ବଟର ଆଣ୍ଡ ସଲଟି ପପକର୍ଣ୍ଣ ତ ବହୁତ ଖାଇଥିବେ, ଏବେ ଥରେ ବନାଇ ଖାଆନ୍ତୁ ଚକୋଲେଟ୍ ପପକର୍ଣ୍ଣ

ଚକୋଲେଟ ପପକର୍ଣ୍ଣ। ଏହାକୁ ଆପଣ ଏକ ସ୍ୱିଟ୍ ଡିସ ଭଳି ବି ଧରିପାରିବେ। ଆପଣ ଏହାକୁ ସନ୍ଧ୍ୟାରେ ଚା ସହିତ ବି ପରଷିପାରିବେ ଏବଂ ଚା ପିଇବା ସମୟକୁ ମିଠା ସ୍ୱାଦ ଦେଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
- ୧/୨ କପ୍ କର୍ଣ୍ଣ
- ୪ ବଡ ଚାମଚ ବଟର
- ୩/୪ କପ୍ କଦ୍ଦୁକସ୍ କରିଥିବା ଚକୋଲେଟ୍
ପ୍ରସ୍ତୁତି ପ୍ରଣାଳୀ
ଏକ ପ୍ୟାନରେ ବଟର ପକାଇ ଗରମ କରନ୍ତୁ। କର୍ଣ୍ଣ ପକାଇ ଘୋଡାଇ ଦିଅନ୍ତୁ। ପପକର୍ଣ୍ଣ ବନାଇବା ପାଇଁ ସମସ୍ତ କର୍ଣ୍ଣକୁ ଭଲଭାବେ ଫୁଟିବାକୁ ଦିଅନ୍ତୁ।
ଏବେ କଦ୍ଦୁକସ୍ ହୋଇଥିବା ମିଲ୍କ ଚକୋଲେଟ ପକାନ୍ତୁ ଏବଂ ଭଲଭାବେ ମିଶାନ୍ତୁ। ମିକ୍ସ କରି ଏହାକୁ ୧ ମିନିଟ ପର୍ଯ୍ୟନ୍ତ ନଚେତ ପପକର୍ଣ୍ଣରେ ଚକୋଲେଟ ଭଲଭାବେ ମିଶିବା ଯାଏଁ ଆଞ୍ଚରେ ବସାନ୍ତୁ। ଏବେ ଆପଣଙ୍କ ଚକୋଲେଟ ପରଷିବା ପାଇଁ ବିଲକୁଲ ରେଡି ହୋଇଯାଇଛି।
ଆପଣ ଏଥିରେ ନିଜ ପସନ୍ଦର କୌଣସି ବି ଚକୋଲେଟ ପକାଇ ପାରିବେ। ଆପଣ ଚାହିଁଲେ ଏହାକୁ କ୍ଷୀର କିମ୍ବେ ଫ୍ଲେବର ମିଲ୍କ ସହିତ ବି ଖାଇପାରିବେ। ଏହି ଡିସକୁ ଖାଆନ୍ତୁ ଆଉ ସମସ୍ତଙ୍କୁ ଖୁଆନ୍ତୁ।