପିତା କୁନ୍ଦନ ରାୟ ଦୁଧ ବେପାର କରୁଥିଲେ ।

lalu
P.C.: abplive.com

ମମତା ବାନାର୍ଜୀ : ମମତା ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ଅଛନ୍ତି । ସେ କେନ୍ଦ୍ର ସରକାରରେ ମଧ୍ୟ ମନ୍ତ୍ରୀ ରହିଆସିଛନ୍ତି । ମମତା ବହୁତ ସାଧାରଣ ପରିବାରରୁ ଆସିଛନ୍ତି । ତାଙ୍କ ପିତାଙ୍କ ନାମ ପ୍ରମିଳେଶ୍ୱର ବନାର୍ଜୀ ଥିଲା । ମମତାଙ୍କ ପିତା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ।

mayabati
P.C.: abplive.com

ମାୟାବତୀ : ମାୟାବତୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ କାମ କରିଛନ୍ତି । ସେ ଏମିତି ଜଣେ ନେତା ଯିଏ କି ୪ ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି । ତାଙ୍କର ବାପାଙ୍କ ନାମ ପ୍ରଭୁ ଦୟାଲ ଥିଲା । ନିକଟରେ ପ୍ରଭୁ ଦୟାଲଙ୍କ ୯୫ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି । ସେ ଭାରତୀୟ ଡାକ ସେବାରେ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.